Jun 18, 2024, 23:35 IST

ବିଧାନସଭା ଭିତରେ ଘଟିଲା ଏମିତି ଆଶ୍ଚର୍ଯ୍ୟଜନକ ଘଟଣା .. ହଠାତ୍ ଅଟକି କରି ହାତ ଯୋଡିଦେଲେ ନବୀନ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଧାନସଭା ମଧ୍ୟରେ କଣ୍ଟାବାଞ୍ଜି ର ବିଧାୟକ ଲକ୍ଷ୍ମଣ ବାଗ ଙ୍କୁ ଦେଖି ହଠାତ୍ ଅଟକି ଗଲେ ନବୀନ। ଲକ୍ଷ୍ମଣ ବାଗ ହେଉଛନ୍ତି ସେହି ବିଧାୟକ ଯିଏକି ଅପରାଜୟ ନବୀନ ଙ୍କୁ ପରାଜୟ କରି ଦେଇଥିଲେ।
Special report
ହେଲେ ଯେତେବେଳେ ନବୀନ ଙ୍କ ସହ ହଠାତ୍ ଲକ୍ଷ୍ମଣ ବାଗ ଙ୍କ ହଠାତ୍ ଦେଖା ହୋଇ ଯାଇଥିଲା ନା ନବୀନ ଙ୍କ ମନରେ ଥିଲା ଆକ୍ରୋଶ ନା ଥିଲା ତାଙ୍କ ମନରେ କ୍ରୋଧ। ଅନେକ ସମ୍ମାନ ସହ ଦୁଇ ହାତ ଯୋଡ଼ି,
ନବୀନ ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଜି ୧୪୭ ଜଣ ବିଧାୟକ ନିଜର ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରୁଥିବା ବେଳେ ସେଠାରେ ହଜାର ହୋଇ ଯାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏବେ ସେ କେବଳ ହିଞ୍ଜିଳି ର ବିଧାୟକ ହୋଇ ରହି ଯାଇଛନ୍ତି। ଯେତେବେଳେ ନିଜେ ଶପଥ ନେବା ପାଇଁ ନବୀନ ପଟ୍ଟନାୟକ ଯାଉଥିଲେ ଏହି ସମୟରେ ହଠାତ୍ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ଦେଖା ହୋଇଥିଲା।
Special report
ଲକ୍ଷ୍ମଣ ମଧ୍ୟ ନବୀନ ପଟ୍ଟନାୟକ ଙ୍କୁ ଦେଖିବା ପରେ ତାଙ୍କର ବସିବା ସ୍ଥାନରୁ ଉଠି ଯାଇ ଛିଡ଼ା ହୋଇ ଯାଇଥିଲେ।ଆଉ ସେଠାରେ ହିଁ ତାଙ୍କୁ ନମସ୍କାର କରିଥିଲେ। ଏହି ସମୟରେ ନବୀନ ପଟ୍ଟନାୟକ ମଧ୍ୟ ଲକ୍ଷ୍ମଣଙ୍କୁ ନମସ୍କାର କରି ଶୁଭେଚ୍ଛା ଜଣାଇଥିଲେ।
ବାସ କେଇ ମୁହୂର୍ତ୍ତ ନବୀନ ହସିବା ସହ ପାଖରେ ଥିବା ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ଙ୍କୁ ମଧ୍ୟ ନମସ୍କାର ଜଣାଇଥିଲେ। ଏଥି ସହ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ସହ ପ୍ରଭାତୀ ପରିଡ଼ା ମଧ୍ୟ ନବୀନ ଙ୍କୁ ସମ୍ମାନ ସହ ନମସ୍କାର ଜଣାଇଥିଲେ।
ଲକ୍ଷ୍ମଣ ବାଗ ହେଉଛନ୍ତି ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଚେହେରା ଯିଏକି ନବୀନ ଙ୍କ ବିଜୟୀ ରେ ଲଗାମ ଲଗାଇ ଥିଲେ। ନବୀନ ଙ୍କ ଠାରୁ ଛଡ଼ାଇ ନେଇଥିଲେ ତାଙ୍କ ଟ୍ୟାଗ। ଏବେ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଦୁହେଁ ଦୁହିଁଙ୍କ ପ୍ରତି ଏଭଳି ସମ୍ମାନ ଦେଉଥିବା ଦେଖି ଲୋକମାନେ ଏହାର ଖୁବ୍ ପ୍ରଶଂସା କରିଛନ୍ତି। ତେବେ ଏହାକୁ ଦେଖି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement