Jan 8, 2024, 11:02 IST

ସୁର ଙ୍କ ପୁଅ ମାରିଲେ ତେରେଛା ବାଣ: ପାଣ୍ଡିଆନ୍ ନିର୍ବାଚନ ଲଢିବେନି କାରଣ ଜାଣିଛନ୍ତି ହାରିଯିବେ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଜଣେ ବ୍ୟକ୍ତି 5T ସଚିବ ତଥା ନବୀନ ଓଡ଼ିଶା ଅଧକ୍ଷ ଭିକେ ପାଣ୍ଡିଆନ ଙ୍କୁ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
Special Report
ସୂତ୍ର ରୁ ଯାହା ଜଣା ପଡ଼ିଛି କି ସେ ଭିକେ ପାଣ୍ଡିଆନ ଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ ପାଣ୍ଡିଆନ ତାଙ୍କର ନିମନ୍ତ୍ରଣ ରକ୍ଷା କରି ଆସି ନାହାଁନ୍ତି। ସେଥିପାଇଁ ସେ ଭିକେ ପାଣ୍ଡିଆନ ଙ୍କୁ ଡରପୋକ କହିଛନ୍ତି। ଏହା ଛଡ଼ା ନବୀନ ପଟ୍ଟନାୟକଙ୍କ କାନି ବୋଲି କହିଛନ୍ତି।
ସେ କହିଛନ୍ତି କି ପାଣ୍ଡିଆନ ଡରିକି ନିର୍ବାଚନ ଲଢ଼ୁ ନାହାଁନ୍ତି କାରଣ ସେ ଯେ କୌଣସି ଓଡିଆ ଲୋକ ବିପକ୍ଷରେ ନିର୍ବାଚନ ଲଢ଼ିବେ ତାଙ୍କର ବିପକ୍ଷରେ ସେ ହାରି ଯିବେ। ଏହି ବ୍ୟକ୍ତି ଜଣକ ନାମ ହେଉଛି ସିଦ୍ଧାର୍ଥ ରାଉତ୍ ରାୟ।
ସେ ଆଉ କେହି ନୁହନ୍ତି ବରଂ ସେ ହେଉଛନ୍ତି ଖୋର୍ଦ୍ଧା ଜଟଣୀ ବିଧାୟକ ସୁର ରାଉତ ରାୟ ଙ୍କ ପୁଅ। ଯିଏକି ଓଡ଼ିଶା ପାଇଁ ଖୁବ୍ ଗୌରବ ଆଣିଛନ୍ତି। ଓଡ଼ିଶାକୁ ଏବେ ଖୁବ୍ ଲୁଣ୍ଠନ ମଧ୍ୟ କରାଯାଉଅଛି ବୋଲି ସେ କହିଥିଲେ।
Special Report
ଶ୍ରୀ ଜଗନ୍ନାଥ ଙ୍କ ହାତରେ ଶଙ୍ଖ ରହିଛି। ଆଉ ଏବେ ଏହି ଶଙ୍ଖ ଧରି ହିଁ ଦୁର୍ନୀତି କରାଯାଉଅଛି ବୋଲି ସିଦ୍ଧାର୍ଥ ରାଉତ୍ ରାୟ କହିଥିଲେ। ଲୋକମାନେ ଏବେ ଅନେକ ଦୁର୍ନୀତି ମଧ୍ୟ କରୁଛନ୍ତି।
ଓଡ଼ିଶା ଲୋକ ମାନଙ୍କୁ ଏବେ ଭୁଆଁ ବୁଲାଉଛନ୍ତି ଏହି ଶଙ୍ଖ ଧରି। ସେ କହିଥିଲେ କି ପାଣ୍ଡିଆନ ହଜାର ହଜାର କୋଟି ଟଙ୍କା ସେ ନିଜ ଉପରେ ହିଁ ଖର୍ଚ୍ଚ କରୁଛନ୍ତି। ଆଉ ଯେଉଁ ମାନେ ସବୁ ତାଙ୍କ ଗୋଡ଼ ଧାରୁଛନ୍ତି ସେମାନେ ଓଡ଼ିଶା ଦ୍ରୋହି।
ଏହା ନିର୍ବାଚନ ନୁହେଁ ବରଂ କଳିଙ୍ଗ ଯୁଦ୍ଧ ହେବା ପାଇଁ ଯାଉଛି। ସେ କହିଛନ୍ତି କି ଏଥର ହିଁ ନିର୍ବାଚନରେ ବିଜେଡ଼ି ହାରିବ ବୋଲି। କାରଣ ଏଠାରେ ତାମିଲ ଶାସନ ଚାଲିବ ନାହିଁ ଓଡ଼ିଶା ହେଉଛି କେବଳ ଓଡିଆ ଙ୍କ ଶାସନ ପାଇଁ।
ଏଭଳି କିଛି କଥା ସିଦ୍ଧାର୍ଥ ରାଉତ୍ ରାୟ କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏବେ ସିଦ୍ଧାର୍ଥ ରାଉତ୍ ରାୟ ଙ୍କ କଥା ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Advertisement