ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ବିଷୟରେ ଆମେ ଜାଣିବାକୁ ପାଇଥାଉ। ସେଥିମଧ୍ୟରୁ କିଛି ଘଟଣା ପ-ର-କୀ-ୟା ପ୍ରୀତିକୁ ନେଇ ଆସିଥାଏ। ଆମ ସମାଜରେ ପ-ର-କୀ-ୟା ପ୍ରୀତି ଦିନକୁ ଦିନ ବଢ଼ିବାରେ ଲାଗିଛି।
ତେବେ ବନ୍ଧୁଗଣ ଏହି ପରକୀୟା ପ୍ରୀତିକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଯାହାକି ବଲାଙ୍ଗୀର ଅଞ୍ଚଳର ସାନ୍ତିପଡ଼ାର ରିତାଞ୍ଜଳି ଉପାଧ୍ୟାୟ ଅଭିଯୋଗ କରିଛନ୍ତି ଯେ, ସେ ୫ବର୍ଷ ତଳେ ସୁବ୍ରତ ଉପାଧ୍ୟାୟଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ।
ସାଂସାରିକ ଜୀବନ ମଧ୍ୟ ସୁଖମୟ ଚାଲିଥିଲା। ଏହାରି ଭିତରେ ରିତଞ୍ଜଳି ଜାଣିବାକୁ ପାଇଲେ ତାଙ୍କ ସ୍ବାମୀ ସୁବ୍ରତ ଅନ୍ୟ ଜଣେ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖୁଛନ୍ତି। ଆଉ ସେହି ମହିଳାଙ୍କ ସହ ଅଲଗା ଜାଗାରେ ଘରଭଡ଼ା ନେଇ ରହୁଛନ୍ତି।
ରିତାଞ୍ଜଳୀ ଜାଣିଲା ପରେ ତାଙ୍କ ସ୍ଵାମୀ ତାଙ୍କୁ ସୁଧୁରି ଯିବା ସହିତ ସେହି ଭୁଲ କାମ ଆଉ କରିବେ ନାହିଁ ବୋଲି ବୋଲି କହିଥିଲେ। ତେବେ ରିତାଞ୍ଜଳୀ କ୍ଷମା କରିବା ପରେ ମଧ୍ୟ ସୁଧୁରି ନଥିଲେ ସ୍ଵାମୀ ସୁବ୍ରତ।
ଏବେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ରିତାଞ୍ଜଳୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏହି କଥାକୁ ନେଇ ସ୍ୱାମୀ ସୁବ୍ରତ ତାଙ୍କୁ ମାରପିଟ କରିଥିବାରୁ ସେ ଥାନାରେ ଅଭିଯୋଗ କରିଥିଲେ।
ଆଉ ସେତେବେଳେ ସ୍ଵାମୀ ଜଣକ ନିଜ ଦୋଷ ମନି ଯାଇ ପୁଣି ସ୍ତ୍ରୀ ସହିତ ମିଳାମିଶା କରିବାର ଅଭିନୟ କରିଥିଲେ। କିନ୍ତୁ ପୁଣିଥରେ ପୁରୁଣା ଅଭ୍ୟାସ ରୁ ନିବୃତ ରହିନଥିଲେ ସ୍ଵାମୀ ସୁବ୍ରତ। ଯେମିତି ପ୍ରେମିକା ସହ ରହୁଥିଲେ ସେମିତି ହିଁ ରହୁଥିଲେ।
ତେବେ ବନ୍ଧୁଗଣ ନିଜ ଘରକୁ ଅନ୍ଧାର କରି ଅନ୍ୟଘରେ ଘରେ ଦୀପ ଜାଳୁଥିଲେ ସ୍ଵାମୀ ସୁବ୍ରତ। ଆଉ ସେତିକିବେଳେ ସେଠାରେ ସ୍ତ୍ରୀ ରିତାଞ୍ଜଳୀ ପୋଲିସ ସହିତ ପହଞ୍ଚି ଯାଇଥିଲେ। ଏହାପରେ ସ୍ଵାମୀ ସୁବ୍ରତକୁ ରେଡହାଣ୍ଡ ରେ ଧରିଥିଲେ ପୋଲିସ।
ତେବେ ପୋଲିସର ତଦନ୍ତ ପରେ ଜଣାପଡ଼ିବ ଭାଙ୍ଗି ଯାଇଥିବା ସଂସାର ପୁଣି ଥରେ ଗଢି ହେଉଛି ନା ଆଉ କାହାସହ ପୁଣି ଗୋଟିଏ ଆଇନଗତ ସମ୍ପର୍କ ଗଢି ହେଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।