Updated: May 3, 2024, 15:38 IST

ସ୍କୁଲ ଭିତରେ ଅଚାନକ ମାଡ଼ି ଆସିଲା ପାଣି ଦେଖନ୍ତୁ ପାଠପଢା ଛାଡି ସ୍କୁଲ ଭିତରେ ପହଁରିଲେ ପିଲା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଗ୍ରୀଷ୍ମର ପ୍ରଭାବ ତ ଆପଣମାନେ ସମସ୍ତେ ଅନୁଭବ କରୁଥିବେ । ଗ୍ରୀଷ୍ମର ପ୍ରକୋପ ଏତେ ମାତ୍ରାରେ ହେଲାଣି ଯେ ଯାହାକୁ ସହ୍ୟ କରିବା ସମ୍ଭବ ହେଉ ନାହିଁ ।
ଲୋକମାନେ ଏହି ଖରା ପାଇଁ ଡହଳ ବିକଳ ବି ହେଉଛନ୍ତି । ଏବେ ଏହି ଗ୍ରୀଷ୍ମ ଦିନରେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ହେଉଛି ଏହି ଗ୍ରୀଷ୍ମ ଋତୁରେ ମଧ୍ୟ ସ୍କୁଲରେ ପଶିଗଲା ପାଣି । 
Gg
ସ୍କୁଲକୁ ପାଠ ପଢିବାକୁ ଆସିଥିଲେ ପିଲା କିନ୍ତୁ ପାଠ ପଢ଼ିବା ପରିବର୍ତ୍ତେ ସେମାନେ ପହଁରିବାକୁ ଲାଗିଥିଲେ । ହେଡ ମାଷ୍ଟର କରିଲେ ଏଭଳି କିଛି । ବର୍ତ୍ତମାନ ସମୟରେ ଖରା ଯେଉଁଭଳି ଭାବରେ ହେଉଛି ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇଯାଇଛି ।
ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏହି ଗ୍ରୀଷ୍ମ ପ୍ରବାହ କାରଣରୁ ଅନେକ ରାଜ୍ୟର ସରକାର ସ୍କୁଲ ଛୁଟି କରି ଦେଇଛନ୍ତି । ଆଉ ଯେଉଁ ସ୍କୁଲ ଖୋଲା ହୋଇଛି ସେଠାରେ ଉପସ୍ଥାନ କମ୍ ରହୁଛି । କିନ୍ତୁ ଏବେ ଉତ୍ତରପ୍ରଦେଶର ଏକ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି କିଛି ।
ଏହି ସମୟରେ ଉତ୍ତରପ୍ରଦେଶର କନୌଜର ଏକ ସ୍କୁଲର ଶିକ୍ଷକ ଏହି ଅଭିନବ ଉପାୟ ବାହାର କରିଛନ୍ତି । ପାଠପଢା ସହିତ ପିଲାଙ୍କୁ ମଜାମସ୍ତିର ସୁଯୋଗ ଦେବାକୁ ସ୍କୁଲର ପ୍ରଧାନ ଶିକ୍ଷକ ଏକ ଶ୍ରେଣୀଗୃହକୁ ସ୍ଵିମିଂ ପୁଲରେ ପରିଣତ କରିଛନ୍ତି ।
Hh
ଏହି ଉପାୟ କରାଯିବାରୁ ଏବେ ପିଲାମାନେ ସ୍କୁଲ ଆସିବାକୁ ଇଛା କରିଛନ୍ତି । ପାଠପଢିବା ସହିତ ମଜା କରିବା ପାଇଁ ପିଲାମାନେ ସ୍କୁଲ ଆସୁଛନ୍ତି । ଆଉ ଏହି ପିଲାମାନେ ସେଠାରେ ପହଁରିବା ସହ ଗାଧୋଉଛନ୍ତି । କନୌଜ ଜିଲ୍ଲାର ଏକ ପ୍ରାଥମିକ ସ୍କୁଲରେ ଏଭଳି ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶ ରାଜ୍ୟରେ ଏବେ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ରହିଛି । ତେଣୁ ସ୍କୁଲରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାପନ ବଢ଼ାଇବା ପାଇଁ ଏହି ଅଭିନବ ଉପାୟ ବାହାର କରିଛନ୍ତି । ସ୍କୁଲର ଏକ ଶ୍ରେଣୀଗୃହରେ ପାଣି ଭର୍ତ୍ତି କରାଯାଇଛି ।
ଆଉ ଏହି ସ୍ୱିମିଂ ପୁଲରେ ଏବେ ପିଲାମାନେ ବହୁତ ମଜା କରୁଛନ୍ତି । ଏବଂ ଶିକ୍ଷକମାନେ ମଧ୍ୟ ତାଙ୍କୁ ପାଠ ପଢ଼ାଉଛନ୍ତି । ଏବେ ଏହି ଅଭିନବ ଉପାୟ କରିବା ଦ୍ଵାରା ପିଲାମାନେ ସ୍କୁଲକୁ ଯାଉଛନ୍ତି । ଆଉ ଏହି କାରଣରୁ ଉପସ୍ଥାପନା ବି ବଢୁଛି । ସ୍କୁଲର ଶିକ୍ଷକ କହିଛନ୍ତି ଏଭଳି ଅଭିନବ ଉପାୟ କରିଲେ ପିଲାମାନେ ସ୍କୁଲ ଆସିବେ ।

Advertisement