Jan 29, 2024, 10:47 IST

ଟଙ୍କା ଦେଲେ ତୋର ସ୍ତ୍ରୀ ର ଖରାପ ଭିଡିଓ ଆମେ ଡିଲିଟ କରିବୁ, ନହେଲେ କରିଦେବୁ ଭାଇରାଲ....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜାନୁଆରୀ ମାସ ୧୨ ତାରିଖରେ ଏକ ଅଭିଯୋଗ ଆସି ପହଞ୍ଚି ଥିଲା କି ଜଣେ ମହିଳା ଙ୍କ କିଛି ଖରାପ୍ ଭିଡିଓ ଅନ୍ୟ ଜଣକ ପାଖରେ ଅଛି ଯାହାକୁ ନେଇ ସେ ତାଙ୍କୁ ବ୍ଲାକମେଲ କରୁଛନ୍ତି।
Special report
ଏହା ବଦଳରେ ସେ ତିନି ଲକ୍ଷ ଟଙ୍କା ମଧ୍ୟ ମାଗୁ ଛନ୍ତି ନହେଲେ ସେ ଭିଡିଓ କୁ ସେ ଅପଲୋଡ଼ କରିଦେବେ ବୋଲି କହିଛନ୍ତି। ପୋଲିସ ଅଧିକାରୀ ବୋଲି ନିଜକୁ କହି ତାଙ୍କ ନିକଟରୁ ପଇସା ଆଦାୟ କରୁଛନ୍ତି।
ସେ ଅଭିଯୁକ୍ତ କୁ ମଧ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଦେଇ ସାରିଲେଣି। ଅଭିଯୋଗ ର ତଦନ୍ତ ପରେ ଏହା ଜଣା ପଡ଼ିଥିଲା କି ଅଭିଯୁକ୍ତ ଯିଏ ତାଙ୍କ ନିକଟରେ କୌଣସି ଫଟୋ କିମ୍ବା ଭିଡିଓ ନାହିଁ
କେବଳ ମିଛରେ ସେ ଫଟୋ ଓ ଭିଡିଓ ଅଛି ବୋଲି କହି ଡରାଇ ପଇସା ଆଦାୟ କରୁଥିଲେ। କେବଳ ତାଙ୍କ ସହ ନୁହେଁ ଏଭଳି ସେ ଆହୁରି ଝିଅ ମାନଙ୍କ ସହ ମଧ୍ୟ କରିଛନ୍ତି। ଆଉ ସେ ସମସ୍ତଙ୍କୁ ସେହି ସମାନ ଜିନିଷ ହିଁ କହି ଡରାଇ ଛନ୍ତି।
Special report
ନିଜକୁ ପୋଲିସ ଅଧିକାରୀ ତ ଆଉ କେଉଁ ସମୟରେ ନିଜକୁ ସିବିଆଇ ଅଧିକାରୀ ବୋଲି ମଧ୍ୟ ପରିଚୟ ଦେଇଛନ୍ତି। ଆଉ ଭିଡିଓ ଭାଇରାଲ୍ ହୋଇଯିବା ଭୟ ରେ ତାଙ୍କୁ ଡରି କରି ସମସ୍ତେ ପଇସା ମଧ୍ୟ ଦେଉଥିଲେ।
ଅଭିଯୁକ୍ତଙ୍କୁ ଅଭିଯୋଗ କାରୀ ୧ ଲକ୍ଷ ଟଙ୍କା ଦେଇଥିବା ବେଳେ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଛି। ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ଆଉ ଏହା ପଛରେ ତାଙ୍କ ସ୍ୱାମୀ ମଧ୍ୟ ରହିଛନ୍ତି।
ଏଭଳି ଯେ କୌଣସି ନମ୍ବର୍ ପାଇ ଏମାନେ ଏଭଳି କରୁଥିବା ଜଣା ପଡ଼ିଥିଲା। ଯେଉଁ ମାନେ ତାଙ୍କ କଥାରେ ଡରି ଯାଉଥିଲେ ସେମାନେ ହିଁ ତାଙ୍କୁ ଏଭଳି ଟଙ୍କା ଦେଉଥିଲେ।
ଏଭଳି ଅନେକ ମଧ୍ୟ ଏହି ଠକାମୀ ର ଶିକାର ହୋଇ ଛନ୍ତି। ତେବେ ଏହାକୁ ନେଇ ଆପଣ ମାନେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement