ନମସ୍କାର ପାଠକ ବନ୍ଧୁ।ଆସିଲା ଆଉ ଏକ ବଡ ଲଘୁଚାପ।ଏହାକୁ ନେଇ ଲୋକ ଙ୍କୁ ସଚେତନ କରାଇ ଦିଆ ଯାଇଛି।ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ରାଜ୍ୟ ର କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିଭଳି ଭାବେ କିଛି ସ୍ଥାନ ରେ ଅଳ୍ପ ପରିମାଣ ରେ ବର୍ଷା ହେବାର ସମ୍ଭାବନା ରହିଛି।ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।ଏହି ସମୟ ମଧ୍ୟ ରେ ଲୋକ ମାନଙ୍କୁ ସଚେତନ ରହିବାକୁ କୁହା ଯାଉଛି।ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି।
ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ଏକ ବଡ ଲଘୁଚାପ ସୃଷ୍ଟି ହେବ।ଏହାର ପ୍ରଭାବ ରେ କିଛି ଅଞ୍ଚଳ ରେ ବର୍ଷା ର ପରିମାଣ ବଢିବ।ବଙ୍ଗୋପସାଗର ରେ ଏହି ଲଘୁଚାପ ଟି ସୃଷ୍ଟି ହୋଇଛି।

ଯାହା ଦ୍ଵାରା ସମୁଦ୍ର ମଧ୍ୟ କୁ ନ ଯିବା ପାଇଁ ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଉଛି।ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଠାରେ ଅଧିକ ବର୍ଷା ହୋଇଛି।ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ କେନ୍ଦୁଝର,ମୟୂରଭଞ୍ଜ ରାଉଲକେଲା ଠାରେ ଅଳ୍ପ ପରିମାଣ ରେ ବର୍ଷା ହେବ।
ଏହା ପରେ ସୁନ୍ଦରଗଡ,ମୟୂରଭଞ୍ଜ,ଅନୁଗୁଳ ଢେଙ୍କାନାଳ କନ୍ଧମାଳ,ରାୟଗଡ଼ା,କଳାହାଣ୍ଡି,ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପବନ ବହିବାର ସମ୍ଭାବନା ରହିଛି।
ଏହା ଛଡା ବାଲେଶ୍ଵର,ଭଦ୍ରକ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ପୁଣି କାଲି ଅଧିକାଂଶ ସ୍ଥାନ ରେ ବର୍ଷା ର ପରିମାଣ ବଢି ଚାଲିବ।କାଲି ଠାରୁ କେନ୍ଦୁଝର ମୟୂରଭଞ୍ଜ ଯାଜପୁର ଜିଲ୍ଲା ରେ କାଲି ବର୍ଷା ର ପରିମାଣ ବଢିବ।
ଅଧିକ ପରିମାଣ ରେ ବର୍ଷା କାଲି କେନ୍ଦୁଝର କଟକ ଯାଜପୁର, କେନ୍ଦ୍ରାପଡ଼ା ଜିଲା ରେ ହେବ।ଏହାକୁ ଦୃଷ୍ଟି ରେ ରଖି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।ଲୋକ ମାନେ ଏହାକୁ ନେଇ ସତର୍କ ରୁହନ୍ତୁ ବୋଲି କୁହା ଯାଇଛି।ଅକ୍ଟୋବର ତିନି ତାରିଖ ପରେ ବର୍ଷା ର ପରିମାଣ କମିବ ବୋଲି କୁହା ଯାଉଛି।