ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଭିନେତ୍ରୀ ରଶ୍ମିକା ମନ୍ଦନା ଓ କ୍ୟାଟ୍ରିନା କୈଫ ଙ୍କ ପରେ ଏବେ ଅଭିନେତ୍ରୀ କାଯୋଲ ଙ୍କ ଏକ ଡିଫେକ୍ଟ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଏହି ଭିଡିଓ ରେ ଡ୍ରେସ ଚେଞ୍ଜ କରୁଥିବା ଜଣେ ମହିଳାଙ୍କ ସ୍ଥାନରେ କାଯୋଲ ଙ୍କ ଭିଡିଓ କୁ ସଂଯୋଗ କରାଯାଇଛି। ଏହାକୁ ଦେଖିବା ପରେ କିଛି ସୋସିଆଲ ମିଡିଆ ୟୁଜର ମାନେ ବିଶ୍ବାସ କରୁଛନ୍ତି ଏହି ଭିଡିଓ ଟି କଯୋଲ ଙ୍କର।
ହେଲେ ଏହା ସୋସିଆଲ ମିଡିଆ ଇନ୍ଫ୍ଲୁଏଁସର ରୋଜି ବେନ ଙ୍କ ବୋଲି ଜଣା ପଡ଼ିଛି। ତାଙ୍କ ଭିଡିଓ ରେ ଅର୍ଟିଫାଇସିଆଲ ଇଣ୍ଟେଲିଗେନ୍ସି ଟେକ୍ନୋଲୋଜି ମାଧ୍ୟମରେ କାଯୋଲ୍ ଙ୍କ ମୁହଁକୁ ସଂଯୋଗ କରାଯାଇ ଥିବା କୁହା ଯାଇଛି।

ଜଣକ ପରେ ଜଣେ ଅଭିନେତ୍ରୀ ଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ବିଭିନ୍ନ ବର୍ଗର ଲୋକମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ନେଇ ଗତ ଶୁକ୍ରବାର ଦିନ ନିଜର ଅସୋନ୍ତୋଷ ମଧ୍ୟ ଦର୍ଶାଇଛନ୍ତି। ସେ ଏଭଳି ଭାବରେ ଅର୍ଟିଫାଇସିଆଲ ଇଣ୍ଟେଲିଗେନ୍ସି ଟେକ୍ନୋଲୋଜି ର ବ୍ୟବହାର କୁ ରୋକିବା ପାଇଁ ମଧ୍ୟ ଆହ୍ବାନ ଦେଇଛନ୍ତି।
କୌଣସି ବ୍ୟକ୍ତିତ୍ୱର ଏଭଳି ଭିଡିଓ ପ୍ରସ୍ତୁତି ଖୁବ୍ ନିନ୍ଦନୀୟ ବୋଲି ମଧ୍ୟ ସେ କହିଛନ୍ତି। ଏଭଳି ଭିଡିଓ ଓ ଫଟୋ ଉପରେ ନଜର ରଖିବା ପାଇଁ ChatGPT ଟିମ କୁ ପରାମର୍ଶ ମଧ୍ୟ ଦେଇଛନ୍ତି।
ଏହା ସହ ଏଭଳି ଭିଡିଓ ର ପ୍ରସାର ପାଇଁ ମଧ୍ୟ ଚେତାବନୀ ପ୍ରଦାନ କରିଛନ୍ତି ନରେନ୍ଦ୍ର ମୋଦି। ନବରାତ୍ରୀ ସମୟରେ ମଧ୍ଯ ସେ ଗର୍ଵା କରୁଥିବା ନେଇ ତାଙ୍କର ଏକ ଫେକ ଭିଡିଓ ମଧ୍ୟ ସାମ୍ନା କୁ ଆସିଥିଲା। ଏହାକୁ ସେ କଡ଼ା ନିନ୍ଦା ମଧ୍ୟ କରିଥିଲେ।
ଆଉ ଏଭଳି ଅର୍ଟିଫାଇସିଆଲ ଇଣ୍ଟେଲିଗେନ୍ସି ଟେକ୍ନୋଲୋଜି ର ବ୍ଯବହାର ସଧାରଣ ଲୋକଙ୍କ ପାଇଁ ଖୁବ୍ ଅସୁବିଧାର କାରଣ ମଧ୍ଯ ସାଜି ପାରେ। ତେବେ ଆପଣ ମାନେ ଅର୍ଟିଫାଇସିଆଲ ଇଣ୍ଟେଲିଗେନ୍ସି ଟେକ୍ନୋଲୋଜି ର ବ୍ୟବହାରକୁ ନେଇ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।