Sep 13, 2023, 11:42 IST

ଏଣିକି ଯଦି ଆପଣ ବୁଲେଟ ସାଇଲେଂସର୍ ରେ ଫଟ ଫଟ ଶବ୍ଦ କରିବେ ତାହାଲେ କଟିବନି ଫାଇନ,ସିଧା ଯିବେ ଜେଲ୍

Special report

ନମସ୍କାର ପାଠକ ବନ୍ଧୁ।ଆଜିର ଯୁବ ପିଢ଼ି କିପରି ଭାବେ ରାସ୍ତା ରେ ବାଇକ୍ ଚଳାଉଛନ୍ତି ଆପଣ ମାନେ ସମସ୍ତେ ଜାଣି ଥିବେ।ସେମାନେ କାହାକୁ ମାନୁ ନାହାନ୍ତି।ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଇକ୍ ଚଳାଇ କିଛି ଲୋକ ଙ୍କ ଜୀବନ କୁ ବିପଦରେ ପକାଇ ଛନ୍ତି ଏଭଳି ଲୋକ ମାନେ।ଏହାକୁ ନେଇ ସରକାର ଆଣିଛନ୍ତି ନୂଆ ନିୟମ।
Special report
ଏଥର ଯଦି କେହି ସେପରି ବାଇକ୍ ଚଳାନ୍ତି ତେବେ ତାଙ୍କ ଉପରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସେମାନେ ଏଥି ପ୍ରତି ସଚେତନ ହେବା ଉଚିତ୍।ଏହା ଏବେ ଦେଖିବାକୁ ମିଳୁଛି ରାଜଧାନୀ ଭୁବନେଶ୍ୱର ରେ।କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ଗାଡ଼ି ରେ ଉଚ୍ଚ ଶବ୍ଦ ର ହର୍ଣ୍ଣ ଲଗାଉଛନ୍ତି।
ଏହା କରିବା ଦ୍ଵାରା ସେମାନେ ନିଜ ଜୀବନ କୁ ବିପଦ କୁ ଆଣିବା ସହିତ କିଛି ଲୋକ ଙ୍କ ଜୀବନ କୁ ବିପଦ ରେ ପକାଉଛନ୍ତି।ଯାହାକୁ ନେଇ ସରକାର ଏବେ ସଚେତନ ହେଉଛନ୍ତି।ନିକଟ ରେ କମିଶନରେଟ ଟ୍ରାଫିକ ପୋଲିସ କହିଛନ୍ତି କି ଏଥର ସେଭଳି ବାଇକ୍ ରାସ୍ତା ରେ ଚାଲିବ ନାହିଁ।
ଯଦି ସେଭଳି ବାଇକ୍ କିଏ ଚଳାଇ ବା ଦେଖା ଯାଏ ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ତାଙ୍କୁ ସିଧା ସଳଖ ଜେଲ କୁ ପଠାଇ ଦିଆ ଯିବ।ଏପରି କଲେ ଆଶା କରା ଯାଇଛି ଯେ ସେମାନେ ସଚେତନ ହେବେ।ଆଉ ଏଭଳି କାମ କରିବେ ନାହି।
Special report
କିଛି ଲୋକ ଅଛନ୍ତି ଯେଉଁ ମାନେ କେବଳ ନିଜ ଖୁସି ପାଇଁ ଉଚ୍ଚ ଶବ୍ଦ ସୃଷ୍ଟି କାରୀ ସାଇଲେନ୍ସର ପାଇପ ଗାଡ଼ି ରେ ଲଗାଇଛନ୍ତି।କିନ୍ତୁ ଏହା କରିବା ଭୁଲ।ପୋଲିସ କର୍ମଚାରୀ ଏପରି ନ କରିବା ପାଇଁ ଲୋକ ଙ୍କୁ ବହୁତ ଥର ସଚେତନ କଲେଣି।
ହେଲେ ଲୋକେ କଥା ଶୁଣୁ ନାହାନ୍ତି।ସେଥିପାଇଁ ଲୋକ ଙ୍କୁ ଆଗକୁ ସଚେତନ କରିବା ପାଇଁ ଏଭଳି ପଦକ୍ଷେପ ନିଆ ଯାଇଛି।ଏଣିକି ତାଙ୍କୁ ସିଧା ସଳଖ କୋର୍ଟ କୁ ପଠାଇ ଦିଆ ଯିବ। ଆଉ ଫାଇନ ନିଆ ଯିବ ନାହିଁ।ଏହା ଦ୍ବାରା କିଛି ଲୋକ ସଚେତନ ହୋଇ ପାରିବେ ବୋଲି କୁହା ଯାଉଚି।
ଏବଂ ଯେଉଁ ଲୋକ ଏହି ସାଇଲେନ୍ସର ପାଇପ କୁ ବିକ୍ରୀ କରିବେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ତାଙ୍କୁ ବି କୋର୍ଟ ପଠାଇ ଦିଆ ଯିବ।ଆଜି ଯାଏଁ ଭୁବନେଶ୍ୱର ରେ ଏପରି ୬୦ ଟି ବାଇକ୍ ଧରା ଯାଇଛି।ବୋଲି କମିଶନରେଟ୍ ପୋଲିସ କହିଛି।

Advertisement