Jan 4, 2024, 12:46 IST

ଶ୍ରେଣୀରେ ଶିକ୍ଷକ ସିଗାରେଟ ଟାଣି ଟାଣି କରୁଥିଲେ ଏମିତି ଦେଖନ୍ତୁ ଭିଡିଓ ହେଲା ସୋସିଆଲ ମିଡିଆରେ Viral

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆରେ ସବୁ ଲୋକ ପ୍ରାୟ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହୁଛନ୍ତି। ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
Special Report
ତେବେ ବନ୍ଧୁଗଣ ବିଦ୍ୟା ଦାନ ମହାପୁଣ୍ୟ। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ହେଲେ ବର୍ତ୍ତମାନର ସମାଜରେ ଅନେକ ସ୍ଥାନରେ ଏହାର ମର୍ଯ୍ୟଦା ଓ ମହତ୍ୱ କଳୁଷିତ ହେଉଛି। 
ଶିକ୍ଷକଙ୍କୁ ଭଗବାନଙ୍କ ସ୍ଥାନରେ ରଖାଯାଇଛି । ମାତା,ପିତାଙ୍କ ପରେ ଗୁରୁଙ୍କ ଉପରେ ଅଧିକ ବିଶ୍ୱାସ କରାଯାଏ ।କାରଣ ସେ ଜଣେ ପିଲା କୁ ଉତ୍ତମ ନାଗରିକ ଭାବରେ ଗଢ଼ି ତୋଳି ଥାଆନ୍ତି।
Special Report
ଆଉ ସେମାନେ ତାଙ୍କର ପିଲା ମାନଙ୍କୁ ଉଚିତ ଜ୍ଞାନ ମଧ୍ୟ ପ୍ରଦାନ କରନ୍ତି। ହେଲେ ଶିକ୍ଷକ ଯଦି ଘୃଣ୍ୟ କାମ କରିବେ ତେବେ ତାଙ୍କୁ ଆଉ କିଛି କୁହାଯାଇ ପାରିବ ନାହିଁ।
ବାଲିପାଟଣା ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ଆଳିସି ପଞ୍ଚାୟତ ସ୍ଥିତ ଦନାପଡ଼ା ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ବଳରାମ ବେହେରା। ତାଙ୍କ ନାନାଦି ବିଶୃଙ୍ଖଳା ଆଚରଣ ଯୋଗୁଁ ଉକ୍ତ ବିଦ୍ୟାଳୟର ଅଭିଭାବକ ଓ କମିଟିର ଅଭିଯୋଗ କ୍ରମେ ପୂର୍ବରୁ ଅନ୍ୟତ୍ର ବଦଳି କରାଯାଇଥିଲା।
Special Report
କେତେବେଳେ ପିଲା ମାନଙ୍କୁ ସିଗାରେଟ ପାଇଁ ପଠାଉଥିଲେ ତ ଆଉ କେତେବେଳେ ପିଲା ମାନଙ୍କ ବହି ବସ୍ଥାନିକୁ ନେଇ ତକିଆ କରି ସୁଅନ୍ତି। ଏନେଇ ସେହି ସାରଙ୍କୁ ସେଇ ସ୍କୁଲରୁ ବଦଳି କରାଯାଇଥିଲା। 
ଆଉ ଏବେ ଯେତେବେଳେ ସେହି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଜାଣିବାକୁ ପାଇଲେ ଯେ, ଶିକ୍ଷକ ବଳରାମ ବେହେରା ବଦଳି ହେଇ ପୁଣି ସେହି ସ୍କୁଲକୁ ଆସୁଛନ୍ତି। ଏବେ ଧାରଣାରେ ବସିଛନ୍ତି ଅଭିଭାବକ ମାନେ।
ତେବେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ କମିଟିର ସଦସ୍ୟ ମାନେ ଧାରଣାରେ ବସିବା ପରେ ବ୍ଲକ ଶିକ୍ଷା ଅଧିକାରୀ କେମିତି ସମାଧାନ କରିବ ଏବେ ଦେଖିବାକୁ ବାକି ରହିଲା।

Advertisement