ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନିକିଆ ବିଶ୍ୱକପ ପ୍ରଥମ ମ୍ୟାଚରେ ନିୟୁଜଲ୍ୟାଣ୍ଡ କୁ ୭୦ ରନରେ ହରାଇ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି ଭାରତ। ଆଉ ଏହି ମ୍ୟାଚରେ ସାଜିଛନ୍ତି ମହମ୍ମଦ ସାମୀ। ଭାରତ ନିୟୁଜଲ୍ୟାଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଥିଲା।

କିନ୍ତୁ ସାମୀଙ୍କ ଟାର୍ଗେଟ ମାତ୍ର ୩୨୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଆଉ ଏହି ମ୍ୟାଚରେ ମହମ୍ମଦ ସାମୀ ସାତଟି ୱିକେଟ ନେଇଥିଲେ। ଆଉ କାଲି ଠାରୁ ଏପର୍ଯ୍ୟନ୍ତ ସାମୀଙ୍କୁ ନେଇ ବହୁତ ଚର୍ଚ୍ଚା ଲାଗିରହିଛି। ବିଶ୍ୱକପ ସେମି ଫାଇନାଲରେ କମାଲ କରିଥିବା ମହମ୍ମଦ ସାମୀଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ବେଶ୍ ସଂଘର୍ଷ ପୂର୍ଣ୍ଣ।
୨୦୧୦ରେ ମହମ୍ମଦ ସାମୀ ବଙ୍ଗଳା ରଞ୍ଜିରେ ଡେଭ୍ୟୁ କରିଥିଲେ। ୨୦୧୨ରେ କେକେଅର୍ ସିଓ ଲିଡର ହସିନ ଯାହାଙ୍କୁ ସାକ୍ଷାତ କରିବା ପରେ ୨୦୧୪ରେ ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହର ୪ ବର୍ଷ ପରେ ପତ୍ନୀଙ୍କ ସହିତ ସାମିଙ୍କ ସଂପର୍କ ଖରାପ ହେବାରୁ ଲାଗିଥିଲା।

ତାଙ୍କ ନାମରେ ଫିକ୍ସିଂ ସହିତ ଅନେକ ଗୁରୁତ୍ଵ ଅଭିଯୋଗ କରିଥିଲେ ଯାହାକୁ ନେଇ ଅନେକ ଆଲୋଚନା ସମାଲୋଚନା ଭିତର ଦେଇ ଗତି କରିବାକୁ ପଡ଼ିଥିଲା ସାମୀଙ୍କୁ। ତେବେ ହସିନ ଯାହା ସାମି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ୨୦୧୮ରେ ଘରୋଇ ହିଂସା ଆଉ ଯୌ-ନ ନି-ର୍ଯା-ତ-ନା ଆଣିଥିଲେ।
ଆଉ ତା'ପରେ ସାମିଙ୍କ ଏକ୍ସଟ୍ରା ମେରିଟାଲ ଆଫର୍ସକୁ ନେଇ ଆରୋପ ଲଗାଇଥିଲେ ପତ୍ନୀ। ତେବେ ୨୦୧୮ରେ ହସିନ୍ ସାମୀଙ୍କ ଠାରୁ ମାସିକ ୧୦ ଲକ୍ଷ ଟଙ୍କାର ଅର୍ଥ ରାଶି ପାଇବା ପାଇଁ ଦାବି କରିଥିଲେ।

ସେଥିରୁ ହସିନ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ବାବଦରେ ୭ ଲକ୍ଷ ଟଙ୍କା ଏବଂ ଦୁଇଝିଅଙ୍କ ଭରଣପୋଷଣ ଲାଗି ୩ ଲକ୍ଷ ଟଙ୍କା ଦାବି କରିଥିଲେ। ହସିନ ସାମି ଏବଂ ତାଙ୍କ ପରିବାର ବିରୁଦ୍ଧରେ ଯାଦବପୁର ଥାନାରେ ଅଭିଯୋଗ କରିଥିଲେ। ଏହି ସମୟରେ ଡିପ୍ରେସନରେ ରହି ଜୀବନ ହାରିଦେବାକୁ ଚାହୁଁଥିଲେ ସାମି।
୨୦୨୦ରେ ସାମି ରୋହିତ ଶର୍ମାଙ୍କ ସହିତ ଇନଷ୍ଟାଗ୍ରାମ ଚାଟରେ ଏହି ବିଷୟରେ ଯେତେବେଳେ ଆଲୋଚନା କରିଥିଲେ ସେତେବେଳେ ସାମି କହୁଥିଲେ ସେ ଜୀବନ ହାରି ଦେବାକୁ ଚାହୁଁଥିଲେ। ଆଉ ଏବେ ହେଉଛି ୨୦୨୩ ଏହି ୨୦୨୩ରେ ଏଭଳି କିଛି ଚାମତ୍କର କରିଛନ୍ତି ସାମି।
ତିନି ବର୍ଷର ବ୍ୟବଧାନ ଭିତରେ ଏଭଳି କିଛି ସାମୀ ନିଜକୁ ବଦଳାଇ ଦେଇଛନ୍ତି। ଆଉ ଏବେ ସେହି କଥାକୁ ମନେପକାଉଛନ୍ତି ରୋହିତ। କାରଣ ରୋହିତଙ୍କ ସହିତ ଭିଡିଓ କଲରେ କଥା ହେଉଥିଲେ ସାମି। ଆଉ ଜୀବନର ସବୁ ଦୁଃଖ କହିଥିଲେ ସାମି ରୋହିତଙ୍କୁ। ଆଉ ସାରା ବିଶ୍ଵ ଏବେ ସାମୀଙ୍କୁ ନେଇ ପ୍ରଶଂସା କରୁଛି।