ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତିୟ କ୍ରିକେଟ୍ ଫ୍ୟାନ ମାନଙ୍କୁ ଏକ ବହୁତ୍ ବଡ଼ ଝଟକା ଲାଗିଛି। ନିକଟରେ ଆଉ ସେମାନେ ଦେଖି ପାରିବେ ନାହିଁ ଫାଷ୍ଟ ବୋଲର ମହମ୍ମଦ ଶାମି ଙ୍କ ଆଟେକ୍।
ପ୍ରାୟ ୭ ରୁ ୮ ମାସ ସେ ଆଉ କୌଣସି ମ୍ୟାଚ୍ ଖେଳି ନପାରନ୍ତି। ଆଇପିଏଲ୍,t 20 ବିଶ୍ଵ କପ୍ ଭଳି ସେ ଆଉ ବଡ ବଡ ମ୍ୟାଚ୍ ଖେଳି ନ ପାରନ୍ତି। ଏବେ ଆଉ ଏହି ଷ୍ଟାର ବୋଲର ଶାମି ନଖେଳିବା ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଗୋଇଠି ଜନିତ ସମସ୍ୟା ଯୋଗୁଁ ବ୍ରିଟେନ ରେ ତାଙ୍କର ସର୍ଜରୀ ହେବ। ପ୍ରଥମେ ଇଯେକ୍ସନ୍ ଦ୍ବାରା ତାଙ୍କ ଗୋଇଠି ସମସ୍ୟା ସମାଧାନ ହୋଇଯିବ ବୋଲି ଏହା କୁହା ଯାଉଥିଲା।
ହେଲେ ଇଞ୍ଜେକସନ କାମ ନଦେବାରୁ ଏବେ ତାଙ୍କର ଅପରେସନ ହେବା କଥା କୁହା ଯାଉଛି। ଆହତ କାରଣରୁ ସେ ଇଂଲଣ୍ଡ ବିପକ୍ଷରେ ହୋଇଥିବା ଟେଷ୍ଟ ସିରିଜ୍ ରୁ ବାଦ୍ ପଡ଼ିଥିବା ଏହି ୩୩ ବର୍ଷୀୟ ଶାମି ଶେଷ ଥର ପାଇଁ ଦିନିକିଆ ବିଶ୍ଵ କପ୍ ରେ ନଜର ଆସିଥିଲେ।
ଏହାପରେ ବିଶ୍ରାମ ଓ ଆହାତ କାରଣ ବଶତଃ ସେ ଜାତୀୟ ଟିମ ରୁ ସଂପୂର୍ଣ୍ଣ ଭାବରେ ବାହାରେ ଅଛନ୍ତି। ମହମ୍ମଦ ଶାମି ଆଇପିଏଲ୍ ରେ ଗୁଜୁରାଟ ଟାଇଟନ୍ସ ରେ ଖେଳୁଛନ୍ତି। ଚଳିତ ସିଜିନ ରେ ଗୁଜୁରାଟ ଟାଇଟନ୍ସ ର ଫ୍ୟାନ ମାନେ ତାଙ୍କୁ ମିସ କରିବେ।
ଏଭଳି କି ଦିନିକିଆ ବିଶ୍ଵ କପ୍ ରେ ଭଲ ପ୍ରଦର୍ଶନ କରିଥିବା ମହମ୍ମଦ ଶାମି T 20 ବିଶ୍ଵ କପ୍ ରେ ନଖେଳିବା ଖବର ଏବେ ଉଭୟ ଭାରତ ଓ କ୍ରିକେଟ ଫ୍ୟାନ ମାନଙ୍କୁ ସଂପୂର୍ଣ୍ଣ ଭାବରେ ନିରାଶ କରିଛି।
ଜାତୀୟ ଗଣମାଧ୍ୟମ ଅନୁସାରେ ସେ ସର୍ଜରୀ ପରେ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ସେ ଫିଟ୍ ହୋଇ ଯିବେ। ଜାନୁଆରୀ ଶେଷ ସପ୍ତାହରେ ସେ ଶେଷ ଥର ପାଇଁ ଗୋଇଠି ଇଞ୍ଜେକସନ ନେବାକୁ ଶାମି ବ୍ରିଟେନ ରେ ଥିଲେ।
ତିନି ସପ୍ତାହ ପରେ ସେ ହାଲୁକା ରନିଂ କରିବେ। ଏହାପରେ ଯାଇ ସେ ଫିଟନେସ ଟେଷ୍ଟ ଦେବାକୁ ସକ୍ଷମ ହେବେ ବୋଲି ମଧ୍ୟ ଡ଼ାକ୍ତର ଏହା କହିଥିଲେ। ଆଉ ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।