ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।

ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ଜଣେ ଧନୀ ଆଇଏଏସ ଅଫିସର ଯିଏକି ଦରମା ନିଅନ୍ତି ମାତ୍ର ଏକ ଟଙ୍କା। ସେ କେବେ ହେଲେ ମଧ୍ୟ ଗର୍ବ କରନ୍ତି ନାହିଁ। ବରଂ ସେ ଖୁସୀ ଖୁସୀ ରେ ମାତ୍ର ଏକ ଟଙ୍କା ଦରମା ନିଅନ୍ତି।
ତାଙ୍କର ସମସ୍ତ ଟଙ୍କା ଖର୍ଚ୍ଚ କରନ୍ତି ତାଙ୍କର ପାଇଲଟ ପତ୍ନୀ। ୨୦୨୪ ବ୍ୟାଚ ର ଆଇଏଏସ ଅଫିସର ଅମିତ୍ କଟରିଆ। ସେ ୟୁପିଏସି ରେ ଅଲ୍ ଇଣ୍ଡିଆ ରାଙ୍କ୍ ୧୮ ରେ ଥିଲେ। ହରିୟଣା ର ଗୁରଗାଁ ରେ ସେ ରହୁଥିବା ବେଳେ ଅମିତ୍ ଦେଶର ଶୀର୍ଷ ଦଶଜଣ

ଆଇଏଏସ ଅଫିସର ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ବୋଲି ଜଣା ପଡିଛି। ତାଙ୍କର ପତ୍ନୀ ଅସ୍ମିତା ହାଣ୍ଡା ଜଣେ ପାଇଲଟ ମଧ୍ୟ। ଅମିତ୍ ଙ୍କ ବାପା ହେଇଛନ୍ତି ଜଣେ ଅବସର ପ୍ରାପ୍ତ ଶିକ୍ଷକ। ଏହା ସହ ତାଙ୍କର ଭାଇ ହେଉଛନ୍ତି ଜଣେ ବିଜିନେସ ମ୍ୟାନ।
ତାଙ୍କର ଜୀବନ ଓ ଜୀବିକା ଚଳାଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସମ୍ପତ୍ତି ମଧ୍ୟ ରହିଛି। ସେ ଦେଶର ପରିବର୍ତନ ଆଣିବା ପାଇଁ ଆଇଏଏସ ଅଫିସର ହୋଇଛନ୍ତି। ସେ ରୋଜଗାର କରିବା ପାଇଁ ଆଦୌ ହେଲେ ମଧ୍ୟ ଆଇଏଏସ ଅଫିସର ହୋଇ ନାହାଁନ୍ତି।
ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୮ କୋଟି ଟଙ୍କା ଥିବା ବେଳେ ଏହି ସମ୍ପତ୍ତି ରୁ ସେ ବାର୍ଷିକ ୨୪ ଲକ୍ଷ ଟଙ୍କା ଆୟ ମଧ୍ୟ କରୁଛନ୍ତି। ଆଉ ସେ ଆଇଏଏସ ର ବେତନ ମାତ୍ର ୧ ଟଙ୍କା ନେଇ ଖୁବ ଚର୍ଚ୍ଚା ରେ ରହିଛନ୍ତି। ତାଙ୍କ ସମ୍ପର୍କରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।