ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ସାରଥି ବାବାଙ୍କୁ ତ ଜାଣିଥିବେ ।
ଏହି ବାବା ଜଣକ ବହୁତ ପ୍ରସିଦ୍ଧ ଥିଲେ । ତାଙ୍କୁ ଲୋକମାନେ ଦେଖିବାକୁ ଲମ୍ବା ଲାଇନ୍ ଲଗାଉଥିଲେ । ରାତିରୁ ବାବାଙ୍କର ଦର୍ଶନ ପାଇବା ପାଇଁ ବା ଟିକେ ଝଲକ ଦେଖିବା ପାଇଁ ଲମ୍ବା ଲାଇନ୍ ଲାଗିଥିଲା ।
ତାଙ୍କର ଅନେକ କଥା ମଧ୍ୟ ସାମ୍ନାକୁ ଆସିଥିଲା । ସେ ଯେତେବେଳେ ପୁରୀ ଯାଇଥିଲେ ସେଠାରେ ସେ ରଥ ଉପରେ ବସିଥିଲେ । ଆଉ ଯେବେ ଜଣାପଡ଼ିଲା ସେ ଏଭଳି କାମ କରିଛନ୍ତି ସେତେବେଳେ ସମସ୍ତ ଜଗନ୍ନାଥ ପ୍ରେମୀ ଆଘାତ ହେଇଥିଲେ ।
ଲୋକମାନେ ଅନେକ ପ୍ରକାରର ମତ ଦେଉଛନ୍ତି ସାରଥୀ ବାବାଙ୍କୁ ନେଇ । କିଏ ବିତୃଷ୍ଣା ଭାବ ଝାଡ଼ୁଥିବା ବେଳେ ଆଉ କିଏ ଏବେ ମଧ୍ୟ ସବୁ କଥା ଜାଣିବା ପରେ ସାରଥୀ ବାବାଙ୍କୁ ଭଗବାନଙ୍କ ସହିତ ତୁଳନା କରୁଛନ୍ତି ।
ସାରଥୀ ବାବା ଏଭଳି କାମ କରିବା ପରେ ମଧ୍ୟ ଭୁଲ ମାଗି ନଥିଲେ କାରଣ ସେ ଲୋକଙ୍କ ଠାରୁ ସମର୍ଥନ ପାଇଥିଲେ । କେହି କେହି କହିଥିଲେ କି ଯାହା କହୁଛ କୁହ ପ୍ରଭୁ ଜଗନ୍ନାଥଙ୍କୁ ନେଇ କିଛି କୁହ ନାହିଁ ।
ଆଉ ପଭୁ ଜଗନ୍ନାଥଙ୍କୁ ନେଇ କେହି କିଛି କୁହନ୍ତୁ ନାହିଁ । ଏବେ ଲୋକମାନେ କହୁଛନ୍ତି କି ଦୈତାରୀ ପଣ୍ଡା ଏଭଳି କାମ କରିଛନ୍ତି ତାଙ୍କର କଣ ହେବ । ବିଭିନ୍ନ ସ୍ଥାନର କହିବା କଥା, ବିଭିନ୍ନ ଅନୁଷ୍ଠାନର କହିବା କଥା ଦୈତାରୀ ପଣ୍ଡା ଭୁଲ କରିଛନ୍ତି ।
ଯାତ୍ରା ଜଗତର କଳାକାର ଦୈତାରୀ ପଣ୍ଡା ଏବେ ଭୁଲ ମାଗନ୍ତୁ ବୋଲି ସମସ୍ତେ କହୁଛନ୍ତି । ଦୈତାରୀ ପଣ୍ଡା ବଡ କଳାକାର ହେବାର ଗର୍ବ ଆଉ ଗୌରବ ଭାଙ୍ଗି ବଡ଼ଦାଣ୍ଡକୁ ଆସୁ । ବଡ଼ଦାଣ୍ଡକୁ ଆସି ଆଣ୍ଠେଇ ପଡୁ ।
ପ୍ରଭୁ ଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା କରୁ ବୋଲି ଲୋକମାନେ କହିଛନ୍ତି । ପ୍ରଭୁ ଜଗନ୍ନାଥଙ୍କୁ କ୍ଷମା ମାଗିବା ପରେ ଭଗବାନ ତାଙ୍କୁ କ୍ଷମା କରିବେ । ନହେଲେ ତାଙ୍କର ଅବସ୍ଥା ସନ୍ତୋଷ ରାଉଳ ଅଥବା ସାରଥୀ ବାବାଙ୍କ ଭଳି ହେବ । ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି ।