ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ଅତି ଶୋଚନୀୟ ଭାବରେ ପରାସ୍ତ କରିଛି। ତେବେ ମ୍ୟାଚ ଶେଷ ପରେ ଭାରତୀୟ ଖେଳାଳି ମାନେ ଭାବ ବିହୋଳ ହୋଇ ଯାଇଥିଲେ।

ତେବେ ୨୦୧୯ରେ ପୁରା ଦଳ କାନ୍ଦିଥିଲା ୨୦୨୩ରେ ବି ପୁରା ଦଳ କାନ୍ଧିଛି। ସମସ୍ତଙ୍କ ଆଖିରେ ଆଜି ଲୁହ ଝରିଛି ସବୁ ସ୍ବପ୍ନର ଅନ୍ତ ଘଟିଛି। ପୁଣିଥରେ ଅପେକ୍ଷା ଆହୁରି ୪ ବର୍ଷକୁ ହେଲେ ବିରାଟ ଓ ରୋହିତଙ୍କର ଥିଲା ଶେଷ ବିଶ୍ୱକପ ଜିତିବାର ସ୍ବପ୍ନ।
ଯୋଉ ସ୍ଵପ୍ନକୁ ଅଷ୍ଟ୍ରେଲିଆ ପୁରା ଧୂଳିସାତ କରିଦେଇଛି। ଶେଷ ବିଶ୍ୱକପକୁ ବି ହତେଇ ପାରିଲେନି ରୋହିତ ଶର୍ମା। ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାସ୍ତ ହୋଇ ଏବେ ସମସ୍ତଙ୍କ ଆଖିରେ ଲୁହ ପଡିଆରେ ବିରାଟଙ୍କ ଠାରୁ ଆରମ୍ଭ କରି ରୋହିତ ସମସ୍ତେ କାନ୍ଦିବାକୁ ଲାଗିଛନ୍ତି।
ଯେଉଁ ସ୍ବପ୍ନକୁ ଆଉ ସେ କେବେବି ପୁରା କରିପାରିବେ ନାହିଁ ସେଥିପାଇଁ ରୋହିତ ଏବଂ ବିରାଟ କାନ୍ଦି ପକେଇଲେ ପଡ଼ିଆ ଉପରେ। ରୋହିତ ଏବଂ ବିରାଟଙ୍କର ଏ ଥିଲା ଶେଷ ବିଶ୍ଵକପ।

ଏହାପରେ ସେ ବୋଧହୁଏ ଆଉ ବିଶ୍ଵକପ ନଖେଳିପାରନ୍ତି। ଆନ୍ତର୍ଜାତୀୟ କ୍ରିକେଟ ଦଳରୁ ବୋଧହୁଏ ଇସ୍ତଫା ଦେଇପାରନ୍ତି ରୋହିତ ଏବଂ ବିରାଟ। ସେଥିପାଇଁ ବହୁତ ଚେଷ୍ଟା କରିଥିଲେ ମ୍ୟାଚ ଜିତିବା ପାଇଁ କିନ୍ତୁ ବିଶ୍ଵକପ ଜିତି ପାରିଲେ ନାହିଁ।
ପୁରା ଭାରତୀୟ ଦଳ ଆଜି କାନ୍ଦିଛି। ବିରାଟଙ୍କ ଠାରୁ ରୋହିତ ସମସ୍ତେ ଭାଙ୍ଗି ପଡିଛନ୍ତି। ସମସ୍ତେ ଜାଣିଛନ୍ତି ଆଗକୁ ଆଉ ଏମିତି ସୁଯୋଗ ଆସିନପାରେ ସେଥିପାଇଁ ଏମିତିକା ଭାବବିହୁଳିତ ଚିତ୍ର ଦେଖିବାକୁ ମିଳିଛି ଏବେ ଭାରତୀୟ କ୍ରିକେଟ୍ ଖେଳରେ।
ଭାରତକୁ ନିଜ ଘରେ ଆସି ପରାସ୍ତ କରିଦେଇଛି ଅଷ୍ଟ୍ରେଲିଆ। ଷଷ୍ଠଥର ପାଇଁ ବିଶ୍ଵକପ ବିଜେତା ହୋଇଛି ଅଷ୍ଟ୍ରେଲିଆ। ତେବେଭାରତ ପ୍ରଥମେ ବ୍ୟାଟିଂ କରି ସବୁଠାରୁ ଲୋ ସ୍କୋର ୨୪୦ ରନ।
ଭଲ ଫର୍ମରେ ଥିବା ଭାରତ ଫାଇନାଲରେ ପୁରା ବିଫଳ ହୋଇଥିଲା। ନିଜ ଖରାପ ରଣନୀତି ଏବଂ ନିଜ ଖରାପ ବିଲ୍ଡିଂ ପରାସ୍ତ ହୋଇଛି ଭାରତ।