Feb 20, 2024, 09:58 IST

ସଂସଦ ରେ ଅନୁଭବ ଦେଲେ ନିଜର ଶେଷ ଭାଷଣ..ଭଲ ନେତା ହୁଏ କି ନ ହୁଏ,ଭଲ ମଣିଷ ଜରୁର ହେବି..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଅଭିନେତା ଅନୁଭବ ମହାନ୍ତି ଙ୍କ ସଂସଦ ରେ ଶେଷ ଭାଷଣ ଖୁବ ଭାଇରାଲ୍ ହେବାରେ ଲାଗିଛି। ପ୍ରଥମେ ଅଭିନେତା ଅନୁଭବ ମହାନ୍ତି ସେଠାରେ ଉପସ୍ଥିତ ଥିବା ବାଚସ୍ପତି ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
Special report
ଏଭଳି କି ସମସ୍ତ ଦଳର ନେତା ମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଆଉ ସଦନ ରେ ତାଙ୍କର ପାଞ୍ଚ ବର୍ଷ କିଭଳି ଭାବରେ ବିତିଗଲା ତାହା ସେ ଆଦୌ ଜାଣି ପାରିଲେ ନାହିଁ।
ଏବଂ କହିଥିଲେ କି ଏହି ସଦନରେ ତାଙ୍କର କାର୍ଯ୍ୟକାଳ ଖୁବ ଐତିହାସିକ ଥିଲା କାରଣ ସେଠାରେ ଅନେକ ଐତିହାସିକ ବିଲ୍ ପାସ ହୋଇଥିଲା। ଆଉ ସମସ୍ତଙ୍କୁ ଏହା ଅନୁରୋଧ କରି କହିଥିଲେ କି
ଆଗକୁ ଯେତେ ବର୍ଷ ବି ଏହି ସଂସଦ ଚାଲିବ ତାହା ଖୁବ ଭଲ ଭାବରେ ଚାଲୁ। ଏଥି ସହ ସେ ତାଙ୍କ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ବିଜୁ ଜନତା ଦଳର ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ ଦେଇଥିଲେ।
Special report
କେନ୍ଦ୍ରାପଡ଼ା ବାସୀ ଙ୍କୁ ଖୁବ ଧନ୍ୟବାଦ ଦେଇଛନ୍ତି କାରଣ ତାଙ୍କ ପାଇଁ ହିଁ ଆଜି ସେ ଏହି ପଦରେ ଅଛନ୍ତି। ଓଡ଼ିଶାର ସମସ୍ତ ଲୋକ ମାନଙ୍କୁ ସେ ଏହି ବିଶ୍ବାସ ଦେଇଛନ୍ତି କି ଆଗକୁ ଆସୁଥିବା ସମୟରେ ମଧ୍ୟ କଠିନ ପରିଶ୍ରମ କରିବେ।
ଯେତିକି କଠିନ ପରିଶ୍ରମ ସେ ଆଜି ପର୍ଯ୍ୟନ୍ତ କରି ଆସୁଛନ୍ତି ସେଭଳି ହିଁ ପରିଶ୍ରମ ସେ ନିହାତି ଭାବରେ ଆଗକୁ ମଧ୍ୟ ଜାରୀ ରଖିବେ। ଏଭଳି ସମସ୍ତଙ୍କ ପାଇଁ ସେ ଖୁବ୍ ମଙ୍ଗଳ କାମନା ମଧ୍ୟ କରିଥିଲେ।
ଶେଷରେ ସେ କହିଥିଲେ କି ସେ ନେତା ଭାବରେ ଭଲ ନେତା ହୁଅନ୍ତୁ କି ନ ହୁଅନ୍ତୁ ହେଲେ ସେ ଭଲ ମଣିଷ ଭାବରେ ଏହି ଦୁନିଆ ଛାଡ଼ିବାକୁ ଚାହୁଁ ଛନ୍ତି। ଏହି ଆଶୀର୍ବାଦ ସେ ଲୋକ ମାନଙ୍କ ନିକଟରୁ ମାଗି ଥିଲେ।
ଏଭଳି ସଂସଦ ରେ ଶେଷ ଭାଷଣରେ ଅନୁଭବ ମହାନ୍ତି ଅନେକ କିଛି କହିଥିଲେ। ତେବେ ଏହାକୁ ଶୁଣି ସାରିବା ପରେ ଏହା ଆପଣଙ୍କୁ କିଭଳି ଲାଗିଲା ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement