ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ନିଜ ସ୍ବାର୍ଥ ପୁରଣ କରିବା ପାଇଁ କିଛି ଲୋକ ମାନେ ନିଜ ପରିବାର ଲୋକ ଙ୍କୁ ହ-ତ୍ୟା କରି ଦେଉଛନ୍ତି।ଆମେ ଆଜି ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।
ଏହି ଘଟଣା ଟି ଘଟିଛି ସାଲେପୁର ଅଞ୍ଚଳ ରେ।ଏଠାରେ ପୂର୍ବ ଶତୃତା କୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ଦାଦା ଙ୍କୁ ହତ୍ୟା କରିଛି।ଏଥିରେ କେବଳ ଜଣେ ନ ଥିଲେ ଅଭିଯୁକ୍ତ ଙ୍କ ର ସାଙ୍ଗ ମାନେ ମଧ୍ୟ ନିଯୁକ୍ତ ଥିଲେ।
ସୂଚନା ଅନୁସାରେ ସାଲେପୁର ଅଞ୍ଚଳ ର ଭରତ ପୃଷ୍ଟି ନାମକ ଜଣେ ବ୍ୟକ୍ତି ନିଜ ସାଙ୍ଗ ମାନଙ୍କ ସହିତ ମିଶି ଏକ କୁଡ଼ିଆ ଘର ପାଖରେ ଭୋଜି ର ଆୟୋଜନ କରିଥିଲେ।ଭୋଜି କରି ସାରିଲା ପରେ ଅଭିଯୁକ୍ତ ଭରତ ପୃଷ୍ଟି ତାଙ୍କ ସାଙ୍ଗ ମାନଙ୍କୁ କହି ଥିଲେ କି ଆଜି ମୋର ଦାଦା ହରି ହର ପୃଷ୍ଟି କୁ ହତ୍ୟା କରିବା।
ଏହା ପରେ ତାର ସାଙ୍ଗ ମାନେ ସମସ୍ତେ ରାଜି ହୋଇ ଯାଇଥିଲେ। ଏବଂ ସଙ୍ଗେ ସଙ୍ଗେ ବାହାରି ପଡ଼ି ଥିଲେ ହରି ହର କୁ ମାରିବା ପାଇଁ ।ଶେଷ ରେ ସେମାନେ ନିଜ ପ୍ଲାନ୍ ରେ ସଫଳ ମଧ୍ୟ ହୋଇ ଗଲେ।
ପୂର୍ବ ଶତୃତା କୁ କେନ୍ଦ୍ର କରି ଭରତ ଓ ତାର ସାଙ୍ଗ ମାନେ ହରି ହର କୁ ହତ୍ୟା କଲେ।ଯାହା ଫଳ ରେ ଘଟଣା ସ୍ଥଳ ରେ ହରି ହର ର ମୃତ୍ୟୁ ଘଟିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେହି ୫ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି।
ସେହି ଅଭିଯୁକ୍ତ ମାନେ ହେଲେ ଭରତ ପୃଷ୍ଟି,ଦୀପକ କୁମାର ବେହେରା,ରବୀନ୍ଦ୍ର ସାହୁ,ଲକ୍ଷ୍ମୀ ଧର ସାହୁ,ବିର କିଶୋର ସାହୁ।ଏମାନଙ୍କ ମଧ୍ୟ ରୁ ଭରତ ପ୍ରଥମେ ଟାଙ୍ଗିଆ ଧରି ତାଙ୍କ ଦାଦା ଙ୍କୁ ଆ-କ୍ର-ମ-ଣ କରିଥିଲା।
ଏହାକୁ ତାଙ୍କ ଖୁଡି ଅଟକାଇବା ପାଇଁ ଆସିଲା ବେଳକୁ ସେ ତାଙ୍କୁ ମଧ୍ୟ ଆ-କ୍ର-ମ-ଣ କରିଥିଲା।ଘଟଣା ସ୍ଥଳ ରେ ହରି ହର ମୃ-ତ୍ୟୁ ବରଣ କରିଥିଲା।
ପୋଲିସ ପହଞ୍ଚି ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।ଓ ଅଭିଯୁକ୍ତ ମାନଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି। ଏବଂ ସେମାନଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଗ୍ରାମ ବାସି ମାନେ ଦାବି କରିଛନ୍ତି।