ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍ପାଟ୍ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। କେତେ ବେଳେ ସହର ଭିତରେ ତ ପୁଣି କେତେ ବେଳେ ଅପର୍ଟମେଣ୍ଟ ରେ।

ଦିନକ ତଳେ ଇନ୍ଫୋସିଟି ଅଞ୍ଚଳରେ ଗୋଟିଏ ଆପାର୍ଟମେଣ୍ଟରେ ଲୁଟପାଟ୍ ହୋଇଥିଲା। ଗତ ରାତିରେ ପୁରୀ ବାଇପାସ୍ ରୋଡ୍ରେ ଏକ ଅଟୋ ଶୋ’ ରୁମ୍ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣିଥିବା ସୂଚନା ମିଳିଛି।
ତେବେ ବନ୍ଧୁଗଣ ସାମ୍ନାକୁ ଆସିଲା ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡଙ୍କୁ ଆ-କ୍ର-ମ-ଣ-ର ଦୃଶ୍ୟ। ଦୁର୍ବୃତ୍ତମାନେ ବିଚ୍ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ବିଳମ୍ବିତ ରାତିରେ ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ। ପୁରୀକୁ ବାଇପାସ ରୋଡରେ ଯିବା ରାସ୍ତାରେ ଥିବା ମଂଗରାଜ ପଏଣ୍ଟରେ ଏହି ଘଟଣା ଘଟିଛି। ପାଣି ମାଗିବା ବାହାନାରେ ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସଙ୍କ ପାଖକୁ ଆସିଥିଲେ ଦୁର୍ବୃତ୍ତ।

ଏହା ପରେ ତାଙ୍କଠାରୁ ମୋବାଇଲ୍ ଛଡାଇବାକୁ ଉଦ୍ୟମ କରଥିଲେ। ସେ ମୋବାଇଲ୍ ନଦେବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଖ-ଣ୍ଡାରେ ତାଙ୍କ ଉପରେ ଆ-କ୍ର-ମ-ଣ କରି ଚାଲିଥିଲେ ଦୁର୍ବୃତ୍ତ।
ଏଥିରେ ଗୁରୁତର ହୋଇଛନ୍ତି ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତିନି ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଗୌରଙ୍ଗଙ୍କ ଉପରେ ନିର୍ମମ ଭାବେ ଖଣ୍ଡାରେ ଆ-କ୍ର-ମ-ଣ କରିଥିଲେ ।
ଏହାପରେ ସେମାନେ ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, କେ-ୱାନ୍ ସିକ୍ୟୁରିଟି ଏଜେନ୍ସିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଗୌରାଙ୍ଗ ଦାସ। ଏକ ଅଟୋ ସୋ ରୁମ୍ ରେ ଡିୟୁଟି କରୁଥିବା ଅବସ୍ଥାରେ ଏହି ଘଟଣା ଘଟିଛି।
ତାଙ୍କ ଘର ଯାଜପୁର ଅଞ୍ଚଳର ବୋଲି କୁହାଯାଉଛି। ସେପଟେ ଆଜି ସିକ୍ୟୁରିଟି ଗାର୍ଡଙ୍କର ବୟାନ ରେକର୍ଡ କରିବ ପୋଲିସ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ କେଉଁ ପରିସ୍ଥିତିରେ ଓ କାହିଁକି ଆ-କ୍ର-ମ-ଣ ହୋଇଛି ଏହାର ତଦନ୍ତ କରିବ।