ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତା ବବି ମିଶ୍ର ଓ ବିଦୁସ୍ମିତା ଙ୍କୁ ଭଲ ଭାବେ ଜାଣି ଥିବେ।ଉଭୟ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଅନେକ ଥର ଏକାଠି ଦେଖିବାକୁ ମିଳି ଛନ୍ତି।ଉଭୟ ଜଣେ ଜଣେ ଭଲ କଳାକାର।ଲୋକ ମାନେ ତାଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରନ୍ତି।

ଆପଣ ମାନେ ସମସ୍ତେ ଜାଣି ଥିବେ ବବି ମିଶ୍ର ବଙ୍ଗୀୟ ସୁନ୍ଦରୀ କୋଏଲ ବାନାର୍ଜୀ ଙ୍କୁ ବିବାହ କରିଥିଲେ।ହେଲେ ଉଭୟ ଙ୍କ ବିବାହ ବେଶୀ ଦିନ ତିଷ୍ଠି ରହି ପାରି ନ ଥିଲା।ସେମାନେ ପରଷ୍ପର ଠାରୁ ସବୁଦିନ ପାଇଁ ଅଲଗା ହୋଇ ଗଲେ।
କୋଏଲ ବାନାର୍ଜୀ ନିଜର ନୂତନ ଜୀବନ ଆରମ୍ଭ କରି ସାରିଥିବା ସମୟ ରେ ବବି ମିଶ୍ର ଆଜି ମଧ୍ୟ ଅବିବାହିତ ଅଛନ୍ତି।ନିକଟରେ ଦିପାବଳି ଅବସର ରେ ଏକ ଷ୍ଟେଜ ଶୋ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ଓ ଏହି କାର୍ଯ୍ୟକ୍ରମ ରେ ଅଭିନେତ୍ରୀ ବିଦୁସ୍ମିତା ମଧ୍ୟ ଥିଲେ।ଉଭୟ ଲୋକ ଙ୍କୁ ବହୁତ ସମୟ ଧରି ହସାଇ ଥିଲେ।ଓ କିଛି ଯୁବତୀ ମାନେ ବବି ମିଶ୍ର ଙ୍କ ସହିତ ସେଲ୍ଫି ନେଇଥିଲେ। ଏବଂ ଏଥିରେ ସମସ୍ତେ ବହୁତ ଖୁସି ଥିବାର ଦେଖା ଯାଇଥିଲା।

ବବି ମିଶ୍ର ଅନେକ ସମୟ ଧରି ବିଦୁସ୍ମିତା ଙ୍କ ପାଇଁ ଏକ ଗୀତ ଗାଇ ଥିଲେ।ଯାହାକୁ ନେଇ ଦର୍ଶକ ମାନେ ଖୁବ୍ ମଜା ମସ୍ତି କରିଥିଲେ।ଏହି ସମୟ ରେ ବିଦୁସ୍ମିତା କହିଥିଲେ କି ସେ ଏପରି କୌଣସି ଅଭିନେତା ଦେଖି ନାହାନ୍ତି
ଯିଏ କି ଏତେ ସମୟ ଧରି ଦର୍ଶକ ମାନଙ୍କୁ ହସାଇ ଥିବେ।ସେ ଜଣେ ବହୁତ ଭଲ ଲୋକ।ଲୋକ ମାନେ ବବି ମିଶ୍ର ଙ୍କ ବିଷୟ ରେ ଯାହା ବି କୁହନ୍ତୁ।
ସେ କେମିତିକା ମଣିଷ ତାହା ଆମେ ଜାଣି।ସେ ଆମର ବଡ ଭାଇ ଭଳି।ଆମେ ସବୁବେଳେ ତାଙ୍କର ଭଲ ଚାହିଁବୁ।ବହୁତ ଜଲଦି ବବି ମିଶ୍ର ଙ୍କ ଜୀବନ ରେ ଆମ ନୂଆ ଭାଉଜ ଆସନ୍ତୁ ବୋଲି ବିଦୁସ୍ମିତା କହିଥିଲେ।ତାଙ୍କର ଏହି କଥା ରେ ଲୋକ ମାନେ ଖୁବ୍ ହସି ଥିଲେ।