Feb 6, 2024, 18:36 IST

ସମସ୍ତେ ମନା କରିଦେଲେ ହେଲେବି ବଞ୍ଚିଲା ବାଛୁରୀ ଦେଖନ୍ତୁ କେମିତି ହେଲା ଏମିତି ଚମତ୍କାର - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା କିଛି ଖବର ଜାଣି ପାରୁଛନ୍ତି । ସେ ମଣିଷ ଛୁଆ ହେଉ ବା ପଶୁ ଛୁଆ ଯେତେବେଳେ ତାର ଦେହ ଖରାପ ହୋଇଥାଏ ସେତେବେଳେ ସେମାନେ ବହୁତ କଷ୍ଟ ପାଇଥାନ୍ତି ।
Special report
ଏବେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଗୋଟିଏ ବାଛୁରୀ ଯିଏକି ଚାରିଦିନ ହେଲା ଜନ୍ମ ହୋଇଥିଲା ତାର ମଳଦ୍ୱାର ନଥିଲା । ଆଉ ସେ ଚାରିଦିନ ହେଲା ଝାଡା ବସି ପାରୁ ନଥିଲା । 
ବାଛୁରୀକୁ ନେଇ ବ୍ୟକ୍ତି ଜଣକ ଡାକ୍ତରଖାନାକୁ ନେଇଥିଲେ । ଏହି ବାଛୁରୀକୁ ନେଇ ବ୍ୟକ୍ତି ଜଣକ ସବୁ ପଶୁ ଡାକ୍ତରଖାନା ଯାଇଥିଲେ କିନ୍ତୁ କୌଣସି ବି ଡାକ୍ତର ଏହି ବାଛୁରୀଟିର ଚିକିତ୍ସା କରିପାରିବେ ନାହିଁ ବୋଲି କହିଥିଲେ ।
ଏବେ ଏହି ବାଛୁରୀଟିର କଥା ଶୁଣିଲେ ଭଗବାନ । ବାଛୁରୀ ପାଇଲା ନୂଆ ଜନ୍ମ । ବାଛୁରୀ ଭଲ ହୋଇଗଲା । ଶେଷରେ ମଳଦ୍ୱାର ଖୋଲି ନଥିବା ବାଛୁରୀଟିର ହେଲା ଅପରେସନ । ବାଛୁରୀଟିକୁ ଧରି ବ୍ୟକ୍ତି ଜଣକ ଏ ଚିକିତ୍ସାଳୟ ରୁ ସେ ଚିକିତ୍ସାଳୟକୁ ଯାଉଥିଲେ ।
Special report
ବାଛୁରୀକୁ ଧରି କାନ୍ଦୁଥିଲେ ବ୍ୟକ୍ତି ଜଣକ । ଏହି ବ୍ୟକ୍ତି ଜଣଙ୍କର କଥା କେହି ଶୁଣୁ ନଥିଲେ । ଏହି ବ୍ୟକ୍ତି ଜଣଙ୍କ ବାଛୁରୀର ଦୁଃଖ କାହାକୁ ଦେଖା ଯାଉ ନଥିଲା । ଶେଷରେ ଏହି ବ୍ୟକ୍ତି ଜଣକ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।
ଅନୁଗୁଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ ବ୍ୟକ୍ତି ଜଣକ । ଏହି ଖବର ଆସିବା ପରେ ଶେଷରେ ଜଣେ ସମାଜସେବୀ ଏହି ବ୍ୟକ୍ତି ଜଣଙ୍କୁ ସାହାଯ୍ୟ କରିଥିଲେ । ଏହି ସମାଜସେବୀ ଜଣକ ହେଉଛନ୍ତି ଚିନ୍ମୟୀ ଦାସ।  
ଏହାପରେ ସମାଜସେବୀ ଚିନ୍ମୟୀ ଦାସ ଏହି ବାଛୁରୀକୁ ନେଇଥିଲେ । ଆଉ ତାର ଅପରେସନ କରିଥିଲେ । ଯେତେବେଳେ କୌଣସି ବି ଡାକ୍ତର ତାଙ୍କର ଅପରେସନ କରିବେ ବୋଲି ନାହିଁ କରୁଥିଲେ ସେତେବେଳେ ଏହି ସମାଜସେବୀଙ୍କ ସହାୟତାରେ ବାଛୁରୀଟିର ଅପରେସନ ହୋଇଛି ।
ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଅନେକ ଡାକ୍ତର ଅନେକ କଥା କହିଥିଲେ । ଏହି ବାଛୁରୀର ମାଲିକ ସମାଜସେବୀ ଚିନ୍ମୟୀ ଦାସଙ୍କୁ ଧନ୍ୟବାଦ୍ ଦେଇଛନ୍ତି ।

Advertisement