ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ

ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ତେବେ ବନ୍ଧୁଗଣ ହାଇଦ୍ରାବାଦର ଜଣେ ବ୍ୟକ୍ତି ସହରର ମେଟ୍ରୋ ଷ୍ଟେସନରୁ ଏକ କ୍ୟାଡବରି ଡେରି ମିଲ୍କ ଚକୋଲେଟ କିଣିଥିଲେ। ଖାଇବାକୁ ଯାଉଥିବା ବେଳେ ଏଥିରେ ସେ ଏକ ବାହାରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ରବିନ୍ ଜୈଚିୟସ ଏକ ଭିଡିଓ ସେୟାର କରିଛନ୍ତି ।

ଏହି ଭିଡିଓ ସେୟାର କରି ରବିନ ଲେଖିଛନ୍ତି, 'ଆଜି ରତ୍ନଦୀପ ମେଟ୍ରୋ ଅମିରପେଟରୁ ମୁଁ କ୍ୟାଡବିରି ଚକଲେଟ କିଣିଥିଲି। ଏହାକୁ ଖାଇବାକୁ ଯାଉଥିବା ବେଳେ ଏଥିରେ ପୋକ ଚାଲୁଥିବା ମୁଁ ଦେଖିବାକୁ ପାଇଥିଲି।
ତାରିଖ ସମାପ୍ତ ହୋଇଯାଉଥିବା ସମାଗ୍ରୀଗୁଡିକ ଯାଞ୍ଚ କରାଯାଉଛି ତ? ସ୍ୱାସ୍ଥ୍ୟ ପାଇଁ ଏହା ବିପଜ୍ଜନକ ଅଟେ ।' ଏଥିପାଇଁ କିଏ ଦାୟୀ? ହାଇଦ୍ରାବାଦ ବ୍ୟକ୍ତିଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା।

ଏହାପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କ୍ୟାଡବରି ଚକଲେଟ କମ୍ପାନି ପରିଚାଳକଙ୍କୁ ଡକା ଯାଉ। ଆଉ ଉକ୍ତ ଚକଲେଟ ସ୍ୟାମ୍ପୁଲ ନେଇ ପରୀକ୍ଷା କରାଯାଉ।
ଏହି ଘଟଣାକୁ ଗମ୍ଭୀରତା ସହ ନିଆଯାଇ କମ୍ପାନି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତି ଆବଶ୍ୟକ। କ୍ଷତି ପୂରଣ ଦାବି କରି ଚକଲେଟ କମ୍ପାନି ବିରୋଧରେ ମାମଲା ରୁଜୁ କରାଯାଉ ବୋଲି କହିଛନ୍ତି।'