Oct 3, 2023, 12:17 IST

ହଁ ମୁଁ ଶାଳୀ କୁ ବାହା ହେଲି ,କଣ ହେଲା ସେଇଠୁ? - ୫୬ ବର୍ଷ ବୟସ ରେ ଶାଳୀ ମଥା ରେ ସିନ୍ଦୂର ଦେଲା ଭିଣେଇ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭଦ୍ରକ ଧାମନଗର ବ୍ଲକ ସରେଇ ପଞ୍ଚାୟତରେ ଦେଖିବାକୁ ମିଳିଛି ସ୍ତ୍ରୀ କୁ ଛାଡ଼ି ଦିବ୍ୟାଙ୍ଗ ଶାଳୀ ପ୍ରେମରେ ୫୬ ବର୍ଷିୟ ଭିଣୋଇର ପ୍ରେମ କାହାଣୀ।
Special report
୩୫ ବର୍ଷ ପୂର୍ବେ ମନୋରମା ଦାସଙ୍କୁ ବିବାହ କରିଥିଲେ ଚୁଡ଼ାକୁଟି ବିଦ୍ୟାଧରପୁର ଗ୍ରାମର ସ୍ୱର୍ଗତ ବଂଶୀଧର ଦାସ ଙ୍କ ୫୬ ବର୍ଷୀୟ ପୁଅ ରମାକାନ୍ତ ଦାସ। ଘରେ ତାଙ୍କର ୩୦ ବର୍ଷ ର ପୁଅ ୨୮ ବର୍ଷର ଝିଅ। ପୁଅ ବିବାହ କରି ନାତି ନାତୁଣୀ ଘରେ ଥାଉ ଥାଉ ବୃଦ୍ଧା ବୟସରେ ଶାଳି ପ୍ରେମରେ ପଡିଛନ୍ତି ରମାକାନ୍ତ। 
ଏଵଂ ସ୍ତ୍ରୀ ମନୋରମା ଦାସଙ୍କୁ ବିଭିନ୍ନ ନିର୍ଯ୍ୟାତନା ଦେଇ ଘରୁ ବିଦାକରି ଶାଳଙ୍କୁ ବିବାହ କରିଛନ୍ତି ରମାକାନ୍ତ। ସୁଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ମନୋରମା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ନ୍ୟାୟ ପାଇ ପାରି ନ ଥିଲେ।
ନ୍ୟାୟର ଅବହେଳାର ସୁଯୋଗ ନେଇ ଗତ ୨୬ ସେପ୍ଟେମ୍ବର ୨୩ ରିଖ ରାତି ୮ ଟା ସମୟରେ ଦୁଇଜଣ ବ୍ୟକ୍ତିଙ୍କୁ ସାଙ୍ଗରେ ଧରି ବିକଳାଙ୍ଗ ଶାଳୀକୁ ଶଶୁର ଘରୁ ଉଠାଇଆଣି ବିବାହ କରି ଘରେ ରଖିଛିନ୍ତି ରମାକାନ୍ତ। 
Special report
ଏବେ ୮୫ ବୟସରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ବୃଦ୍ଧ ବାପା। ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କିଛି ନ୍ୟାୟ ପାଉ ନଥିବାର ଅଭିଯୋଗ କରିଛନ୍ତି। ନି-ର୍ଯ୍ୟା-ତି-ତ ସ୍ତ୍ରୀ ନିଜର ହକ ପାଇବା ଆଶାରେ ଥାନାରେ ଗୁହାରି କରିବା ପରେବି ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ।
ବିକଳାଙ୍ଗ ଝିଅକୁ ଫେରି ପାଇବା ଆଶାରେ ବୃଦ୍ଧା ବାପା ଜଣକ ଥାନାରେ ଅଖିଆ ଅପିଆ ପଡ଼ି ରହିଛନ୍ତି। ଏବେ ଘଟଣା ଧାମନଗର ଥାନାରେ ପୋଲିସ ଏବେ ବୃଦ୍ଧ ଜଣଙ୍କୁ ୧୦ ଦିନ ସମୟ ଦେଇଛନ୍ତି।
ଯଦି ରମାକାନ୍ତ ନିଜ କଥାରୁ ନ ଓହରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ବୃଦ୍ଧ ଚିନ୍ତାମଣି ଜଣଙ୍କୁ ଓ ତାଙ୍କ ବଡ ଝିଅଙ୍କୁ କେବେ ନାୟ ମିଳୁଛି।
ତେବେ ବନ୍ଧୁଗଣ ୫୬ ବର୍ଷରେ ଘାରିଲା ଶାଳୀ ପ୍ରେମରେ ରମାକାନ୍ତ। ଆଉ ସ୍ତ୍ରୀ ପିଲାଛୁଆ ସଂସାର ଛାଡି ଶାଳି ସହ ରହିଲେ ରମାକାନ୍ତ। ତେବେ ବନ୍ଧୁଗଣ ବର୍ତ୍ତମାନ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Advertisement