Jan 25, 2024, 11:14 IST

୨୦୨୪ ରେ ସବୁ ଗରିବ ଙ୍କ ଘରେ ରହିବ ସୋଲାର, ଏଣିକି ଆଉ ରହିବନି ବିଜୁଳି ବିଲ ଟେନସନ୍

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରଭୁ ଶ୍ରୀ ରାମ ଙ୍କୁ ଦେଖିବା ପରେ ଏବେ ସମସ୍ତଙ୍କ ନଜର ସୁର୍ଯ୍ୟ ଙ୍କ ଉପରେ। ପ୍ରଭୁ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରି ସାରିଛନ୍ତି।
Special report
ରାମ ଙ୍କ ପରେ ଏବେ ସୂର୍ଯ୍ୟ ମନ୍ଦିର ନେଇ ଘୋଷଣା କରିଛନ୍ତି। ଦେଶର ଏକ କୋଟି ଘରେ ଲାଗିବ ସୋଲାର ପ୍ୟାନେଲ। ଏହାକୁ ନେଇ ଦେଶର ଗରିବ ମଧ୍ୟବିତ୍ତ ଶ୍ରେଣୀରେ ଲୋକମାନେ ଲାଭବାନ ହେବେ।
ହେବାକୁ ଯାଉଅଛି ସୂର୍ଯ୍ୟୋଦୟ ଯୋଜନା। ଅଯୋଧ୍ୟାରେ ଶ୍ରୀ ରାମ ଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଡ଼ ଘୋଷଣା କରିଛନ୍ତି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
ଏହାର ନାମ ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ଏହି ଯୋଜନା ଅନୁସାରେ ଗୋଟେ ଘରର ଛାତ ଉପରେ ସୋଲାର ପ୍ୟାନେଲ ରହିବ। ଯାହା ଫଳରେ ଦେଶର ଗରୀବ ଓ ମଧ୍ୟବିତ୍ତ ଲୋକଙ୍କ ବିଜୁଳୀ ବିଲ୍ କମିଯିବ।
Special report
ତାଙ୍କୁ ହିଁ ଲକ୍ଷ କରି ଏଭଳି ଯୋଜନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୨ ତାରିଖ ଦିନ ସମଗ୍ର ବିଶ୍ଵର ନଜର ଭାରତ ଉପରେ ହିଁ ଥିଲା। ସମଗ୍ର ବିଶ୍ୱ ଜୟ ଶ୍ରୀ ରାମ ଧ୍ଵନୀ ରେ ପ୍ରକମ୍ପିତ ହେଉଥିଲା।
ଯଦି ଏହି ଯୋଜନା ସଫଳ ହୁଏ ତେବେ ସାରା ବିଶ୍ଵ ଦେଖିବା କିଭଳି ଏହି ଯୋଜନା ଦ୍ବାରା ଭାରତରୁ ବିଜୁଳୀ ସଙ୍କଟ ଦୂର ହେଉଛି। ଏହା ପୁଣି ହେବ ସଂପୂର୍ଣ୍ଣ ଭାବରେ କମ୍ ମୂଲ୍ୟ ରେ। ଏହା ଦ୍ବାରା ପ୍ରଦୂଷଣ କୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ।
ତାପଜ ବିଦ୍ୟୁତ ଦ୍ବାରା ପ୍ରଦୂଷଣ ବଢ଼ୁଛି। ଏବେ ସୋଲାର ପ୍ୟାନେଲ ଦ୍ବାରା ହିଁ ତାହାକୁ ନିୟନ୍ତ୍ରଣ କରାଯାଇ ପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସୂର୍ଯ୍ୟୋଦୟ ଯୋଜନା କିପରି କାର୍ଯ୍ୟକାରୀ ହେବ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପରେ ହିଁ ନିର୍ଭର କରେ।
ଏହି ଯୋଜନା କୁ ଏବେ ଖୁବ୍ ଆଲୋଚନା ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement