Feb 3, 2024, 18:11 IST

ସବୁ ବିବାଦକୁ ପଛରେ ପକାଇ ଅନାଥ ଆଶ୍ରମରେ ପହଞ୍ଚିଲେ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ କଣ କହିଲେ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଜାଣି ଥିବେ।ବର୍ତ୍ତମାନ ସମୟ ରେ ତାଙ୍କୁ ନେଇ ଅନେକ ବିବାଦ ଲାଗି ରହୁଚି।ଧଉଳି ଗଣନାଟ୍ୟ ଗାଡ଼ି ଓଲଟି ପଡ଼ିଥିବା ସମୟ ରେ ସେ ଆହତ ବ୍ୟକ୍ତି ମାନଙ୍କୁ ସାହାର୍ଯ୍ୟ ର ହାତ ବଢ଼ାଇ ଥିଲେ।
Special report
ହେଲେ ସେହି ଘଟଣା କୁ ନେଇ ତାଙ୍କୁ ଅନେକ କଥା ଶୁଣିବାକୁ ମିଳି ଥିଲା।ହେଲେ ରାଣୀ ପଣ୍ଡା ଏସବୁ କୁ ଖାତିର ନ କରି ପୁଣି ଥରେ ଦୁଃଖୀ ଲୋକ ମାନଙ୍କ ସେବା କରିବା ପାଇଁ ବାହାରି ଆସିଛନ୍ତି।ଆଜି ଆମେ ସେହି ରାଣୀ ପଣ୍ଡା ଙ୍କ ବିଷୟ ରେ କହିବାକୁ ଯାଉଛୁ।
ଗତ କାଲି ସେ ଯାଜପୁର ଜିଲ୍ଲାର ଏକ ବାଳାଶ୍ରମ କୁ ବୁଲିବାକୁ ଯାଇଥିଲେ।ସେଠାରେ ସେ ଅନାଥ ପିଲା ଙ୍କ ସହିତ ଅନେକ ସମୟ ବିତାଇ ଥିଲେ।ନିଜ ଦୁଃଖ କଷ୍ଟ କୁ ଭୁଲି ସେ ପିଲା ମାନଙ୍କ ମୁହଁ ରେ ହସ ଫୁଟେଇ ଦେଇଥିଲେ।ଯେଉଁ ସମୟ ରେ ସେ ବିବାଦ ରେ ଘେରି ରହିଛନ୍ତି।
Special report
ସେହି ସମୟ ରେ ସେ ଛୋଟ ଛୋଟ ପିଲା ଙ୍କ ସହିତ ମିଶିବା ପାଇଁ ସୁଯୋଗ ପାଇଲେ।ଯାହାକୁ ନେ଼ଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ତାଙ୍କର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଲୋକ ମାନେ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।
ସୂଚନା ଅନୁସାରେ ଏବେ ରାଣୀ ପଣ୍ଡା ବିବାଦ ଭିତରେ ରହିଚନ୍ତି।ତାଙ୍କୁ ନେଇ କଥା କୁହା ଯାଉଚି।ତେବେ ଏତେ ସବୁ ହୋଇ ସାରିଲା ପରେ ମଧ୍ୟ ସେ କିଭଳି ଖୁସି ଖୁସି ରେ ସେହି ପିଲା ମାନଙ୍କ ସହିତ ସମୟ ବିତାଉଛନ୍ତି।ତାଙ୍କ ଭଳି ଲୋକ ମିଳିବା ବହୁତ କଷ୍ଟ।
Special report
ବିବାଦୀୟ ଅଭିନେତ୍ରୀ ଭାବେ ଜଣା ଶୁଣା ଏହି ଅଭିନେତ୍ରୀ ପ୍ରକୃତ ରେ ହୃଦୟ ରୁ ବହୁତ ଭଲ।ନିଜେ ଯାତ୍ରା କରି ଯେତିକି ଟଙ୍କା ରୋଜଗାର କରନ୍ତି ସେଥିରେ ସେ ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରନ୍ତି।ତାଙ୍କୁ ଏ ବିଷୟ ରେ ପଚରା ଯିବାରୁ ସେ କହିଥିଲେ କି ମୋ ଦ୍ବାରା ଯେତିକି ସମ୍ଭବ ମୁଁ ଲୋକ ଙ୍କୁ ସାହାର୍ଯ୍ୟ କରିବି।
ଶହ ଶହ କୁନି ପିଲା ମାନଙ୍କ ମନ ରେ ଆଜି ସେ ହସ ଫୁଟେଇ ଦେଇଛନ୍ତି।ପ୍ରଥମେ ପିଲା ମାନେ ତାଙ୍କୁ ଦେଖି ବହୁତ ଖୁସି ହୋଇ ଯାଇଥିଲେ।ଏହା ପରେ ସେ ଆଶ୍ରମ କୁ କିଛି ଟଙ୍କା ଦାନ କରିଥିଲେ।
ସେହି ଅନାଥ ପିଲା ମାନଙ୍କୁ ଦେଖି ତାଙ୍କ ହୃଦୟ ତରଳି ଯାଇଚି।ସେଭଳି ପିଲା ମାନେ ସେଠାରେ କିଭଳି ରହୁ ଥିବେ ସେ ତାହା ଭାବୁଛନ୍ତି।ବାପା ମା ଙ୍କ ବିନା ତାଙ୍କର କଣ ଅବସ୍ଥା ହେଉ ଥିବ ତାହା କେବଳ ସେହି ପିଲା ମାନେ ଜାଣି ଥିବେ ବୋଲି ରାଣୀ କହିଥିଲେ।

Advertisement