Updated: Oct 13, 2023, 13:26 IST

ସାବତ ମା ପାଇଁ ଘର ଛାଡ଼ିଥିଲେ ଏବେ ୫୦ ବର୍ଷ ପରେ ଘରକୁ ଫେରିଲେ ଦେଖନ୍ତୁ କଣ ଘଟିଲା ଗାଁ ରେ ଫେରିବା ପରେ - Exclusive

Special report

ନମସ୍କାର ପାଠକ ବନ୍ଧୁ।ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ଜଣେ ବ୍ୟକ୍ତି ଦୀର୍ଘ ପଚାଶ ବର୍ଷ ପରେ ନିଜ ଜନ୍ମ ମାଟି କୁ ଫେରି ଆସିଛନ୍ତି।ଏହା ଭିତରେ ତାଙ୍କ ବାପା ମା ଙ୍କ ର ମଧ୍ୟ ଦେହାନ୍ତ ହୋଇ ସାରିଲାଣି।
Special report
ଘରୁ ପିଲା ବେଳୁ ରାଗିକି ଚାଲି ଯାଇଥିବା ସେହି ଯୁବକ ଜଣକ ବୟସ ର ଶେଷ ସମୟ ରେ ପୁଣି ଥରେ ନିଜ ଗାଁ କୁ ଫେରି ଆସିଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ରତନ ଗାଁ ରେ।ଏଠାକାର ଜଣେ ବ୍ୟକ୍ତି ହେଉଛନ୍ତି କାଳୁ।
ଯିଏ କି ମାତ୍ର ୧୨ ବର୍ଷ ର ହୋଇ ଥିବା ସମୟ ରେ ତାଙ୍କ ମା ତାଙ୍କୁ ସବୁଦିନ ପାଇଁ ଛାଡି ଚାଲି ଗଲେ।ଏହା ପରେ ତାଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ।କାଳୁ ତାଙ୍କ ଭାଇ ଭଉଣୀ ମାନେ ମିଶି ପାଞ୍ଚ ଜଣ ଥିଲେ।ସାବତ ମା ଆସିବା ପରେ ସମସ୍ତଙ୍କୁ ବହୁତ ହଇରାଣ କଲେ।
Special report
ଠିକ୍ ସମୟରେ ଖାଇବାକୁ ଦେଲେ ନାହିଁ।ଯାହା ଫଳ ରେ କାଳୁ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଚାଲି ଗଲେ।ଦୀର୍ଘ ୫୦ ବର୍ଷ ଧରି ସେ ଉତ୍ତର ପ୍ରଦେଶ ରେ ରହିଲେ।ସେଠାରେ ଜଣକ ଘରେ ଚାଷ କାମ କରୁଥିଲେ।
ହେଲେ ସେମାନେ ଟଙ୍କା ଦେଇ ନ ଥିଲେ।କେବଳ ଖାଇବାକୁ ଦେଉ ଥିଲେ। ଏବଂ କାଳୁ ସେହି ଠାରେ ରହି ଯାଇଥିଲେ।କିନ୍ତୁ ଯେତେବେଳେ ବୟସ ର ଶେଷ ସମୟ ରେ ସେ ଆସି ପହଁଚିଲେ ସେତେବେଳେ ତାଙ୍କ ପାଖରେ କିଛି ବି ଅର୍ଥ ନ ଥିଲା।
Special report
ଶେଷ ରେ ସେ ନିଷ୍ପତି ନେଲେ ନିଜ ଜନ୍ମ ସ୍ଥାନ କୁ ଚାଲି ଯିବେ।ଯେତେବେଳେ ସେ ଗଞ୍ଜାମ ଜିଲ୍ଲାର ରତନ ଗାଁ ର ମାଟି ରେ ପାଦ ରଖିଲେ କେହି ବି ତାଙ୍କୁ ଚିହ୍ନି ପାରିଲେ ନାହିଁ।ଏହା ପରେ ସେ ସମସ୍ତଙ୍କୁ ଚିହ୍ନା ଦେଲେ।ସମସ୍ତେ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ।
ନିଜ ଗାଁ ଓ ପରିବାର କୁ ଫେରି ଆସି ଥିବାରୁ ସେ ବହୁତ ଖୁସି ଅଛନ୍ତି।ତାଙ୍କ ଭାଇ ମାନେ ମଧ୍ୟ ଏ କଥା ଶୁଣି ବହୁତ ଖୁସି ହୋଇ ଯାଇ ଛନ୍ତି।ସାନ ଭାଇ ସିମାଚଳ ବହୁତ ଖୁସି ହେବା ସହିତ ନିଜ ଘରେ ଆଶ୍ରୟ ଦେଇଛନ୍ତି।ଏହାକୁ ଦେଖି ବାହାର ଲୋକ ମାନେ ବହୁତ ଖୁସି ହୋଇ ଛନ୍ତି।

Advertisement