Apr 16, 2024, 16:00 IST

ବିଚ୍ ଷ୍ଟାଡିୟମରେ ଲୋକମାନଙ୍କ ସାମ୍ନାରେ ଖସିଗଲା ରୋହିତ ଶର୍ମାଙ୍କ ପ୍ୟାଣ୍ଟ୍ ଆଉ ତା ପରେ .....

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ କ୍ରିକେଟର ରୋହିତ ଶର୍ମାଙ୍କୁ ଜାଣିଥିବେ। ଏହି କ୍ରିକେଟର ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି। ତେବେ ବନ୍ଧୁଗଣ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ହାଇ ଭୋଲଟେଜ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ସିଏସକେ।
ରୋହିତ ଶର୍ମାଙ୍କ ଦମଦାର ଶତକ ପରେ ମଧ୍ୟ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ତେବେ ଶତକ ପୂର୍ବରୁ ରୋହିତ ଏକ ଅଜବ ଘଟଣାର ଶିକାର ହୋଇଛନ୍ତି। 
Gt
ଯାହା ପାଇଁ ଭରା ଷ୍ଟାଡିୟମରେ ତାଙ୍କୁ ଲୋଗହସାହେବାକୁ ପଡ଼ିଛି। ଲାଇଭ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ରୋହିତଙ୍କ ପ୍ୟାଣ୍ଟ ଖସିଯାଇଛି। କ୍ୟାମେରାରେ ଏହି ଘଟଣା ରେକର୍ଡ ହେବା ପରେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି।
ସୂଚନା ଅନୁସାରେ, ଚେନ୍ନାଇ ସୁପର କିଙ୍ଗସର ଦ୍ୱାଦଶ ଓଭରରେ ଆକାଶ ମଧୱାଲ ବୋଲିଂ କରିଥିଲେ। ଚେନ୍ନାଇ ସୁପର କିଙ୍ଗସ ତରଫରୁ ଷ୍ଟ୍ରାଇକରେ ଥିଲେ ଅଧିନାୟକ ଋତୁରାଜ ଗାଏକ୍ୱାଡ। 
ତେବେ ଓଭରର ଚତୁର୍ଥ ବଲରେ ଋତୁରାଜ ଏକ ବଡ଼ ଶଟ୍ ଖେଳିଥିବା ବେଳେ ଏହାକୁ କ୍ୟାଚ କରିବା ପାଇଁ ରୋହିତ ଭରପୁର ଚେଷ୍ଟା କରିଥିଲେ। ଋତୁରାଜଙ୍କ ଏହି କ୍ୟାଚ ଧରିବା ପାଇଁ ଚେଷ୍ଟା କରି ରୋହିତ ଡାଇଭ ମାରିଥିଲେ,
Hh
କିନ୍ତୁ ନିଜ ଉପରେ ନିୟନ୍ତ୍ରଣ କରି ନ ପାରିବାରୁ ଏହି କ୍ୟାଚ ଧରି ପାରି ନଥିଲେ ରୋହିତ। କ୍ୟାଚ ଖସିଯିବା ସାଙ୍ଗକୁ ରୋହିତଙ୍କ ପ୍ୟାଣ୍ଟ ମଧ୍ୟ ଖସି ଯାଇଥିଲା। ଯାହାକୁ ନେଇ ରୋହିତ ଅସହଜ ପରିସ୍ଥିତିରେ ପଡ଼ି ଯାଇଥିଲେ। ୩୯ ରନରେ ବ୍ୟାଟିଂ କରୁଥିବା ଋ୍‌ୁରାଜଙ୍କ ଏହି କ୍ୟାଚ୍ ଛାଡ଼ିବା ପରେ ସେ ୪୦ ବଲରୁ ୬୯ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି। 
ଏହାବ୍ୟତୀତ ଶିବମ ଦୁବେ ମଧ୍ୟ ୩୬ ବଲରୁ ୬୬ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି। ତେବେ ଇନିଂସ ଶେଷରେ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ବିଧ୍ୱଂସକ ପାଳି ସମସ୍ତଙ୍କୁ ମନୋରଞ୍ଜନର ଖୁରାକ ଯୋଗାଇଛି।
ଶେଷ ଓଭରରେ ୩ଟି ବଲରୁ ୩ଟି ଛକା ମାରି ୨ଟି ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ମାହି। ଏହାପରେ ଦ୍ୱିତୀୟ ଇନିଂସରେ ମଧ୍ୟ ରୋହିତ ଶର୍ମା ୬୧ ବଲରୁ ଶତକ ହାସଲ କରି ମ୍ୟାଚର ରୋମାଞ୍ଚ ବଢାଇ ଦେଇଥିଲେ। ତେବେ ମୁମ୍ବାଇକୁ ୨୦ ରନରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ।

Advertisement