Updated: Jan 28, 2024, 10:34 IST

ରିଙ୍କୁ ସିଂ ଏତେବଡ଼ କ୍ରିକେଟର ହୋଇ ମଧ୍ୟ ବାପା କରୁଛନ୍ତି ଆଜିବି ଏମିତି ସଂଘର୍ଷ ରହୁଛନ୍ତି ଏମିତି ଘରେ ଦେଖନ୍ତୁ ତାଙ୍କ ଜୀବନଶୈଳୀ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାରତୀୟ ଦଳ ର ଫିନିଶର ରିଙ୍କୁ ସିଂ ଙ୍କୁ ଭଲ ଭାବେ ଜାଣି ଥିବେ।ଆଜି ତାଙ୍କୁ ନେଇ ଅନେକ କଥା କୁହା ଯାଉଛି।ଆଇପିଏଲ ରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ରିଙ୍କୁ ସିଂହ ଏବେ ସାରା ଦେଶ ରେ ଗୋଟିଏ ପରିଚିତ ନାମ।
Special report
କୋଲକାତା ନାଇଟ ରାଇଡର୍ସ ଦଳ ରେ ସେ ନିଜର ଭଲ ଖେଳ ପ୍ରଦର୍ଶନ କରିବା ପରେ ତାଙ୍କୁ ଭାରତୀୟ ଦଳ ରେ ସ୍ଥାନ ଦିଆ ଯାଇ ଥିଲା।ଏଥିରେ ସେ ଖୁବ୍ ଭଲ ଖେଳି ଥିଲେ।ଏବେ ସେ କୋଟି କୋଟି ଟଙ୍କା ର ମାଲିକ।ନିଜର ଘର ମଧ୍ୟ ସେ ତିଆରି କରିଛନ୍ତି।ଲୋକ ମାନେ ବି ତାଙ୍କୁ ଖୁବ୍ ପସନ୍ଦ କରି ଥାନ୍ତି।
ଗୋଟିଏ ସାଧାରଣ ପରିବାର ରୁ ଆସି ଆଜି ସେ ସାରା ଦେଶ ରେ ପରିଚିତ।ତାଙ୍କ ବାପା ଏଲ ପି ଜି ଗ୍ୟାସ ସିଲିଣ୍ଡର ଘରେ ଘରେ ଯୋଗାଇ ଦେଇ ଥାନ୍ତି।ଗ୍ୟାସ ସିଲିଣ୍ଡର କମ୍ପାନୀ ତରଫ ରୁ ତାଙ୍କୁ ଏକ କ୍ୱାଟର ଦିଆ ଯାଇଥିଲା।ସେହି ଝୁମ୍ପୁଡ଼ି ଘରେ ସେ ଦୀର୍ଘ ବର୍ଷ ହେଲାଣି ବିତାଇ ଛନ୍ତି।
Special report
ତାଙ୍କ ପୁଅ ଦେଶ ର ଏଡେ ବଡ ଖେଳାଳି ରୂପେ ପରିଚିତ ହେବା ପରେ ମଧ୍ୟ ଆଜି ସେ ସେହି ଗ୍ୟାସ ସିଲିଣ୍ଡର କମ୍ପାନୀ ରେ କାମ କରୁଛନ୍ତି।ସେହି ଝୁମ୍ପୁଡି ଘରେ ନିଜ ପତ୍ନୀ ଙ୍କ ସହିତ ସେ ରହିଛନ୍ତି।ପୁଅ କରିଥିବା ନୂଆ ଘର କୁ ସେ ଯାଉ ନାହାଁନ୍ତି।
ତାଙ୍କୁ ଏ ବିଷୟ ରେ ପଚରା ଯିବାରୁ ସେ କହିଥିଲେ କି ମୁଁ ଏ ଘର ଛାଡ଼ି କୁଆଡେ ଯାଇ ପାରିବି ନାହିଁ।ଏହି ଘର ସହିତ ମୋର ଗୋଟିଏ ସମ୍ପର୍କ ରହି ଯାଇଚି।ଯେତେବେଳେ ଆମ ପାଖରେ କିଛି ନ ଥିଲା ଏହି ଘର ହିଁ ଆମ କୁ ସବୁ କିଛି ଦେଇଚି।ମୁଁ ଗ୍ୟାସ ସିଲିଣ୍ଡର ଘରେ ଘରେ ଦେଇଚି।ଆଗକୁ ମଧ୍ୟ ଦେବି।
Special report
ମୋ ପିଲା ମାନଙ୍କୁ ମୁଁ ଏହି ଠାରେ ପାଠ ପଢ଼ାଇଚି।ତେଣୁ ଏ ଘର ଛାଡ଼ି କୁଆଡେ ଯିବି ନାହିଁ।ପୁଅ ରିଙ୍କୁ ସିଂହ ଦେଶ ପାଇଁ ଏତେ ବଡ ନାଆଁ ରଖି ଥିଲେ ମଧ୍ୟ ତାଙ୍କ ବାପାଙ୍କ ର ଏ ନେଇ ଟିକେ ହେଲେ ବି ଗର୍ବ ନାହିଁ।
ଏବେ ସମସ୍ତେ ସୋସିଆଲ ମିଡ଼ିଆ ରେ ତାଙ୍କ ବାପାଙ୍କର ପ୍ରଶଂସା କରିଛନ୍ତି।ସୂଚନା ଅନୁସାରେ ରିଙ୍କୁ ସିଂହ ଭାରତୀୟ କ୍ରିକେଟ ଦଳ ର ଗୋଟିଏ ପରିଚିତ ନାମ।ସେ ତାଙ୍କ ଖେଳ ମାଧ୍ୟମ ରେ ଆଜି ଦେଶ କୁ ଗର୍ବିତ କରିଛନ୍ତି।
ବହୁତ କଷ୍ଟ କରି ସେ ଶେଷ ରେ ନିଜ ଲକ୍ଷ ସ୍ଥଳ ରେ ପହଞ୍ଚି ଛନ୍ତି।ଆଇପିଏଲ ରେ ସେ ଭଲ ଖେଳ ପ୍ରଦର୍ଶନ କରିବାରୁ ତାଙ୍କୁ ଭାରତୀୟ କ୍ରିକେଟ ଦଳ ରେ ସାମିଲ କରା ଯାଇ ଥିଲା।

Advertisement