ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କିଛି ଖବର ଆସିଛି 5T ସଚିବ ଭି କେ ପାଣ୍ଡିଆନଙ୍କୁ ନେଇ ।
5T ସଚିବ ଭି କେ ପାଣ୍ଡିଆନ ରାସ୍ତାରେ ଯାଉଥିବା ବେଳେ ସେ ଜଣେ ବୁଢୀ ମାଙ୍କୁ ଦେଖିଥିଲେ ଆଉ ସେ ତାଙ୍କୁ ଦେଖିବା ମାତ୍ରକେ ଗାଡିରୁ ଓହ୍ଲାଇ ଆସିଥିଲେ । ଆଉ ଏହି ବୁଢୀମା ଜଣଙ୍କର ସମସ୍ୟା କଣ ସେ ବୁଝିଥିଲେ । ଏବେ ଏହି ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ରାସ୍ତା ଉପରେ ବୁଢ଼ିମାଙ୍କୁ ଦେଖି ଅଟକି ଯାଇଥିଲେ ପାଣ୍ଡିଆନ । ଆଉ ସେ ସଙ୍ଗେ ସଙ୍ଗେ ବୁଢ଼ୀ ମାର ଗୁହାରି ଶୁଣିଥିଲେ । ପାଣ୍ଡିଆନ କାର୍ଯ୍ୟ ବ୍ୟସ୍ତତା ଭିତରେ ଥିବା ଭିତରେ ମଧ୍ୟ ସେ ବୁଢ଼ୀ ମାଆ ଜଣଙ୍କର ଗୁହାରି ଶୁଣି ତାଙ୍କୁ ସାହାଯ୍ୟ କରିଥିଲେ ।
ସେ ବୁଢ଼ୀ ମାଆ ଜଣଙ୍କର ଗୁହାରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ବୁଢ଼ୀ ମାଆ ଜଣଙ୍କୁ ସାହାଯ୍ୟ କରିବା ପାଇଁ ରାଶି ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ।
ଗତ ମଙ୍ଗଳବାର ଦିନ 5T ସଚିବ ଭି କେ ପାଣ୍ଡିଆନ ଗଜପତି ଜିଲ୍ଲା ଗସ୍ତରେ ଯାଇଥିଲେ । ସେ କାଶୀନଗ ଠାରେ ଥିବା ସମ୍ମିଳନୀରେ ଯୋଗ ଦେଇଥିଲେ । ଆଉ ସେଠାରେ ସେ ଯୋଗ ଦେବାକୁ ଯାଉଥିବା ବାଟରେ ୧ ନମ୍ବର ୱାର୍ଡ ହରିଜନ ସାହିର ବୃଦ୍ଧା ବି
ସନ୍ୟାସୀ ଅମ୍ମା ପାଣ୍ଡିଆନଙ୍କ ଗାଡ଼ି ଅଟକାଇ ତାଙ୍କୁ ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ । ଏହାପରେ ଭି କେ ପାଣ୍ଡିଆନ ଏହି ବୃଦ୍ଧା ଜଣଙ୍କୁ ପାଖକୁ ଡାକି ତାଙ୍କ ବିଷୟରେ ପଚାରିଥିଲେ । ଆଉ ଏହାପରେ ସେ ତାଙ୍କ ସମସ୍ୟାକୁ ନେଇ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ଏହି ବୃଦ୍ଧା ଜଣଙ୍କ ବିଷୟରେ ସବୁ ତଥ୍ୟ ଯୋଗାଡ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗଜପତି ଜିଲ୍ଲାର ଜିଲ୍ଲାପାଳ ଏହି ବୃଦ୍ଧା ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ବୃଦ୍ଧା ଜଣଙ୍କର କେହି ନଥିଲେ ସେ ଚାଳ ଘରେ ରହୁଥିଲେ ।
ତାଙ୍କୁ ୫ କେଜି ଚାଉଳ ମିଳୁଛି । ତାଙ୍କର ସମସ୍ୟା ବିଷୟରେ ଅର୍ଥାତ୍ ଗୁଜୁରାଣ ମେଣ୍ଟାଇବା ପାଇଁ ସାହାଯ୍ୟ କରିବାକୁ ପାଣ୍ଡିଆନଙ୍କୁ କହିଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏବେ ଏହାକୁ ନେଇ ବେଶ୍ ଖୁସି ଅଛନ୍ତି ବୃଦ୍ଧା ଜଣକ ।