ନମସ୍କାର ପାଠକ ବନ୍ଧୁ।ଶେଷ ରେ ନିଜ ଭୁଲ ବୁଝି ପାରିଲେ ଯାତ୍ରା ଦୁନିଆ ର ହାସ୍ୟ ଅଭିନେତା ଗୁରୁ ପୃଷ୍ଟି।ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ନାମ ରେ ବିବାଦୀୟ କଥା କହି ଶେଷ ରେ ଭୁଲ ବୁଝି ପାରିଲେ ଗୁରୁ।
ଆପଣ ମାନେ ସମସ୍ତେ ରାଣୀ ପଣ୍ଡା ଙ୍କୁ ଭଲ ଭାବେ ଜାଣି ଥିବେ।ବିପଦ ସମୟ ରେ ଲୋକ ଙ୍କ ପାଖରେ ଠିଆ ହେଉ ଥିବା ରାଣୀ ପଣ୍ଡା ଙ୍କୁ ନେଇ ଅନେକ ସମୟ ରେ ସୋସିଆଲ ମିଡ଼ିଆ ରେ ଅନେକ କଥା କୁହା ଯାଇ ଥାଏ।ଆଜି ଆମେ ସେହି ରାଣୀ ପଣ୍ଡା ଙ୍କ ବିଷୟ ରେ କହିବାକୁ ଯାଉଛୁ।
ନିକଟରେ ଘାଟି ରେ ଧଉଳି ଗଣନାଟ୍ୟ ର ବସ୍ ଖସି ଅନେକ ଲୋକ ମୃ-ତ୍ୟୁ ବରଣ କରିଥିଲେ।କିଛି ଆହତ ହୋଇ ଚିକିତ୍ସିତ ହେଉଥିଲେ।ଏହି ସମୟ ରେ ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ରାଣୀ ପଣ୍ଡା ପହଞ୍ଚି ଯାଇଥିଲେ।ସେ ସମସ୍ତ ଙ୍କୁ ଟଙ୍କା ବାଣ୍ଟିବା ସହିତ ସେମାନଙ୍କ ଭଲ ମନ୍ଦ ପଚାରି ବୁଝି ଥିଲେ।
ଏହି ସମୟ ରେ ସେ ଗଣ ମାଧ୍ୟମ ଆଗରେ ନିଜ ର ପ୍ରତିକ୍ରିୟା ରଖିଥିଲେ।ସେ କହିଥିଲେ କି ଯାତ୍ରା ଦୁନିଆ ର ବଡ ବଡ କଳାକାର ମାନେ କୁଆଡେ ଗଲେ।ଏହି ବିପଦ ସମୟ ରେ କଣ କାହାରି ଦେଖା ନାହି।
ଏହାର ଜବାବ ରଖିବାକୁ ଯାଇ ହାସ୍ୟ ଅଭିନେତା ଗୁରୁ ପୃଷ୍ଟି କହିଥିଲେ କି ଆପଣ ସେଠାକୁ ସାହାର୍ଯ୍ୟ କରିବା ପାଇଁ ଯାଇଛନ୍ତି ନା ଦଇତାରୀ ପଣ୍ଡା ଓ ବାପି ଙ୍କ ନାମ ରେ ଅଭିଯୋଗ କରିବା ପାଇଁ ଯାଇଛନ୍ତି।ଆପଣ କେବଳ ଦେଖାଇ ହେବା ପାଇଁ ଏଭଳି କାର୍ଯ୍ୟ କରୁଛନ୍ତି।
ଏହା ପରେ ରାଣୀ ପଣ୍ଡା ରାଗି ଯାଇ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅନେକ କଥା ଗୁରୁ ପୃଷ୍ଟି ଙ୍କୁ କହିଥିଲେ।ସେ ଅନ୍ୟ ମାନଙ୍କ କଥା ରେ ପଡ଼ି ଏସବୁ କରୁଛନ୍ତି ବୋଲି ସେ କହି ଥିଲେ।ପରେ ଗୁରୁ ପୃଷ୍ଟି ନିଜ ଭୁଲ ବୁଝି ପାରିଛନ୍ତି।
ସେ ରାଣୀ ପଣ୍ଡା ଙ୍କୁ ଭୁଲ ମାଗିଛନ୍ତି।ଏହା ସମ୍ପୂର୍ଣ୍ଣ ରୂପେ ତାଙ୍କ ବ୍ୟକ୍ତିଗତ କଥା ଥିଲା ବୋଲି ସେ କହିଛନ୍ତି।କାହା କଥା ରେ ପଡ଼ି ସେ ଏଭଳି କହି ନାହାନ୍ତି।
ଆପଣ ଏହି କଥା କୁ ନେଇ ଆଉ ରାଗନ୍ତୁ ନାହିଁ ବୋଲି ସେ ରାଣୀ ପଣ୍ଡା ଙ୍କୁ କହିଥିଲେ।ଯାହାକୁ ନେଇ ଏବେ ଅନେକ କଥା ସୋସିଆଲ ମିଡ଼ିଆ ରେ କୁହା ଯାଉଚି।ଏବେ ଦେଖିବାକୁ ବାକି ରହିଲା ଏହି ବିବାଦ ଆଉ କେତେ ଦିନ ପର୍ଯ୍ୟନ୍ତ ଲାଗି ରହୁଚି।