May 7, 2024, 16:35 IST

ମାଡ଼ି ଆସୁଛି ବର୍ଷା ପବନ ଦେଖନ୍ତୁ କେଉଁସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା

Fg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ।
ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସିଥିବା ଖବର ପାଇ ପାରୁଛନ୍ତି। ଆପଣମାନେ ସମସ୍ତେ ସାରା ରାଜ୍ୟରେ ଖରା ଯେଉଁଭଳି ଭାବରେ ହେଉଛି ତାହା ତ ଜାଣିଥିବେ। ବନ୍ଧୁଗଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। 
Hu
ଘର ବାହାରିବା କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ଆଶ୍ୱସ୍ତି କର ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଆଜିଠୁ ରାଜ୍ୟବାସୀଙ୍କୁ ମିଳିପାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି। ରାଜ୍ୟରେ ପାଗରେ ପରିବର୍ତ୍ତନ ନେଇ ପୂବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ତେବେ ବନ୍ଧୁଗଣ ପାଣିପାଗକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ୨୪ ଘଣ୍ଟାରେ ରୂପ ଦେଖାଇବ କାଳବୈଶାଖୀ। ତେବେ ବନ୍ଧୁଗଣ ପ୍ରବଳ ମାତ୍ରାରେ ଖରା ହେଉଥିବା ବେଳେ ଏବେ ଟିକେ ବର୍ଷା ଯୋଗୁଁ ସାମାନ୍ୟ ତ୍ରାହି ମିଳିଛି। କିନ୍ତୁ ମଧ୍ୟ ରାତିରେ ଏହା ପ୍ରଳୟ ସୃଷ୍ଟି କରିପାରେ। 
ଘଣ୍ଟା ପ୍ରତି ୬୦ ରୁ ୯୦ କିଲୋମିଟର ବେଗରେ ବହି ପାରେ ମଧ୍ୟ ପବନ। ଦିନରେ ଭୁବନେଶ୍ୱରରେ ଜୋରରେ ବର୍ଷା ହେଇଥିଲା। ବର୍ଷା ପାଇଁ ରାସ୍ତା ଘାଟରେ ପାଣି ମଧ୍ୟ ଜମି ଯାଇଥିଲା। ଖାଲି ଓଡ଼ିଶା ନୁହେଁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିହାରରେ ମଧ୍ୟ ବର୍ଷା
Gg
ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାହାଦ୍ବାରା ତାପମାତ୍ରାରେ ୫ ରୁ ୬ ଡିଗ୍ରୀ ହ୍ରାସପରିଲକ୍ଷିତ ହୋଇ ପାରେ। ଏହାକୁ ଦୃଷ୍ଟିରେ ରଖି ଅରେଞ୍ଜ ଆଲର୍ଟ ଜାରୀ କରିଛି ପାଣିପାଗ ବିଭାଗ। 
ତେବେ ପୂର୍ବ ଭାରତରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ବଜ୍ରପାତ ହେବା ନେଇ ସମ୍ଭାବନା ରହିଛି। ଆଉ ମଝିରେ ମଝିରେ ୪୦ ରୁ ୫୦ ଆଉ ବେଳେ ୯୦ କିଲୋମିଟର ପବନର ବେଗ ଛୁଇଁ ପାରେ।
ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ମେ ୬ରୁ ୯ ତାରିଖ ମଧ୍ୟରେ ଓଡ଼ିଶା, ତେଲେଙ୍ଗାନା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଆଉ ଛତିଶଗଡ କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇ ପାରେ।

Advertisement