Apr 6, 2024, 11:47 IST

ଭୁବନେଶ୍ବରରେ ଆଜି ରେକର୍ଡ କରିଦେଲା ଖରା..୪୨°c ଖରାରେ ଶିଝିଗଲା ପୁରା ଭୁବନେଶ୍ବର

Vb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗୁଳୁଗୁଳି ସହ ଅସହ୍ୟ ତାତି ରେ ଲୋକମାନେ ମଧ୍ୟ ଖୁବ୍ ହନ୍ତସନ୍ତ ହୋଇ ହଇରାଣ ହେବାରେ ଲାଗିଛନ୍ତି।
ବର୍ତ୍ତମାନ୍ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଦିନ ୧୧ ଟା ସୁଦ୍ଧା ଯେଉଁ ତାପମାତ୍ରା ରେକର୍ଡ କରାଯାଇଥିଲା ତାହା ଥିଲା ୩୯.୮°। ଏହା ବର୍ତ୍ତମାନ୍ ଚଳିତ ଋତୁର ସର୍ବାଧିକ ତାପମାତ୍ରା ଅଟେ।
Hh
ଏହା ପୂର୍ବରୁ ଭୁବନେଶ୍ୱରରେ ୩୯.୪° ଭୁବନେଶ୍ୱର ରେ ରେକର୍ଡ କରାଯାଇ ଥିଲା। ହେଲେ ଏହା ପୂର୍ବାନୁମାନ କରାଯାଉଅଛି କି ଭୁବନେଶ୍ୱର ରେ ଆଜିର ତାପମାତ୍ରା ୪୪° ହେବାର ସମ୍ଭାବନା ରହୁଛି।
କାରଣ ବର୍ତ୍ତମାନ୍ ଯେଉଁ ଶୁଷ୍କ ଓ ଗରମ ବାୟୁ କ୍ରମାଗତ ଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାରେ ଲାଗିଛି। ଏହାର ପ୍ରଭାବ ଟୁଇନ ସିଟି ରେ ଦେଖିବାକୁ ମିଳିଛି। ଭୁବନେଶ୍ବର ଏବଂ କଟକ ଉଭୟ ସହରରେ ଆଜି ୪୨° ଉପରେ ତାପମାତ୍ରା ରହିଛି।
Gg
ତାହା ସହ ରାଜ୍ୟରେ ଆହୁରି କେତେକ ସ୍ଥାନରେ ମଧ୍ୟ ୪୨° ତାପମାତ୍ରା ଛୁଇଁବା ର ସମ୍ଭାବନା ରହିଛି। କାରଣ ଖାସ କରି ଯେଉଁ ଜିଲା ମାନଙ୍କରେ ୪୨° ଓ ୪୧° ପାଖାପାଖି ତାପମାନ ରହୁଥିଲା ତାହା ଏବେ ୪୩° କିମ୍ବା ୪୪° ତାପମାନ ଛୁଇଁବା ର ସମ୍ଭାବନା ରହିଛି।
ତାକୁ ଲକ୍ଷ କରି ଉପକୂଳରୁ ନେଇ ଦକ୍ଷିଣ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ କେତେକ ଜିଲ୍ଲା ମାନଙ୍କରେ ହିଟ ୱେବ ୱର୍ଣିଂ ମଧ୍ୟ ଜାରୀ କରିଦିଆ ଯାଇଛି।ଏହି ହିଟ ୱେବ୍ ର ସ୍ଥିତି ମଧ୍ୟ ଆସନ୍ତା କାଲି କିଛି ଜିଲ୍ଲା ମାନଙ୍କରେ ମଧ୍ୟ ରହିବ।ପୂର୍ବାନୁମାନ କରାଯାଇଛି କି ଆଜି ୪୪° ଛୁଇଁବା ର ସମ୍ଭାବନା ରହିଛି।
ଗତକାଲି ଆମର ତାପମାତ୍ରା ୩୪ ° ଥିବା ବେଳେ ବର୍ତ୍ତମାନ୍ ଏହା ୫° ବୃଦ୍ଧି ପାଇ ସାରିଛି।ଶୁଷ୍କ ବାୟୁ ଉତ୍ତର ପଶ୍ଚିମ ଦିଗରୁ କ୍ରମାଗତ ଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାରେ ଲାଗିଛି। ସେଥିପାଇଁ ଅନୁମାନ କରାଯାଉଅଛି କି ଭୁବନେଶ୍ୱର ରେ ତାପମାତ୍ରା ୪୪° ପାଖାପାଖି ରହିବ।

Advertisement