ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାହୁଲଙ୍କ ପାଇଁ ଓକିଲାତି କଲେ ସିଦ୍ଦରମୈୟା। ସେ କହିଲେ କି ରାହୁଲ୍ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ଉଚିତ। ପୂର୍ବରୁ କିଛି ନେତା ମାନେ ପିଏମ ପଦବୀ ପାଇଁ ଖର୍ଗେ ଙ୍କୁ ବାଛିଥିଲେ।

କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି କି ରାହୁଲ୍ ଗାନ୍ଧୀ ଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଉଚିତ। ସେ ଏକ ସଭାରେ କହିଥିଲେ କି ଦେଶ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କେବଳ କଂଗ୍ରେସ ହିଁ କରି ପାରିବ।
ଆଉ ଏଥିପାଇଁ ରାହୁଲ ଗାନ୍ଧୀ ଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ କରାଯିବା ଉଚିତ। ଆଉ ତାଙ୍କର ଏହି ବୟାନ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ କିଛିଦିନ ତଳେ ଇଣ୍ଡିଆ ମେଣ୍ଟରେ ବୈଠକ ରେ କଂଗେସ ନେତା ମଲ୍ଲିକାର୍ଜୁନ ଖର୍ଗେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଏହା ଖୁବ ଚର୍ଚ୍ଚା ହେଉଥିଲା।
ଆଉ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସେ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଏନେଇ ମଧ୍ଯ ଖୁବ୍ ଚର୍ଚ୍ଚା ହେବାରେ ଲାଗିଥିଲା।

ସିଦ୍ଦରମୈୟା କହିଥିଲେ କି ଭାରତ ଯୋଡ଼ ଯାତ୍ରା ପରେ ଏବେ ରାହୁଲ୍ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାର ଦ୍ଵିତୀୟ ରୂପ ନ୍ୟାୟ ଯାତ୍ରା ଆଣିବାକୁ ଯାଉଛନ୍ତି। ରାହୁଲ୍ ଗାନ୍ଧୀ ଙ୍କ ଦ୍ବାରା ହିଁ ଏହି ଯାତ୍ରା କରାଯାଉଅଛି।
ଯାହା ଦ୍ବାରା ପଛୁଆ ବର୍ଗ, ଦଳିତ, ସଂଖ୍ୟା ଲଘୁ ଓ ମହିଳା ମାନେ ନ୍ୟାୟ ପାଇବେ। ସେ କହିଥିଲେ କି ଏଥିପାଇଁ ଦେଶର ଉନ୍ନତି କରିବାକୁ ହେଲେ ଆମକୁ ସବୁ ମତଭେଦ କୁ ଭୁଲି ଆମକୁ ଏକାଠି ଲଢ଼ିବା ପାଇଁ ପଡିବ।
ଏବଂ କଂଗ୍ରେସ କୁ ମଧ୍ଯ କ୍ଷମତା କୁ ଫେରାଇ ଆଣିବାକୁ ପଡ଼ିବ। ପୂର୍ବରୁ ମଧ୍ୟ ସିଦ୍ଦରମୈୟା ରାହୁଲ ଗାନ୍ଧୀ ଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଓକିଲାତି କରି ସାରିଛନ୍ତି। ଆଉ ଏବେ ମଧ୍ୟ ସେ ସମାନ ଭାବରେ ହିଁ କଥା କହିଛନ୍ତି।
ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ସିଦ୍ଦରମୈୟା ଙ୍କ ଏହି ବୟାନ ପ୍ରତି ଆପଣଙ୍କ ପ୍ରତିକ୍ରିୟା ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।