Apr 6, 2024, 14:27 IST

ଏତେ କୋଟି ଟଙ୍କାର ମାଲିକ ହେଉଛନ୍ତି ରାହୁଲ..ସମ୍ପୂର୍ଣ୍ଣ ସମ୍ପତ୍ତି ବିଷୟରେ ଜାଣିଲେ ଉଡ଼ିଯିବ ହୋସ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସତ୍ୟପାଠ ରେ ଏହା ପ୍ରକାଶ ପାଇ ଯାଇଛି କି କିଏ କେତେ ମାତ୍ରାରେ ଧନୀ ଅଟନ୍ତି। ରାହୁଲ୍ ଗାନ୍ଧୀ ଙ୍କ ସମ୍ପତ୍ତି କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।୯ କୋଟି ୨୫ ହଜାର ଟଙ୍କାର ମାଲିକ ହେଉଛନ୍ତି ରାହୁଲ ଗାନ୍ଧୀ।
ରାହୁଲ୍ ଗାନ୍ଧୀ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷ ଷ୍ଟକ୍ ବଜାର ରେ ୪.୩ କୋଟି ଟଙ୍କା ନିବେଶ ,୩.୮୧ କୋଟି ଟଙ୍କାର ମ୍ୟୁଚୁଆଲ ଫଣ୍ଡ ଜମା ଏବଂ ବ୍ୟାଙ୍କ୍ ଆକାଉଣ୍ଟ ରେ ୨୬.୨୫ ଲକ୍ଷ ଟଙ୍କା ଜମା ରଖିଛନ୍ତି।
Hh
ସତ୍ୟପାଠ ରେ ଏହା ଦାଖଲ କରାଯାଇଛି କି ରାହୁଲ୍ ଗାନ୍ଧୀ ଙ୍କ ନିକଟରେ ନଗଦ ୫୫ ହଜାର ଟଙ୍କା ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ଆୟ ୧ କୋଟି ୨ ଲକ୍ଷ ୭୮ ହଜାର ୬୮୦ ଟଙ୍କା ହୋଇଛି।
ରାହୁଲ୍ ଙ୍କ ସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୫ ବର୍ଷ ମଧ୍ୟରେ ୫୯ ପ୍ରତିଶତ ବୃଦ୍ଧି ପାଇଛି। କଂଗେସ ନେତା ମାନଙ୍କ ପାଖରେ ୧୫.୨ ଲକ୍ଷ ଟଙ୍କାର ସୁନା ବଣ୍ଡ ମଧ୍ୟ ରହିଛି। ସେ ଜାତୀୟ ସଞ୍ଚୟ ଯୋଜନା, ଡାକ ସଞ୍ଚୟ ବୀମା ପଲିସି ଏବଂ 
ଅନ୍ୟାନ୍ୟ ସ୍ଥାନରେ ୬୧.୫ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି। ସତ୍ୟପାଠ ଅନୁଯାୟୀ ରାହୁଲ୍ ଗାନ୍ଧୀ ଙ୍କ ବାର୍ଷିକ ଆୟ ୧ କୋଟି ଟଙ୍କାରୁ ଅଧିକ ଥିବା ବେଳେ ତାଙ୍କର ୨୦ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ରହିଛି।
Bb
ରାହୁଲ ଗାନ୍ଧୀ ମେହେରାଲି ରେ ପ୍ରିୟଙ୍କା ଗାନ୍ଧୀ ଙ୍କ ମିଳିତ ମାଲିକାନାରେ ଥିବା ଚାଷ ଜମି , ଗୁରୁ ଗାଁ ରେ ଥିବା ୧୧ କୋଟି ଟଙ୍କା ର ଅଫିସ୍ ଜଗା ଥିବା ଘୋଷଣା କରିଛନ୍ତି। ସତ୍ୟପାଠ ଅନୁସାରେ ଆନିରାଜା ଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୭୨ ଲକ୍ଷ ଟଙ୍କା।
ଆନିରାଜା ମାତ୍ର ୧୦ ହଜାର ଟଙ୍କା ନଗଦ ,୬୨ ହଜାର ଟଙ୍କା ର ବ୍ୟାଙ୍କ୍ ଜମା ,୨୫ ହାଜର ଟଙ୍କା ର ଅଳଙ୍କାର ଏବଂ ୭୧ ଲକ୍ଷ ଟଙ୍କା ର ସମ୍ପତ୍ତି ଥିବା ଘୋଷଣା କରିଛନ୍ତି। ତେବେ ଏହା ଘୋଷଣା ହେବାପରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ରାହୁଲ୍ ଙ୍କ ଏହି ସମ୍ପତ୍ତି ସମ୍ପର୍କରେ ସତ୍ୟପାଠ ଶୁଣିବା ପରେ ଆପଣ ମାନଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement