Sep 22, 2023, 10:37 IST

ରାହୁଲ ଗାନ୍ଧୀ ହେଲେ କୁଲି ଦେଖନ୍ତୁ କେଉଁ କାରଣ ପାଇଁ ନେଲେ ଏମିତି ଏହି ପଦକ୍ଷେପ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ରାଜନୀତି ବିଷୟରେ ଖବର ଜାଣିପାରିବେ । ଆପଣମାନେ ସମସ୍ତେ କଂଗ୍ରେସ ରାଜନେତା ରାହୁଲ ଗାନ୍ଧୀଙ୍କୁ ତ ଜାଣିଥିବେ । ଏହି ନେତା ଜଣଙ୍କୁ ନେଇ ସବୁବେଳେ ଅନେକ ପ୍ରକାରର ଖବର ଆସିଥାଏ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଜାଣିପାରିବେ ।
ଆପଣମାନେ ସମସ୍ତେ ତ ଜାଣିଥିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଭାରତ ପଦଯାତ୍ରାରେ ବାହାରି ଥିଲେ । ସେ ବୁଲିବୁଲି ସମଗ୍ର ଦେଶ ଦେଖୁଛନ୍ତି ଆଉ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି । ଏବେ କିନ୍ତୁ ତାଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି ।
Special report
ରେଳୱେ ଷ୍ଟେସନରେ କୁଲି ସାଜିଲେ ରାହୁଲ ଗାନ୍ଧୀ । ସେ କୁଲିଙ୍କ ନାଲି ପୋଷାକ ପିନ୍ଧିଲେ ଆଉ ମୁଣ୍ଡରେ ବୋଝ ବୁହାଇ ଚାଲିଲେ । କଂଗେସ ସାଂସଦ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନକୁ ଏବେ ଯାଉଛନ୍ତି । ଆଉ ବିଭିନ୍ନ ପେଶା କରୁଥିବା ଲୋକଙ୍କ ସହିତ ମିଶୁଛନ୍ତି ।
ସେ ଯେଉଁ ଜାଗାରେ ଯେଉଁ ଲୋକଙ୍କ ସହ ମିଶୁଛନ୍ତି ତାଙ୍କର ବେଶଭୂଷା ବି ଧାରଣ କରୁଛନ୍ତି । କେତେବେଳେ ସେ ଟ୍ରକ ଡ୍ରାଇଭର ସାଜି ଟ୍ରକ୍ ଚଳାଉଛନ୍ତି ତ ଆଉ କେତେବେଳେ ଗ୍ୟାରେଜ ମେକାନିକ ସାଜି ଗାଡ଼ି ଠିକ୍ କରୁଛନ୍ତି । ଆଉ ଏବେ ରାହୁଲ ଗାନ୍ଧୀ ଷ୍ଟେସନ କୁଲି ମଧ୍ୟ ସାଜିଥିବା ଦେଖିବାକୁ ମିଳିଛି ।
Special Report
ଗତ ବୁଧବାର ଦିନ ସେ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ପହଞ୍ଚିଥିଲେ ।ଆଉ ସେଠାରେ କାମ କରୁଥିବା କୁଲିମାନଙ୍କୁ ସେ ଭେଟିଥିଲେ । ସେଠାରେ ସେ କୁଲି ମାନଂକ ସହ କଥା ହୋଇଥିଲେ ଆଉ ତାଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ । 
ଏହାପରେ ସେ କୁଲି ଭଳି ନାଲି ପୋଷାକ ଲଗାଇ ବ୍ୟାଚ ଲଗାଇ ବୋଝ ବୋହିଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । କଂଗ୍ରେସ ଦଳ ମଧ୍ୟରୁ କୁଲି ମାନଂକ ସହିତ ଦେଖା କରିବା ଆଉ କଥା ହେବା ଖବର ବି ସୋସିଆଲ ମିଡିଆରେ ସେୟାର କରିଥିଲେ । ରାହୁଲ ଗାନ୍ଧୀ ତାଙ୍କ ଇନଷ୍ଟାଗ୍ରାମ ପେଜରେ ମଧ୍ୟ ଏନେଇ ଲେଖିଥିଲେ ।
କିଛି ଦିନ ତଳେ ସେ ଦିଲ୍ଲୀର ଏକ ଗ୍ୟାରେଜରେ ପହଞ୍ଚିଥିଲେ ଆଉ ସେ ଗାଡ଼ି ଠିକ୍ କରୁଥିଲେ । ଆଉ ଏହାସହ ମେ ମାସରେ ସେ ଏକ ଟ୍ରକ ଡ୍ରାଇଭର ସାଜି ଟ୍ରକ୍ ମଧ୍ୟ ଚଳାଇଥିଲେ । ଏଭଳି ଅନେକ କାମ ଏବେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ କରୁଛନ୍ତି । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି।

Advertisement