Feb 13, 2024, 13:40 IST

ଧେତ୍ କଣ ଆଉ କୁହାଯିବ, U19 ବିଶ୍ଵକପ ବି ହାରିଲା ଭାରତ, ପୁଣି ସେଇ ଅଷ୍ଟ୍ରେଲିଆ ଦେଲା ମାତ୍

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଡ଼ଙ୍କ ରାସ୍ତାରେ ଏବେ ସାନ ମାନେ ଚାଲିଛନ୍ତି। ସିନିୟର୍ କ୍ରିକେଟ୍ ଟିମ ଯାହା କରିଥିଲେ ଏବେ ଜୁନିୟର କ୍ରିକେଟ୍ ଟିମ ମଧ୍ୟ ସେୟା କରିଛନ୍ତି।
Special report
ଆପଣ ମାନେ ଜାଣିଥିବେ କି ଏହି ବର୍ଷ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍ ରେ ଭାରତ କିଭଳି ଲଜ୍ୟା ଜନକ ଭାବରେ ପରାଜୟ ବରଣ କରିଥିଲା। ଯାହା ଦ୍ଵାରା ଅନେକ ଲୋକ ମାନଙ୍କ ଆଶା ଓ ଭରଷା ଭାଙ୍ଗି ଯାଇଥିଲା।
କାରଣ ଭାରତ ଏହି ବର୍ଷ ଖୁବ୍ ଭଲ ପ୍ରଦର୍ଶନ କରି ସବୁ ମ୍ୟାଚ୍ ଜିତି ଆସିଥିଲା। ହେଲେ ଫାଇନାଲ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ୍ ପ୍ରଦର୍ଶନ କରି ପରାଜୟ ବରଣ କରିଥିଲା। ଆଉ ଏହା ଭାରତ ପାଇଁ ଏକ ଖୁବ ଲଜ୍ୟା ଜନକ ହୋଇଥିଲା।
ସେବେ ଠାରୁ ଆଜି ପର୍ଯ୍ୟନ୍ତ ଭାରତ ଅଷ୍ଟ୍ରେଲିଆ ପାଖରୁ ପ୍ରତିଶୋଧ ନେବାକୁ ଚାହୁଁଥିଲା। ଆଉ ଭାରତକୁ ପ୍ରତିଶୋଧ ନେବାର ମଉକା ମଧ୍ଯ ମିଳିଥିଲା। ହେଲେ ଭାରତ ଏଥିରେ ମଧ୍ୟ ବିଫଳ ହୋଇଗଲା।
Special report
ଆଜ୍ଞା ହଁ ଭାରତ ର ୧୯ ବର୍ଷୀୟା କମ୍ ଟିମ କ୍ରିକେଟ୍ ବିଶ୍ୱକପ୍ ରେ ଖୁବ ଭଲ ପ୍ରଦର୍ଶନ କରି ଫାଇନାଲ ରେ ଯାଇ ପହଞ୍ଚି ଥିଲା। ଏହି ମ୍ୟାଚ୍ ରେ ମଧ୍ୟ ଭାରତର ଆମ୍ନା ସାମ୍ନା ଅଷ୍ଟ୍ରେଲିଆ ସହ ହୋଇଥିଲା।
ହେଲେ ଯେଭଳି ଭାବରେ ସିନିୟର୍ ଟିମ କୁ ଫାଇନାଲ ମ୍ୟାଚ ରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଠିକ୍ ସେଭଳି ଭାବରେ ହିଁ ଜୁନିୟର ଟିମ ମଧ୍ଯ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିଛି। ଯାହା ଦ୍ବାରା ପୁଣି ଥରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ହାତେଇଛି।
ଦଳ ୪୩ ଓଭର ୫ ଟି ବଲ ଖେଳି ନିଜର ସମସ୍ତ ୱିକେଟ ହରାଇ ୧୭୪ ରନ କରିବାରେ ସକ୍ଷମ ହୋଇଥିଲା। ବିଜୟ ଠାରୁ ୮୦ ରନ ଦୂରରେ ରହି ବିଶ୍ୱକପ୍ କୁ ହାତଛଡ଼ା କରିଛି ଭାରତୀୟ ଟିମ।
ଅଷ୍ଟ୍ରେଲିଆ ୫୦ ଓଭର ରେ ସାତ ୱିକେଟ ହରାଇ ୨୫୩ ରନ କରିଥିଲା। ଆଉ ଭାରତ ସାମ୍ନାରେ ୨୫୪ ରନ ର ଟାର୍ଗେଟ ରଖିଥିଲା ଯାହାକୁ କି ଭାରତ ଛୁଇଁ ପାରି ନଥିଲା ଆଉ ପରାଜୟ ବରଣ କରିଥିଲା।

Advertisement