Jan 16, 2024, 21:25 IST

ପୁଣି ଛୁଆକୁ ଜନ୍ମ ଦେଇ ବୁଦା ମୂଳରେ ଫୋପାଡିଦେଲା ମା ଦେଖନ୍ତୁ ଫୁଙ୍ଗୁଳା ଥିବା ନବଜାତ ଶିଶୁକୁ ଘୋଡାଇ ଆଣିଲେ ଗାଁ ଲୋକେ - Exclusive Visual

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏଭଳି କିଛି ଖବର ଆପଣମାନେ ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଖବର ବିଷୟରେ ଆପଣ ଶୁଣିଲେ ଆପଣଙ୍କ ମନରେ ଅନେକ କଥା ମଧ୍ୟ ଆସିବ । ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁ ମାନଙ୍କର ସନ୍ତାନ ହେଉ ନାହିଁ ଆଉ ସନ୍ତାନ ଟିଏ ପାଇଁ କେତେ କଣ କରୁଛନ୍ତି । 
କିନ୍ତୁ ଏଭଳି କିଛି ଯୁବତୀ ଅଛନ୍ତି ଯେଉଁମାନେ ଛୁଆ ଜନ୍ମ କରି ରାସ୍ତା କଡ଼ରେ ବା ଜଙ୍ଗଲରେ ଫିଙ୍ଗି ଦେଉଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଏହି ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସମୟ ରାତି ୧୧ ଟା ।
Special report
ଚାରିଆଡେ କିଟମିଟ ଅନ୍ଧାର ଥିଲା । ସବୁ ଆଡ଼େ ଶୁନଶାନ୍ ଆଉ ନିସ୍ତବ୍ଧ ଥିଲା । ହଠାତ୍ ସେହି ସମୟରୁ ରାସ୍ତା କଡ଼ରେ ଥିବା ବୁଦା ମୂଳରୁ ଶୁଭିଲା କୁଆଁ କୁଆଁ ଶବ୍ଦ । ଆଉ ଏହି ଶବ୍ଦ ଶୁଣି ଲୋକମାନେ ରହି ପାରିନଥିଲେ । 
ସେହି ସ୍ଥାନକୁ ଦୌଡ଼ି ଯାଇ ଦେଖିଲା ବେଳକୁ ସେଠାରେ ଏକ କୁନି ନିଷ୍ପାପ ନବଜାତ ଶିଶୁଟିଏ ପଡ଼ିଛି । ସେହି ଶିଶୁ କନ୍ୟା ଜଣଙ୍କୁ କେହି ଫିଙ୍ଗି ଦେଇ ପଳାଇଛି । ବ୍ୟକ୍ତି ଜଣକ ଏହି ଫୁଙ୍ଗୁଳା ପଡ଼ିଥିବା ଛୁଆଟିକୁ ନେଇ ଯାଇ ତାଙ୍କ ପିନ୍ଧା ଗାମୁଛାରେ ଗୁଡେ଼ଇ ଦେଇଥିଲେ ।
Special Report
ଶୀତରେ ଥରି ଯାଉଥିବା ଏହି ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ ବ୍ୟକ୍ତି ଜଣକ । ଏଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଧାମରା ପଞ୍ଚାୟତ ପେଟ୍ରୋଲ ପମ୍ପ ନିକଟରେ ।
ଗତକାଲି ମାଆ ଧମରାଇଙ୍କ ପବିତ୍ର ମକର ସଂକ୍ରାନ୍ତି ଥିଲା । ସେଠାରେ ଲୋକଙ୍କ ଭିଡ ରହିଥିଲା । ଆଉ ଏହି ଭିଡ଼ରେ କେହି ତାର ପାପ ଲୁଚାଇବା ପାଇଁ ହେଉ କି କନ୍ୟା ସନ୍ତାନ ଜନ୍ମ ହେବା କାରଣରୁ ପେଟ୍ରୋଲ ପମ୍ପ ଠାରୁ ୫୦୦ ମିଟର ଦୂରରେ ଥିବା ଏକ ବୁଦା ମୂଳେ ଫିଙ୍ଗି ଦେଇଥିଲା ।
Special Report
ଏବେ ଏହି ଖବର ଚାରିଆଡେ ବ୍ୟାପି ଯାଇଛି । ଯିଏ ଏହି ଖବର ଶୁଣୁଛି କହୁଛି ଗୋଟିଏ ମାଆ ଏତେ ନିଷ୍ଠୁର କିଭଳି ହୋଇପାରିବ । ଆଉ ଏଭଳି ଶୀତୁଆ ଦିନରେ ସେ କେମିତି ଏମିତି କରି ପାରୁଛି । 
କାହିଁକି ଏମିତି ଶିଶୁ କନ୍ୟାମାନଙ୍କୁ ଅଲୋଡା କରି ରାସ୍ତା କଡ଼ରେ ଫିଙ୍ଗି ଦେଉଛନ୍ତି ? ଗତକାଲି ଏଭଳି ଏକ ଘଟଣା ଚମ୍ପୁଆ ବସଷ୍ଟାଣ୍ଡରେ ଘଟିଥିଲା ଆଉ ଏହି ଘଟଣାକୁ ଗୋଟିଏ ଦିନ ନ ହେଉନୁ ପୁଣି ଏମିତି ଏକ ଘଟଣା ଘଟିଯାଇଛି ।
ଶିଶୁ କନ୍ୟାଟି ସୁସ୍ଥ ଅଛି । ସୂଚନା ଅନୁସାରେ ଗତକାଲି ଧାମରାରୁ ରାତି ସମୟରେ ମହିଶଙ୍କର ଗ୍ରୁପର ସୁମନ କୁମାର ମହାନ୍ତି ଏହି ଶିଶୁ କନ୍ୟା ଜଣଙ୍କୁ ଉଦ୍ଧାର କରିଥିଲେ ।

Advertisement