ନମସ୍କାର ପାଠକ ବନ୍ଧୁ।ପ୍ରେମ କରି ବିବାହ କରିବାରୁ ଶେଷ ରେ ନିଜ ମା ହରାଇ ଦେଲେ ଯୁବକ।ବର୍ତ୍ତମାନ ସମୟ ରେ ଏଭଳି ଅନେକ ଘଟଣା ବିଷୟ ରେ ଆପଣ ମାନେ ଶୁଣି ଥିବେ।ଆମେ ଆଜି ପୁଣି ଥରେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରେ।ସେଠାରେ ପ୍ରେମ ବିବାହ କୁ ବିରୋଧ କରି କିଛି ଲୋକ ଘରେ ପ୍ରବେଶ କରି ଥିଲେ।ଏହା ପରେ ଯୁବକ ଙ୍କ ମା ଙ୍କୁ ମା-ରି ପୋଖରୀ କୁ ଫୋପାଡି ଦେଇ ଥିଲେ।
ସୂଚନା ଅନୁସାରେ ସେହି ଅଞ୍ଚଳ ର ସିଲୁ ନାମକ ଜଣେ ଯୁବକ ନିକଟସ୍ଥ ଗ୍ରାମ ର ଜଣେ ଯୁବତୀ ଙ୍କୁ ପ୍ରେମ କରି ଥିଲେ।ଏଥିରେ ସିଲୁ ଙ୍କ ମା ମାନିଆ ବହୁତ ଖୁସି ହୋଇ ଯାଇ ଥିଲେ।ହେଲେ ଯୁବତୀ ଙ୍କ ପରିବାର ଲୋକେ ଏଥିରେ ରାଜି ନ ଥିଲେ।
ନିଜ ଝିଅ ର ପ୍ରେମ ବିବାହ କୁ ସେମାନେ ପସନ୍ଦ କରି ନ ଥିଲେ।ତେବେ ଗତ କାଲି ରାତି ରେ ହଟାତ ଦୁ-ର୍ବୃ-ତ୍ତ ମାନେ ତାଙ୍କ ଘର ଭିତରେ ପ୍ରବେଶ କରି ମାନିଆ ଙ୍କୁ ମାରି ଦେଇ ଥିଲେ।ଏହା ପରେ ସିଲୁ ଓ ତାର ସ୍ତ୍ରୀ ଉପରେ ଆ-କ୍ର-ମ-ଣ କରି ଥିଲେ।
ଦୁ-ର୍ବୃ-ତ୍ତ ମାନେ ମାନିଆ ଙ୍କୁ ମାରି ଗୋଟିଏ ପୋଖରୀ ଭିତରେ ଫୋପାଡି ଦେଇ ଥିଲେ।ଏହା ପରେ ସିଲୁ ଓ ତାର ସ୍ତ୍ରୀ କୁ ଜୀବନ ରୁ ମାରି ଦେବା ପାଇଁ ଚେଷ୍ଟା କରି ଥିଲେ।କିନ୍ତୁ କିଛି ଗାଁ ଲୋକ ଚାଲି ଆସିବାରୁ ସେମାନେ ସେ ସ୍ଥାନ ଛାଡି ଚାଲି ଯାଇ ଥିଲେ।
ଏହା ପରେ ଗାଁ ଲୋକ ମାନେ ମିଶି ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ମେଡିକାଲ ରେ ଭର୍ତି କରିଛନ୍ତି।ଏବେ ସେମାନେ ସୁସ୍ଥ ଅଛନ୍ତି ବୋଲି କୁହା ଯାଇଚି।କୁହା ଯାଉଚି ଯେ ଉଭୟ ପ୍ରେମ କରି ବିବାହ କରି ଥିଲେ।ଏହାକୁ ଝିଅ ଘର ଲୋକେ ପସନ୍ଦ କରି ନ ଥିଲେ।
ସେହି ମାନେ ହିଁ ଏହି ଗୁଣ୍ଡା ମାନଙ୍କୁ ତାଙ୍କ ଘର କୁ ପଠାଇ ଥିବେ ବୋଲି କୁହା ଯାଉଚି।ହେଲେ ପ୍ରକୃତ ରେ ଏହି ହ-ତ୍ୟା କଣ ପାଇଁ ହୋଇଛି ତାହା ଜଣା ପଡି ନାହି।
ତେବେ ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା ଏହି ଘଟଣା ର ପ୍ରକୃତ ଦୋଷୀ କିଏ।କେବେ ସେମାନେ ଧରା ପଡ଼ୁଛନ୍ତି।