Nov 6, 2023, 15:49 IST

ପୁଅ ଆଖି ଆଗରେ ମାକୁ ଗୋଡେଇ ଗୋଡେଇ ହାଣିଲେ ବାପା ଦେଖନ୍ତୁ ଘଟିଗଲା ସାଙ୍ଘାତିକ ଘଟଣା - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଜାଣିଥିବେ ତ ମଦ ପିଇଲେ ଲୋକମାନେ କଣ ସବୁ କରନ୍ତି ତାହା ଜାଣିପାରନ୍ତି ନାହିଁ ।
Special
ଲୋକମାନେ ମଦ ପିଇଲେ ତାଙ୍କ ହୋସ ରହି ନଥାଏ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ମଦ୍ୟପ ଲୋକ ଏଭଳି ନୃଶଂସ କାମ କରିଛି ଯାହା ଯେ କେହିବି ଶୁଣିଲେ ମନରେ ଅନେକ କଥା ଭାବିବ ।
ଜଣେ ମଦ୍ୟପ ଲୋକ ତାର ସ୍ତ୍ରୀକୁ ମାରି ଦେଇଛି । ଆଉ ମାରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମଦ୍ୟପ ଲୋକ ଜଣକ ତାର ସ୍ତ୍ରୀକୁ ହାଣି ଦେଇଛି । ମଦ୍ୟପ ସ୍ୱାମୀର ନୃଶଂସ କାଣ୍ଡ ଦେଖିବାକୁ ମିଳୁଛି ।
Special report
ଗ୍ୟାସକୁ ନେଇ ଝଗଡ଼ା ହୋଇଥିଲା ଆଉ ଏହି ଝଗଡ଼ାରେ ଏହି ସ୍ବାମୀ ଜଣକ ସ୍ତ୍ରୀର ଜୀବନ ନେଇଗଲା । ଦୁଇଟି ନିଷ୍ପାପ ଶିଶୁ ମାଆ ଛେଉଣ୍ଡ ହୋଇଗଲେ । ସାମାନ୍ୟ କଥାକୁ ନେଇ ସ୍ବାମୀ ଜଣକ ସ୍ତ୍ରୀ କୁ ଗୋଡେଇ ଗୋଡେଇ ହାଣି ଦେଇଥିଲା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ।
ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ୍ ରୁଗୁମ୍ ଗ୍ରାମରେ । ଏହି ଗ୍ରାମର ଏହି ବ୍ୟକ୍ତି ଜଣକ ଦିନ ଆଲୋକରେ ତାର ସ୍ତ୍ରୀକୁ ମାରି ଦେଇଥିଲା । ଜାଳେଣୀକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିଲା । ସୂଚନା ଅନୁସାରେ ରୁଗୁମ ଗ୍ରାମର ମିଥୁନ ସ୍ୱାଇଁ ସେରଗୁଡ଼ା ବ୍ଲକ୍ ହଲି ବିଶୋଇଙ୍କ ଝିଅ ଲିଲି ସ୍ୱାଇଁଙ୍କୁ ବିବାହ କରିଥିଲେ ।
Special report
ଏହି ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କୁ ସବୁବେଳେ ମାରଧର କରୁଥିଲେ ଆଉ ଏବେ ଗ୍ୟାସକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା ।ଆଉ ଏହି ଝଗଡ଼ା ବିରାଟ ରୂପ ନେଇଥିଲା ।
ଏହି ଝଗଡ଼ା ପରେ ଲିଲି ପୁଅ ସହ ଆଉ ଗାଁର ଗୋଟିଏ ସାହିକୁ ଯାଉଥିଲେ । ଆଉ ସେତେବେଳେ ସେହି ସ୍ବାମୀ ଜଣକ ତାର ସ୍ତ୍ରୀକୁ ଗୋଡେଇ ଗୋଡେଇ ଲିଲିର ମୁଣ୍ଡ ଆଉ ବେକକୁ ମରଣାସ୍ତ୍ରରେ ମଧ୍ୟ ମାରିଥିଲେ । ଏହାପରେ ଲିଲିର ଜୀବନ ଚାଲି ଯାଇଥିଲା । ଏହି ଛତିଥରା ଦୃଶ୍ୟ ପୁଅ ସବୁ ଦେଖିଥିଲା ।
ମାକୁ ପୁଅ ସାମ୍ନାରେ ବାପା ଜଣକ ଅତି ନୃଶଂସ ଭାବରେ ମାରିଦେଲା । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି । ଏହି ଘଟଣା ଏବେ ପୋଲିସ ତଦନ୍ତ କରୁଛି । ଲିଲିର ମା ଆଉ ବାପା ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ଅଧିକ ତଦନ୍ତ କରୁଛି ।

Advertisement