ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଏଭଳି ଘଟଣା ଦିନକୁ ଦିନ ଘଟିବାରେ ଲାଗିଛି ଯାହାକୁ କି ଆପଣ ଆପଣଙ୍କ ସ୍ୱପ୍ନରେ ମଧ୍ୟ କେବେ ହେଲେ ମଧ୍ୟ ଭାବି ନଥିବେ।
ଦିନକୁ ଦିନ ଏବେ ଆମ ସମାଜ ଖୁବ୍ କଳୁଷିତ ହେବାରେ ଲାଗିଛି। ସେଥିପାଇଁ ଏଭଳି ନିନ୍ଦନୀୟ ଘଟଣା ଆମ ସମାଜରେ ବଢ଼ିବାରେ ଲାଗୁଛି। ଜଣେ ଲୋକ କିଛି କରିବା ଆଗରୁ ଅନ୍ୟ ସମ୍ପର୍କରେ ଚିନ୍ତା କରୁ ନାହିଁ।

କ୍ରୋଧ ଓ ପ୍ରତିଶୋଧ ନିଆଁରେ ଜର୍ଜରିତ ହୋଇ ଦିନକୁ ଦିନ ସବୁ କିଛି ଭୁଲି ଯାଉଛି। ଏଭଳି କିଛି ଭୁଲ୍ କରି ବସୁଛି ଯାହାର କି କ୍ଷମା ନାହିଁ। କେବଳ ତାହାର ଦଣ୍ଡ ହିଁ ମିଳି ପାରିବ। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ରେ।
ରାଜସ୍ଥାନର ହନୁମାନଗଡରେ ଦୁଇ ଭାଇ ଏବେ ଏଭଳି କିଛି କରିଛନ୍ତି। ସେମାନେ ପ୍ରିନ୍ସିପାଲ ଙ୍କ ପତ୍ନୀ ଓ ତାଙ୍କର ଝିଅର ଅଶ୍ରିଳ ଫଟୋ ତିଆରି କରିଥିଲେ। ଏହାପରେ ତାହାକୁ ନକଲି ଫେସବୁକ୍ ରେ ପୋଷ୍ଟ କରିଥିଲେ।
ଏହାପରେ ନକଲି ଫେସବୁକ୍ ଆଇଡି ରୁ ଏହି ପୋଷ୍ଟ ମଧ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା।ପ୍ରାୟ ଦୁଇ ବର୍ଷ ପରେ ପୋଲିସ ଏହି ମାମଲାରେ ଦୁଇ ଭାଇଙ୍କୁ ଗିରଫ କରିଛି।ଯେତେବେଳେ ପୋଲିସ ତାଙ୍କ ଫୋନରେ ସର୍ଚ୍ଚ କରିଥିଲା

ସେତେବେଳେ ପ୍ରାୟ ୪୦୦ ମହିଳାଙ୍କ ଫଟୋ ଦେଖିବାକୁ ମିଳିଥିଲା। ଏହି ଦୁଇ ଭାଇ ନକଲି ଫେସବୁକ୍ ପ୍ରୋଫାଇଲ୍ ତିଆରି କରୁଥିଲେ। ଆଉ ଏଭଳି ଅଶ୍ରିଳ ଫଟୋ ମଧ୍ୟ ସେହି ଆଇଡି ରେ ଭାଇରାଲ୍ କରୁଥିଲେ।
ପୋଲିସ କହିଛି ଯେ ଉଭୟ ଅଭିଯୁକ୍ତ ଏକ ନକଲି ଫେସବୁକ୍ ଆଇଡି ତିଆରି କରି ଫଟୋ ତଳେ ନିଜ ଫୋନ୍ ନମ୍ବର ଲେଖି ଏହାକୁ ଭାଇରାଲ କରିନ୍ତି। ହେଲେ ଏବେ ତାଙ୍କୁ ପୋଲିସ ଧରି ନେଇଛି।
ଆଉ ତାଙ୍କୁ କଠୋର ରୁ କଠୋର ଦଣ୍ଡ ମିଳିବ ବୋଲି ଯେଉଁ ମାନଙ୍କ ସହ ସେ ଏଭଳି ଘୃଣ୍ୟ କାମ କରିଥିଲେ ସେମାନେ ଆଶା ରଖିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।