Nov 10, 2023, 17:35 IST

ପ୍ରେମିକ ସହ ଶୋଇଥିଲା ସ୍ତ୍ରୀ ଅଚାନକ ଆସିଲା ସ୍ଵାମୀଙ୍କ ଫୋନ ଆଉ ତା ପରେ .....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜ ପ୍ରେମିକ ସହିତ ମହିଳା ଜଣକ ନିଆଁ ଲାଗଇ ନଜକୁ ଜାଳି ଦେଇ ଜୀବନ ହାରିଦେଇଥିଲେ। ବେଙ୍ଗାଲୁର କଥରାପୂର୍ ପୋଲିସ ଷ୍ଟେସନ ଅଧୀନରେ ଏଭଳି ଘଟଣା ଘଟିଛି।
Special report
ନିଜ ପ୍ରେମିକ ସହିତ ଯେଉଁ ଘରେ ମହିଳା ଜଣକ ରହୁଥିଲେ ସେଠାରେ ଭୟଙ୍କର ଭାବେ ଜୀବନ ହାରିଦେଇଛନ୍ତି ଉଭୟ। ତେବେ ପଶ୍ଚିମବଙ୍ଗର ୨୦ ବର୍ଷୀୟ ସୋମିନି ଦାସ ବେଙ୍ଗାଲୁରରେ ନର୍ସିଂ ପାଠ ପଢୁଥିଲେ। ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ସୌମିନି ଆଗରୁ ବିବାହ ମଧ୍ୟ କରିଥିଲେ। 
ତାଙ୍କ ସ୍ଵାମୀ ପଶ୍ଚିମବଙ୍ଗରେ ରୁହନ୍ତି। ତେବେ ବେଙ୍ଗଲୁରରେ ରହୁଥିବା ବେଳେ ସୋମିନିଙ୍କ ପରିଚୟ ୨୯ ବର୍ଷୀୟ ଆବ୍ରାହମଙ୍କ ସହିତ ହୋଇଥିଲା। ଆବ୍ରାହମ ଗୋଟିଏ ନର୍ସିଂ ହୋମରେ କାମ କରନ୍ତି କିଛିଦିନର ଦେଖା ସାକ୍ଷାତ ପରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।
Special report
ଏହାପରେ ସେମାନେ ଡଡାଗୋବି ଠାରେ ଫ୍ଲାଟ୍ ନେବା ସହିତ ଏକାଠି ରହିଥିଲେ। ଆଉ କିଛି ମାସ ଏକାଠି ରହିଲା ପରେ ସୋମିନୀ ନିଜ ଘରକୁ ଯାଇଥିଲେ। ସେଠାରେ ସେ ନିଜ ପ୍ରେମ ସଂପର୍କ ବିଷୟରେ ପରିବାର ଲୋକଙ୍କୁ କହିଥିଲେ। 
ଏଥିସହ ସେ ନିଜ ସ୍ଵାମୀଙ୍କ ସହ ରହିବାକୁ ମନା କରିଦେଇଥିଲେ। ଆଉ ସେଠାରୁ ଫେରିଲା ପରେ ସେ ଆବ୍ରାହମ୍ ଙ୍କ ସହ ପୁଣି ରହିବାକୁ ଲାଗିଥିଲେ। ଆଉ ସ୍ଵାମୀଙ୍କ ଠାରୁ ସେ ଛାଡ଼ପତ୍ର ନେବାକୁ ମଧ୍ୟ କହିଥିଲେ।
Special report
ହେଲେ ରବିବାର ଅପରାହ୍ନରେ ସୋମିନି ଙ୍କୁ ତାଙ୍କ ସ୍ଵାମୀ ଫୋନ୍ କରିଥିଲେ। ଏହାପରେ ହଠାତ୍ ସେ ଆଉ ଆବ୍ରାହମ୍ ପେଟ୍ରୋଲ ଆଣି ନିଜ ଉପରେ ଢାଳି ନିଜକୁ ନିଆଁ ରେ ଜାଳିଦେଲେ। ସେମାନଙ୍କ ଚିତ୍କାର ଶୁଣି ପଡୋଶୀ ମାନେ ଧାଇଁ ଆସିଥିଲେ। 
ଏହାପରେ ଉଭୟଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ପ୍ରଥମେ ସେଠାରେ ସୋମିନି ଜୀବନ ଚାଲିଗଲା। ଆଉ ଗୁରୁତର ଆବ୍ରାହମଙ୍କୁ ଭିକ୍ଟରିଆ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମଧ୍ୟ ଜୀବନ ଚାଲିଗଲା।
ତେବେ ପୋଲିସ ବର୍ତ୍ତମାନ କେଉଁ କାରଣ ପାଇଁ ଉଭୟ ଏଭଳି ପଦକ୍ଷେପ ନେଲେ ତାହାକୁ ନେଇ ତଦନ୍ତ କରୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement