ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜ ଝିଅର ଜିଁ ଥାଉ ଥାଉ ପିଣ୍ଡ ଦାନ କରିଲେ ବାପା। ଝିଅ ନିଜର ପ୍ରେମିକ ସହ ପଳାଇଲା ବୋଲି ଲଣ୍ଡା ହୋଇ ଯାଇଥିଲେ ବାପା।
ବ୍ରାହ୍ମଣ , ପୁରୋହିତ ଓ ସାହିଭାଇ ଙ୍କ ଉପସ୍ଥିତି ରେ ହିନ୍ଦୁ ରୀତିନୀତି ଅନୁସାରେ ଏହି ପିଣ୍ଡ ଦାନ ଓ ଶୁଦ୍ଧି କାର୍ଯ୍ୟ ସମ୍ପନ୍ନ ହେଉଥିବାର ଦେଖିବାକୁ ମିଳିଥିଲା। କୁହା ଯାଉଛି କି ପ୍ରେମିକ ସହ ଲୁଚି ଚାଲିଯିବା କାରଣରୁ ପରିବାର ଲୋକ ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି।
ଯୁବତୀ ଜଣକ ନାମ ହେଉଛି ପାୟଲ ମହାପାତ୍ର ସେ ତାଙ୍କର ପରିବାର ଲୋକଙ୍କ ଆଖିରେ ଧୂଳି ଦେଇ ନିଜର ଟିଉସନ୍ ମାଷ୍ଟର ଙ୍କ ସହ ଫେରାର ହୋଇ ଯାଇଥିଲେ। ଏପରି କି ଘର ଲୋକଙ୍କୁ ପର କରି ନିଜ ଇଚ୍ଛାରେ ଏଭଳି ନିଷ୍ପତ୍ତି ନେଇଥିଲେ
ଏମିତିକି ଜନ୍ମ କଲା ବାପା ମାଆ ଓ ନିଜର ପରିବାର ସବୁ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡି ଯାଇଥିଲା। ଆଉ ଆତ୍ମୀୟ ସ୍ୱଜନ ମାନେ ତାଙ୍କୁ ଶୁଦ୍ଧି ହୋଇ ଯାଇଛନ୍ତି। ରକ୍ତ ସମ୍ପର୍କରେ କଳଙ୍କ ଲାଗି ଯାଇଛି।
କଟକ ଜିଲା, ଭଦ୍ରେଶ୍ଵର ଥାନା ଅନ୍ତର୍ଗତ ଉମର ଗ୍ରାମରେ ଏଭଳି ଘଟଣା ଘଟି ଯାଇଛି। ଝିଅକୁ ଏବେ ସଂପୂର୍ଣ୍ଣ ଭାବରେ ଶୁଦ୍ଧି ହୋଇ ପଡିଛନ୍ତି ତାଙ୍କର ଜ୍ଞାତି କୁଟୁମ୍ବ। ଝିଅ ନିଖୋଜ ହେବା ପରେ ତାଙ୍କର ବାପା ଥାନାରେ ଏତଲା ମଧ୍ୟ ଦେଇଥିଲେ।
ହେଲେ ଝିଅଟି ଏହା କହିଥିଲା କି ସେ ତାର ନିଜ ଇଚ୍ଛାରେ ହିଁ ପଳେଇ ଯାଇଛି। ଏହାପରେ ତାଙ୍କର ଘର ଲୋକ ମାନେ ତାଙ୍କ ଝିଅର ଆଉ ସନ୍ଧାନ ପାଇ ନଥିଲେ।
ଏଥିପାଇଁ ସେମାନେ ମଧ୍ୟ ଏବେ ତାଙ୍କ ଝିଅଙ୍କୁ ତ୍ୟାଗୀ ଶୁଦ୍ଧି ହୋଇ ପଡିଛନ୍ତି। ଆଗରୁ ମଧ୍ୟ ଯୁବତୀ ଜଣକ ଏକ ଯୁବକ କୁ ନେଇ ଚାଲି ଯାଇଥିଲେ। ଏହାପରେ ନିଜେ ଝିଅ ହିଁ ଏନେଇ ଏଫାଇଆର ଦେଇଥିଲେ।
ଏହାପରେ ଏବେ ନିଜେ ଝିଅ ନିଜ ଇଚ୍ଛାରେ ଫେରାର ହେବା ହୋଇ ଯାଇଛି। ଆଉ ଯୁବତୀ ଜଣକୁ ମଧ୍ୟ ୧୮ ବର୍ଷ ହୋଇ ସାରିଛି। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।