ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏବେ ଏଭଳି ଜଣେ ସ୍ୱାମୀ ଓ ଏଭଳି ଜଣେ ଜ୍ବାଇଁ କଥା କହିବାକୁ ଯାଉଛୁ ଯାହାକି କେବଳ ଭାଗ୍ୟରେ ହିଁ ଥିଲେ ମିଳିଥାଏ। ଚାନ୍ଦବାଲି ବ୍ଲକ, ଉତୁକୁଡ଼ା ଗ୍ରାମର ରବିନ୍ଦ୍ର ଙ୍କ ଝିଅ।
ତାଙ୍କର ବାହାଘର ପାଇଁ ଲଗ୍ନ ଯିବାର ଥିଲା। ହେଲେ ବିଧାତା ସବୁ କିଛି ସାରି ଦେଲା। ହେଲେ ରାତି ପାହିବା ଆଗରୁ ଘରେ ନିଆଁ ଲାଗିଯିବା କାରଣରୁ ସବୁ ଲଗ୍ନ ଜିନିଷ ଜଳିପୋଡ଼ି ପାଉଁଶ ହୋଇଗଲା।
ଏହା ଦେଖି ରବୀନ୍ଦ୍ର ଓ ତାଙ୍କର ସ୍ତ୍ରୀ ମାନସୀ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ। ଆଉ ସେମାନେ ଭାବୁଥିଲେ କି ଏଭଳି ଘରପୋଡି ସବୁ ଜିନିଷ ପତ୍ର ଜଳି ପୋଡ଼ି ଯିବା ପରେ ତାଙ୍କ ଝିଅର ବାହାଘର ସେ କେମିତି କରିବେ।
କାହାଠୁ କଣ ମାଗିବେ ଓ ତାଙ୍କର ଜ୍ବାଇଁ ଙ୍କୁ ଆଣି କେଉଁଠାରେ ବସାଇବେ। କାରଣ ତାଙ୍କର ଘର ନଥିଲା ସେଥିପାଇଁ ସେମାନେ ଭାବୁଥିଲେ କି କଣ ତାଙ୍କର ଜ୍ବାଇଁ ବିବାହ ହେବା ପାଇଁ ରାଜି ହେବେ କି ନାହିଁ।
ଏଭଳି ଅନେକ ପ୍ରକାରର ପ୍ରଶ୍ନ ତାଙ୍କ ମନକୁ ଆସୁଥିଲା। ହେଲେ ଜ୍ବାଇଁ କିନ୍ତୁ ଆସିଥିଲେ ତାଙ୍କ ଘରକୁ। ଆଉ ସେ କହିଥିଲେ କି ନିଜେ ଶାଢ଼ୀ ପିନ୍ଧାଇ ରବୀନ୍ଦ୍ର ଙ୍କ ଝିଅ ହୀରାମଣି ଙ୍କୁ ତାଙ୍କ ଘରକୁ ବୋହୂ କରି ନେଇଯିବେ।
ବାସ ଜ୍ବାଇଁ ଙ୍କ ମୁହଁ ରୁ ଏଭଳି କଥା ଶୁଣିବା ପରେ ଏବେ ସମସ୍ତେ ଏହି ଜ୍ବାଇଁ ଙ୍କ ପ୍ରଶଂସା କରୁଛନ୍ତି। ଆଉ କହୁଛନ୍ତି କି ଏଭଳି ପୁଅ କୁ ସେ ଜ୍ବାଇଁ ଭାବରେ ପାଇ ନିହାତି ଭାବରେ ଖୁବ୍ ଭାଗ୍ୟବାନ ଅଟନ୍ତି।
ଜ୍ବାଇଁ ପୁଅ ର କାର୍ଯ୍ୟ ଦେଖି ସମସ୍ତେ ବିମୋହିତ ହୋଇ ଯାଇଛନ୍ତି। ଏହା ଦେଖି ରବୀନ୍ଦ୍ର ଙ୍କ ପରିବାର ବା ହିରାମଣି ଙ୍କ ପରିବାର ମଧ୍ୟ କହୁଛନ୍ତି କି ଏଭଳି ଜ୍ବାଇଁ ଭାଗ୍ୟରେ ଥିଲେ ମିଳେ।
ଏହାକୁ ନେଇ ସାରା ଅଞ୍ଚଳରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।ଲୋକମାନେ ମଧ୍ୟ ଏହି ଜ୍ବାଇଁ ଙ୍କ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଏହି ଜ୍ବାଇଁ ସମ୍ପର୍କରେ ଜାଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।