ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁନ୍ଦରୀ ପ୍ରେମିକା କୁ ପ୍ରେମ କରି ବାହା ହୋଇଥିଲା ହେଲେ ବିବାହ ପରେ ସେହି ସୁନ୍ଦରୀ ସ୍ତ୍ରୀ କୁ ନିଜ ହାତରେ ହିଁ ମାରି ଦେଇଥିଲା। ପ୍ରଥମେ ଜୀବନସାଥୀ କରି ନିଜ ଘରକୁ ନେଇ ଯାଇଥିଲା।

ଆଉ ଆଜି ସ୍ତ୍ରୀ ର ଜୀବନ ଯିବାର ସ୍ୱାମୀ କାରଣ ମଧ୍ୟ ପାଲଟି ଯାଇଥିଲା। ହେଲେ ବିବାହ ପରେ ସ୍ଵାମୀ ଉମେଶ ର ସ୍ତ୍ରୀ ପ୍ରତି ଆଉ ପ୍ରେମ ଦେଖିବାକୁ ମିଳି ନଥିଲା। ଉମେଶ ତାର ମାଆ ସହ ମିଶି ସ୍ତ୍ରୀ କୁ ଖୁବ୍ ନିର୍ଯାତନା ଦେଉଥିଲା।
ଅନେକ ସମୟରେ ଏହି ମହିଳା ଜଣକ ଏକଥା କାନ୍ଦି କାନ୍ଦି ତାଙ୍କର ଘର ଲୋକଙ୍କୁ ମଧ୍ଯ ଜଣାଇ ଥିଲେ। ହେଲେ ତାଙ୍କର ଘର ଲୋକ ଏହା ବୁଝାଇ କହି ଦେଉଥିଲେ କି ସମୟ ସହିତ ସବୁକିଛି ଠିକ୍ ହୋଇ ଯିବ ବୋଲି।
ହେଲେ ଶେଷରେ ସେହି ରାକ୍ଷସ ମାନେ ତାଙ୍କ ଝିଅର ଜୀବନ ନେଇ ଯାଇଥିଲେ। ଯାହା ହାତ ଧରି ସେ ସୁନାର ସଂସାର ଗଢ଼ିବା ପାଇଁ ଯାଇଥିଲେ ଶେଷରେ ସେହିଁ ଜୀବନ ନେଇ ଯାଇଥିଲା।

ଏଭଳି ଏକ ଘଟଣା ଯାଜପୁର ଜିଲା , ଦଶରଥପୁର ବ୍ଲକ ଅନ୍ତର୍ଗତ ଅହିହାସ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର କାଳନ୍ଦୀ ମୁଦୁଲି ଙ୍କ ପୁଅ ଉମେଶ ମୁଦୁଲି ଙ୍କୁ ମଙ୍ଗଳପୁର ଥାନା ଅନ୍ତର୍ଗତ ସୁବ୍ରତ ସାହୁ ଙ୍କ ଝିଅ ବର୍ଷା ସାହୁ ବୈଦିକ ରୀତିରେ ବିବାହ କରିଥିଲେ।
ଆଉ ସେ ଦୁଇ ବର୍ଷ ତଳେ ତାଙ୍କୁ ପ୍ରେମ ବିବାହ ହିଁ କରିଥିଲେ। କିଛି ଦିନ ଧରି ଦୁହେଁ ସୁଖର ସଂସାର ମଧ୍ୟ ବିତାଇ ଥିଲେ। ଏହାପରେ ବର୍ଷା ଙ୍କ ନିକଟରୁ ଏକ ଶିଶୁ କନ୍ୟା ମଧ୍ୟ ଜନ୍ମ ହୋଇଥିଲା।
ହେଲେ କେହି ଜାଣିନଥିଲେ କି ବର୍ଷାଙ୍କ ଜୀବନରେ ଏଭଳି ଭାବରେ କଳା ବାଦଲ ଘୋଟି ଆସିବ ବୋଲି। ପରିବାର ଲୋକଙ୍କ ଅଭିଯୋଗ ଆଣିଛନ୍ତି କି ବର୍ଷା ଙ୍କୁ ତାଙ୍କର ଶାଶୂ ଘର ଲୋକେ ହ-ତ୍ୟା କରିଛନ୍ତି।
ଅଭିଯୋଗ କୁ ଭିତ୍ତି କରି ପୋଲିସ ଏବେ ଏହି ଘଟଣାର ତଦନ୍ତ କରିବା ରେ ଲାଗି ପଡିଛି। ଏହି ତଦନ୍ତ ପରେ ହିଁ ଘଟଣା ପଛରେ ଥିବା ସଂପୂର୍ଣ୍ଣ ଘଟଣା ସମ୍ପର୍କରେ ଆମକୁ ଜଣାଇବାକୁ ମିଳିବ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।