Updated: Feb 10, 2024, 10:41 IST

ପ୍ରେମ କଲା ଝିଅ, ସହି ପାରିଲେନି ପରିବାର - ତା ସହ କରିଦେଲେ ଏମିତି ନାରକୀୟ କାଣ୍ଡ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏବେ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ ଗୋଟେ ଶବ ରେଫ୍ରିଜିରେଟର ମଧ୍ୟରେ ତିନି ବର୍ଷ ରହିଥିଲା। ହେଲେ ତାଙ୍କର ପରିବାର ଲୋକଙ୍କୁ ଏହା ଦିଆଯାଇ ନଥିଲା। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ଇଟୱା ଠାରେ ଘଟି ଯାଇଛି।
Special report
ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି କାରଣ ବାପା ମାଆ ଦୀର୍ଘ ତିନି ବର୍ଷ ଧରି ତାଙ୍କର ଝିଅର ଶବ କୁ ଆଣିବାକୁ ଚାହୁଁ ଥିଲେ ମଧ୍ୟ ତାଙ୍କର ଝିଅର ଶବ ତାଙ୍କୁ ମିଳି ନଥିଲା।
ଏଥିପାଇଁ ସେମାନେ ଅନେକ ଥର କୋର୍ଟ ର ଦ୍ବାରସ୍ଥ ମଧ୍ଯ ହୋଇଥିଲେ। ଏହି ଯୁବତୀ ଜଣକ ନାମ ଥିଲା ରିତା ସେ ୨୦୨୦ ମସିହାରେ ତାଙ୍କର ସାଙ୍ଗ ମାନଙ୍କ ସହ ବାହରକୁ ବୁଲିବାକୁ ଯାଉଛନ୍ତି ବୋଲି କହି ଘରୁ ବାହାରି ଯାଇଥିଲେ।
ମାତ୍ର ଅନେକ ସମୟ ଧରି ସେ ଘରକୁ ଫେରି ନଥିଲେ। ଏନେଇ ତାଙ୍କର ପରିବାର ଲୋକେ ବ୍ୟସ୍ତ ହୋଇ ଥାନାରେ ଏତଲା ଦେଇ ଦେଇଥିଲେ। ଏହାପରେ ପୋଲିସ ଖୋଜାଖୋଜି କରିବା ଆରମ୍ଭ କରି ଦେଇଥିଲା।
Special report
ଏହାପରେ ତାଙ୍କର ଗ୍ରାମର ଏକ କ୍ଷେତରେ ଗୋଟେ କଙ୍କାଳ ମିଳିଥିଲା ଯାହାକୁ କି କେମିକାଲ ରେ ପୋଡ଼ି ଦେଇଥିବା ଜଣା ପଡୁଥିଲା।ସେହି କଙ୍କାଳ ନିକଟରେ ରିତା ଙ୍କ ପୋଷାକ ପଡ଼ିଥିବା ଦେଖିବା ପରେ ଘର ଲୋକମାନେ ଏହା ଜାଣି ସାରିଥିଲେ କି ଏହା ତାଙ୍କ ଝିଅର କଙ୍କାଳ।
ମାତ୍ର ପୋଲିସ ଏହା ତାଙ୍କୁ ଦେଇ ନଥିଲେ। ଏହାକୁ ପୋଲିସ ନେଇ ରେଫ୍ରିଜିରେଟର ରେ ରଖିଥିଲା ଆଉ ଦେଇ ନଥିଲା। ଏଭଳି ଦୁଇ ଦୁଇ ଥର ଡିଏନଏ ଟେଷ୍ଟ ପରେ ମଧ୍ୟ ସତ କଥା ଜଣା ପଡି ନଥିଲା।
ଯାହା ଫଳରେ କି ଶେଷରେ କୋର୍ଟ ଆଉଥରେ ଡିଏନଏ ଟେଷ୍ଟ ପାଇଁ ଶୁଣାଣି କରିଥିଲେ। ଆଉ ଏହାପରେ ତୃତୀୟ ଥର ହିଁ ଜଣା ପଡିଥିଲା ସେ ତାଙ୍କ ଝିଅ ବୋଲି। ଏହାପରେ ଏହି ଶବ ତାଙ୍କ ପରିବାର ଲୋକଙ୍କୁ ଦିଆ ଯାଇଥିଲା। ପ୍ରେମ ସମ୍ବନ୍ଧିତ କାରଣରୁ ରାଜକୁମାର ନାମକ ଜଣେ ଯୁବକ ତାଙ୍କୁ ଏଭଳି ହ-ତ୍ୟା କରିଥିଲେ।

Advertisement