ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାତାରାତି ଲୋକ ଲଜ୍ୟା ଭୟରେ ଘଞ୍ଚ ଜଙ୍ଗଲ ଭିତରେ ନିଜ ନାବାଳିକା ଝିଅକୁ ପୋତି ଦେଇ ଚାଲିଆସିଲା ବାପା। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତ ଅଧିନରେ ଥିବା ଯୋକ ଗାଁ ନିକଟସ୍ଥ ଥିବା କୋରଡ଼ା ଜଙ୍ଗଲରେ ପ୍ରାୟ ପାଞ୍ଚ ଫୁଟ୍ ଗଭୀର ମାଟିକୁ ଖୋଳି ଜଣେ ପ୍ରାୟ ୧୭ ବର୍ଷର ନାବାଳିକାଙ୍କୁ ଶବକୁ ଉଦ୍ଧାର କରିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପୋଲିସ। ଯେଉଁ ଘଟଣାକୁ ନେଇ ଏବେ ପୁରା ଅଞ୍ଚଳରେ ଚହଳ ପଡ଼ିଯାଇଛି।
ମୃ-ତ ନାବାଳିକା ଜଣକ ନୟାଗଡ ଜିଲ୍ଲା ନୂଆଗାଁ ଥାନା ସୋରଡା ଗାଁର ତୀବ୍ରବର ନାୟକଙ୍କ ଝିଅ ତୁଳସୀ ନାୟକ ବୋଲି ଜଣାପଡିଛି। ସୂଚନା ଅନୁସାରେ ମୃ-ତ ନାବାଳିକା ଜଣକ ସୋରଡା ଗାଁର ଜଣେ ବିବାହିତ ଯୁବକଙ୍କୁ ଭଲ ପାଉଥିବା ବେଳେ ତାଙ୍କୁ ବାହା କରିବାକୁ ଜିଦ୍ କରି ବସିଥିଲା।

ଯେଉଁ ସଂପର୍କକୁ ନେଇ ଦୁହିଁଙ୍କ ପରିବାର ବାରଣ କରୁଥିଲେ। ଆଉ ଏକଥାକୁ ନେଇ ନାବାଳିକାର ବାପା ବାରମ୍ଵାର ବିରକ୍ତ ହେଉଥିବା ବେଳେ ଝିଅର ଜିଦ୍ ଦେଖି ବାପା ଝିଅକୁ ନିର୍ଧୁମ୍ ମାଡ଼ ମାରିଥିଲେ।
ନିର୍ଧୁମ୍ ମାଡ଼ ମାରି ବା ସହିତ ଗୋଟିଏ ଘରେ ବନ୍ଦ କରିଦେଇଥିଲେ। ଆଉ ଏହି ଅପମାନକୁ ଝିଅ ସାହି ପାରିନଥିଲା ଶେଷରେ ଘରେ କେହି ନଥିବାର ସୁଯୋଗ ଦେଖି ନିଜ ଜୀବନ ହାରି ଦେଇଥିଲା।

ଆଉ ଝିଅର ମୃ-ତ୍ୟୁ ପରେ ଲୋକ ଲଜ୍ୟା ଭୟରେ ବାପା ଝିଅର ରାତାରାତି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଯୋକ ଗାଁ ନିକଟରେ ଥିବା ସୋରଡା ଜଙ୍ଗଲରେ ଝିଅକୁ ମାଟି ତଳେ ପୋତି ଦେଇ ଫେରାର ହୋଇଯାଇଥିଲେ।

ଏନେଇ ନୂଆଗାଁ ପୋଲିସ ଖବର ପାଇବା ପରେ ନିଜ ଆଡୁ ଏକ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ, ପ୍ରଥମେ ଶବ ପୋତିବାରେ ସହଯୋଗ କରିଥିବା ନାବାଳିକାଙ୍କର ଦୁଇଜଣ ଭାଇକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି।
ଅନ୍ୟପଟେ ନାବାଳିକାଙ୍କ ବାପାର କୌଣସି ବି ପତା ମିଳୁନି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।