Apr 6, 2024, 18:45 IST

ପଣିକିଆ ମାଧ୍ୟମରେ ଭୋଟ ପ୍ରତି ସଚେତନ କରାଇଲେ ପ୍ରୀତି ସୁଲଗ୍ନା ଏବଂ ସୃତି ସୁଲଗ୍ନା ଦେଖନ୍ତୁ ଭିଡିଓ ହେଉଛି Viral

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଆଉ ସବୁ ପ୍ରକାରର ଖବର ଆପଣମାନେ ପାଇପାରିବେ । ଏବେ ରାଜନୀତିକୁ ନେଇ ଅନେକ ଖବର ଆସୁଛି ।
ଆଗକୁ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନରେ ଅନେକ କଥା ସାମ୍ନାକୁ ଆସୁଛି । ଆଉ ଏବେ ପଣିକିଆ ମାଧ୍ୟମରେ ଲୋକଙ୍କୁ ଡାକି ଭୋଟ ପାଇଁ ସଚେତନ କରାଇଛନ୍ତି କିଛି ପିଲାମାନେ । ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Bb
ଏହି ଛାତ୍ରୀ ଦୁଇଜଣ ଦୁଇକ ଠାରୁ ଦଶକ ପଣିକିଆ ଗାଇ ଭୋଟ ପାଇଁ ସଚେତନ କରାଇଛନ୍ତି । ଏହି ଦୁଇଜଣ ସମସ୍ତଙ୍କର ମନ ଜିଣିଛନ୍ତି । ଏହି ଦୁଇଜଣଙ୍କ ନାମ ହେଉଛି ପ୍ରୀତି ସୁଲଗ୍ନା ଏବଂ ସ୍ମୃତି ସୁଲଗ୍ନା । ଏମାନଙ୍କର ପଣିକିଆକୁ ନେଇ ଏମାନେ ଏବେ ଚର୍ଚ୍ଚାରେ ଅଛନ୍ତି ।
ମାଲକାନଗିରି ଡିଆରଡିଏର କନଫରେନ୍ସ ହଲରେ ଅନେକ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ, ଏବଂ ମୁଖ୍ୟ ସଚିବ ପ୍ରତୀକ ଜେନାଙ୍କ ହାତରେ ଏହା ମୁକ୍ତିଲାଭ କରିଛି । ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସନାତନ ପଣ୍ଡା ଏହି ସଚେତନ ଧର୍ମର ଗୀତର ଛନ୍ଦ ରଚନା କରିଥିଲେ ।
ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ଶିକ୍ଷକ ପୁରେଶ ଚନ୍ଦ୍ର ସାହୁ । ସ୍ମୃତି ସୁଲଗ୍ନା ମାଲକାନଗିରିର ଏକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ପ୍ରୀତି ସୁଲଗ୍ନା ନୟାଗଡ଼ ଜିଲ୍ଲାର ଏକ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି ।
Bb
ସଙ୍ଗୀତ ମାଧ୍ୟମରେ ସବୁ କଥା କହିବା ଆଉ ଏମିତି ନୂଆ ଜିନିଷ ସୃଷ୍ଟି କରିବା ଏମାନଙ୍କର କାର୍ଯ୍ୟ ଅଟେ । ଏହି ଦୁଇଜଣ ଛାତ୍ରୀ ହେଉଛନ୍ତି ଦୁଇ ଭଉଣୀ । ଏବେ ଏହି ଦୁଇ ଭଉଣୀ ଭାଇରାଲ ପଣିକିଆ ଗାର୍ଲ୍ ନାମରେ ଖ୍ୟାତ ସୃଷ୍ଟି କରିଛନ୍ତି । 
ନିଜର ପଣିକିଆ ଗୀତରେ ସେ ସମାଜକୁ ଅନେକ ବାର୍ତ୍ତା ଦେଇ ଆସିଛନ୍ତି । ଭାରତୀୟ ଗଣତନ୍ତ୍ର କଣ ଆଉ ଏହା ଆମ ପାଇଁ ବହୁତ ମୂଲ୍ୟବାନ ବୋଲି ସେମାନେ ଏବେ ଠାରୁ ବୁଝି ଯାଇଛନ୍ତି । ନିର୍ବାଚନରେ ମତ ଦାତାଙ୍କ ସଂଖ୍ୟା ବୃଦ୍ଧି କରାଇବା ପାଇଁ , ଉଚିତ୍ ପ୍ରାର୍ଥୀ ଚୟନ ଏବଂ ଏଭଳି ଅନେକ କଥା ୧୧କ ପଣିକିଆ ମାଧ୍ୟମରେ ବୁଝାଇଛନ୍ତି ।
ଆଉ ଏହି ଭିଡିଓ ବହୁତ ଚର୍ଚ୍ଚାରେ ରହିଛି । ଏମାନଙ୍କ ପଣିକିଆକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ପଣିକିଆ ଭାଇରାଲ ଗାର୍ଲ୍ ନାମରେ ଖ୍ୟାତ ଏହି ଦୁଇଜଣ ଭଉଣୀ । ସେମାନେ ଯେଉଁ ସ୍ଥାନକୁ ଯାଉଛନ୍ତି ଏହି ମାଲକାନଗିରି ଅଞ୍ଚଳର ପୋଷାକ ପରିଧାନ କରୁଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement