Apr 22, 2024, 17:20 IST

ପ୍ରକୃତି ସହ ଖେଳିବା ଦୁବାଇ ଦେଶ ସହ ପଡ଼ିଲା ମହଙ୍ଗା ଦେଖନ୍ତୁ ଚାହୁଁ ଚାହୁଁ କଣ ହେଇଗଲା

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁବାଇରେ ଗୋଟିଏ ଦିନରେ ଦେଢ ବର୍ଷର ବର୍ଷା ହୋଇଛି। ଏତେ ବର୍ଷା ହୋଇଛି ଯେ ୭୫ବର୍ଷର ରେକର୍ଡ ଭାଙ୍ଗିଛି। ପ୍ରକୃତିର ଏଭଳି ପ୍ରଳୟ ଆସିଛି ଦୁବାଇରେ। ଦୁଇ ଦିନର ଲଗାଣ ବର୍ଷାରେ ଉବୁଟୁବୁ ସାରା ସହର।
କୁହାଯାଉଛି, ଦୁବାଇରେ କ୍ଲାଉଡ୍ ସିଡିଂ ଅର୍ଥାତ୍ କୃତ୍ରିମ ବର୍ଷା ପ୍ରକ୍ରିୟା ପାଇଁ ଏଭଳି ସ୍ଥିତି ଉପୁଜିଛି। ପାଣି ପାଇଁ ହାହାକାର ହେଉଥିବା ମାଟିରେ ଛୁଟୁଛି ପାଣିର ସୁଅ। ଭାସୁଛି ଲଗଜୁରୀ କାର୍। ବୁଡ଼ିଛି ଘରଦ୍ୱାର, ଉବୁଟୁବୁ ସାରା ସହର ଏଭଳି ସ୍ଥିତି ଦୁବାଇର।
Hh
ଏପ୍ରିଲରେ ଡହ ଡହ ଖରା ବଦଳରେ କାଚିଛି ବର୍ଷା। କେଉଁଠି ବ୍ରିଜ୍ ଭୁଶୁଡ଼ି ପଡିଛି ତ କେଉଁଠି ମଲ୍ ଭିତରେ ଚାଲୁଛି ପାଣି। ସୋମ ଓ ମଙ୍ଗଳବାରର ଅବିଶ୍ରାନ୍ତ ବର୍ଷାରେ ଘର ଛାତରୁ ପାଣି ଗଳୁଛି। ହୋଟେଲ ଭିତରେ ବି ଚାଲିଛି ପାଣିର ସୁଅ।
ପୁରା ଦୁବାଇ ଏବେ ପାଣିରେ ବୁଡ଼ି ରହିଛି। ସବୁ ପ୍ରମୁଖ ସ୍ଥାନକୁ ବନ୍ଦ ରଖାଯାଇଛି। ଫ୍ୟୁଚର ମ୍ୟୁଜିୟମ୍ ଓ ବୁର୍ଜ ଖଲିଫା ଅଂଚଳରେ ପ୍ରକୃତି ରଚିଛି ତାଣ୍ଡବ। ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିମାନ ସେବା। 
ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଠପ୍ ହୋଇଯାଇଛି ସେବା। ଦୁବାଇ ଏୟାରପୋର୍ଟରୁ ୫୦୦ରୁ ଅଧିକ ବିମାନର ବାତିଲ ଓ ରୁଟ୍ ପରିବର୍ତ୍ତନ କରାଯାଇଛି। ଭାରତ ଦେଇ ୨୮ରୁ ଅଧିକ ବିମାନର ବି ଚଳାଚଳ ବନ୍ଦ ରହିଛି।
Bh
୧୯୪୯ ପରେ ସବୁଠୁ ବଡ଼ ବର୍ଷା ଦେଖିଛି ଦୁବାଇ। ମାତ୍ର ୨୪ ଘଣ୍ଟାରେ ରେକର୍ଡ ହୋଇଛି ଦେଢ଼ ବର୍ଷର ବର୍ଷା। ତେବେ ବନ୍ଧୁଗଣ ମରୁଭୂମି ଦେଶରେ ବର୍ଷାର ପରିମାଣକୁ ବୃଦ୍ଧି କରିବାକୁ ଏପରି ଟେକନୋଲଜିକୁ ବ୍ୟବହାର କରାଯାଇଥାଏ। 
ୟୁଏଇ ପ୍ରଥମେ ୧୯୮୨ ମସିହାରେ କ୍ଲାଉଡ ସିଡିଂର ପରୀକ୍ଷଣ କରିଥିଲା। ଏହି ପଦ୍ଧତି ଦ୍ୱାରା ବର୍ଷକୁ ଶହେ ମିଲିମିଟରରୁ କମ୍‌ ବର୍ଷା କରାଯିବାକୁ ଟାର୍ଗେଟ ରଖାଯାଇଥାଏ। ଏହି କୌଶଳ ବଳରେ
ଦେଶବାସୀଙ୍କ ଜଳ ଆବଶ୍ୟକତାକୁ ପୂରଣ କରିବା ସହ ଏହାକୁ ପର୍ଯ୍ୟଟନ, ଶିଳ୍ପ ଆଦି କ୍ଷେତ୍ରରେ ମଧ୍ୟ ବିନିଯୋଗ କରାଯାଇଥାଏ। ୟୁଏଇକୁ ବାଦ ଦେଲେ ସାଉଦି ଆରବ, ଓମାନ ମଧ୍ୟ ନିଜ ଦେଶରେ ସମାନ ପଦ୍ଧତିରେ କୁତ୍ରିମ ବର୍ଷା କରାଇଥାନ୍ତି।

Advertisement