ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ଛୋଟ ଛୋଟ ପିଲା ଙ୍କ ପ୍ରତି କିଭଳି ଅନ୍ୟାୟ ଅତ୍ୟାଚାର କରା ଯାଉଛି।ନିକଟରେ ଓଡ଼ିଶା ରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି।ସାବତ ମା ଛୋଟ ଝିଅ କୁ ସବୁ ଦିନ ମାରୁଥିଲା।

ଏଭଳି ଘଟଣା ସାମନା କୁ ଆସିବା ପରେ ଉଭୟ ବାପା ମା ଙ୍କୁ ଏବେ ହାଜତ ରେ ଭର୍ତି କରା ଯାଇଛି।ଏହି ଘଟଣା ଟି ଦେଖିବାକୁ ମିଳିଚି ଆଠଗଡ଼ ଥାନା ଅଞ୍ଚଳ ରେ।ଏଠାରେ ବାପା ସୁନିଲ କୁମାର ନନ୍ଦ ଙ୍କ ଉପସ୍ଥିତି ରେ ସାବତ ମାଆ ଦୁଇ ପୁଅ ଝିଅ ଙ୍କୁ ମାଡ ମାରିଥିଲେ।
ସୂଚନା ଅନୁସାରେ ସୁନିଲ କୁମାର ନନ୍ଦ ଙ୍କ ପତ୍ନୀ ମରିଯିବା ପରେ ସେ ଅନ୍ୟ ଜଣେ ମହିଳା ଙ୍କୁ ଆଣି ତାଙ୍କ ଘରେ ରଖିଛନ୍ତି।ତାଙ୍କ ର ପୂର୍ବ ରୁ ଗୋଟିଏ ପୁଅ ଓ ଝିଅ ରହିଥିଲା।ସାମାନ୍ୟ ବିସ୍କୁଟ କୁ ନେଇ ସାବତ ମା ଦୁଇ ପୁଅ ଝିଅ ଙ୍କୁ ନିର୍ଦ୍ଧୁମ ପିଟି ଛନ୍ତି।

ସେମାନେ କାନ୍ଦି କାନ୍ଦି ଏ କଥା ପୋଲିସ ଆଗରେ ବର୍ଣ୍ଣନା କରିଛନ୍ତି।ମହିଳା ଜଣକ ହେଉଛନ୍ତି ସାବତ ମାଆ ପୁଷ୍ପଲତା।ଯିଏ କି ସ୍ଵାମୀ ସହ ମିଶି ଏଭଳି କିଛି ଘଟଣା ଘଟାଇ ଥିଲା।ଖଣ୍ଡିଏ ବିସ୍କୁଟ ପାଇଁ ଦୁଇ ଛୁଆ ଙ୍କୁ ଜୋରେ ପିଟି ଥିଲେ।
ଦୁଇ ପିଲା ଙ୍କୁ ଏ ବିଷୟ ରେ ପଚରା ଯାଇଥିଲା।ସେମାନେ କହିଥିଲେ କି ଛୋଟ ଛୋଟ ଭୁଲ ପାଇଁ ଆମକୁ ମା ମାରନ୍ତି। ଡଙ୍କି, ଚିମୁଟା ଯେଉଁ ଥୀ ରେ ଇଚ୍ଛା ସେଥିରେ ସେ ମାରିବେ।ତାଙ୍କ ରେ ଟିକେ ହେଲେ ବି ଆମ ପ୍ରତି ମମତା ନାହିଁ।

ସେ ସବୁବେଳେ ଏମିତି ଆମକୁ କଷ୍ଟ ଦିଅନ୍ତି।ଆମ ବାପା ମଧ୍ୟ ତାଙ୍କୁ କିଛି ବି କୁହନ୍ତି ନାହିଁ।ଆମ ପେଟ ଉପରେ ଚଢ଼ିକି ମା ଆମକୁ ମାରନ୍ତି।କେତେବେଳେ ଭାଇ କୁ ମାଡ ହୁଏ ତ କେତେବେଳେ ମୋତେ ମାଡ ହୁଏ।
ମାସ ମାସ ଧରି ସେମାନଙ୍କୁ ଶା-ରୀ-ରି-କ ନିର୍ଯାତନା ଦିଏ ଏହି ସାବତ ମାଆ ପୁଷ୍ପ ଲତା।ପୋଲିସ ଏ ବିଷୟ ରେ ଜାଣିବା ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ଗିରଫ କରିଛି।ଓ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ଯେଉଁ ଚିମୁଟା ରେ ସେପରି ଏପରି କରିଥିଲା।ତାକୁ ଜବତ କରା ଯାଇଚି।