ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଏବେ ତ ନୂଆବର୍ଷ ଆସିବାକୁ ଯାଉଛି । ଆଉ ଏହି ନୂଆବର୍ଷରେ ଲୋକମାନେ ବୁଲାବୁଲି କାଟିବାକୁ ଭଲ ପାଆନ୍ତି । ଆଉ ଅନେକ ଛାତ୍ରଛାତ୍ରୀ ସ୍କୁଲ ତରଫରୁ ମଧ୍ୟ ପିକନିକ ଯାଇଥାନ୍ତି ।

ଏବେ ଏକ ଖବର ଆସିଛି ଯାହାଦ୍ଵାରା ଆପଣମାନେ ଜାଣିପାରିବେ କି ପିକନିକ୍ ଯାଇଥିଲେ ଛାତ୍ରଛାତ୍ରୀ ଆଉ ଏଭଳି କିଛି ଘଟଣା ଘଟିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଖବର ହେଉଛି ଛାତ୍ରଛାତ୍ରୀ ଦୁଇଟି ବସ୍ କରି ପିକନିକ ଯାଇଥିଲେ ।
ଆଉ ଅଧା ବାଟରେ ଘଟିଥିଲା ଦୁର୍ଘଟଣା । ଅଧା ବାଟରେ ଡ୍ରାଇଭର ଜଣଙ୍କର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ଭୟଙ୍କର ଥିଲା । ଏହି ବସରେ ୬୦ ଜଣ ଛାତ୍ରଛାତ୍ରୀ ବସିଥିଲେ ।

ସେମାନେ ପିକନିକ ସାରି ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ସମୟରେ ଅଧା ବାଟରେ ଡ୍ରାଇଭର ଜଣଙ୍କର ଆଖି ଲାଗିଯିବା ଦ୍ଵାରା ସେ ପ୍ରଥମେ ବସକୁ ଏକ ଟିପର ସହ ଧକ୍କା କରିଥିଲା ଆଉ ପରେ ଏକ ହାଇୱା ସହିତ ମଧ୍ୟ ଧକ୍କା କରିଥିଲା ।
ହାଇୱାକୁ ପଛରୁ ପିଟିଥିଲା ବସ । ଏହି ଘଟଣା ଆପଣମାନେ ଦେଖିଲେ ଆପଣମାନଙ୍କ ଲୋମ ଟାଙ୍କୁରି ଉଠିବ । ସମ୍ବଲପୁରରୁ ପିକନିକ୍ ସାରି ବାଲେଶ୍ଵର ସୋର ଅଞ୍ଚଳକୁ ଫେରୁଥିଲେ ଛାତ୍ରଛାତ୍ରୀ ।

ମାଆ ସମଲେଶ୍ଵରୀଙ୍କ ଦର୍ଶନ କରି ସେମାନେ ଘରକୁ ଫେରୁଥିଲେ ଆଉ ସେହି ସମୟରେ ଏଭଳି ଘଟଣା ଘଟିଥିଲା । ଅଧା ରାସ୍ତାରେ ଏଭଳି ଦୁର୍ଘଟଣା ଘଟିବାରୁ ଏହି ଦୁର୍ଘଟଣାରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ପିଲାମାନେ ଠିକ୍ ଅଛନ୍ତି । ଡ୍ରାଇଭର ଜଣଙ୍କର କ୍ଷତି ହୋଇଛି ।

ସ୍କୁଲ ବସ୍ ଭାଙ୍ଗି ଯାଇଛି । ଛାତ୍ରୀମାନେ ବସିଥିବା ବସ୍ ଭଲ ଅଛି କିନ୍ତୁ ଛାତ୍ରମାନେ ବସିଥିବା ବସଟି ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କର ଗୋଡ଼ ଭାଙ୍ଗି ଯାଇଛି । ପିଲାମାନଙ୍କର କିଛି କ୍ଷତି ହୋଇନାହିଁ ସମସ୍ତେ ଭଲ ଅଛନ୍ତି ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଏହି ଘଟଣା ଘଟିଛି । ବାଲେଶ୍ଵର ସୋର ଅଞ୍ଚଳର ସ୍କୁଲ ପିଲାମାନେ ପିକନିକ୍ ଯାଇଥିଲେ । ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ ଜଣେ ଶିକ୍ଷକଙ୍କ ଅବସ୍ଥା ଖର ଅଛି ।ସେମାନେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।