Jan 19, 2024, 17:45 IST

ପିକନିକ ଯିବା ହେଲା କାଳ ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଘଟଣା ଗୋଟିଏ କ୍ଷଣରେ ଚାଲିଗଲେ ଏତେ ଛାତ୍ର ଛାତ୍ରୀ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗୁଜୁରାଟର ବଦୋଦରା ହରନୀ ହ୍ରଦରେ ଘଟିଛି ଗୋଟେ ଅଭାବନୀୟ ଘଟଣା। ଗତକାଲି ଅଧରାତିରେ ଗୁଜୁରାଟର ଏହି ହ୍ରଦରେ ଡ଼ଙ୍ଗା ଓଲଟି ପଡିଥିଲା। ଯାହାଫଳରେ ୧୬ ସ୍କୁଲ ଛାତ୍ରଛାତ୍ରୀଙ୍କର ମୃ-ତ୍ୟୁ ହୋଇଛି ।
Special Report
ସୂଚନା ଅନୁସାରେ, ଗୁଜୁରାଟର ବଦୋଦରା ହରନୀ ହ୍ରଦରେ ୨୭ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ୩୪ ଜଣ ଯାତ୍ରୀ ବଣଭୋଜି କରିବା ପାଇଁ ଡ଼ଙ୍ଗା ସାହାଯ୍ୟରେ ଯାଉଥିବା ସମୟରେ ଘଟିଲା ଗୋଟେ ହୃଦୟବିଦାରକ ଘଟଣା ।
ଏହି ଘଟଣାରେ ୧୬ ସ୍କୁଲ ଛାତ୍ରଛାତ୍ରୀଙ୍କର ଅକାଳରେ ମୃ-ତ୍ୟୁ ହୋଇଛି। ଏବଂ ୨ ଜଣ ଶିକ୍ଷକ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ବନ୍ଧୁଗଣ ଅଧରାତିରେ ଘଟଣାଟି ଘଟିଥିବାରୁ ଘଟଣାର ପରିଣତି ଭୟଙ୍କର ହୋଇଛି।
ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାରକାରୀ ଟିମ୍ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ଚେଷ୍ଟା ପରେ ମଧ୍ୟ ଉଦ୍ଧାରକାରୀ ଟିମ ସମସ୍ତଙ୍କୁ ଉଦ୍ଧାର କରି ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ। 
Special Report
ହସଖୁସିରେ ସମୟ କିଛି ସମୟ ମଧ୍ୟରେ ଦୁଃଖରେ ପରିଣତ ହୋଇଗଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛନ୍ତି। ତେବେ ୧୦ ଜଣ ପିଲା ଏଥିରେ ଆହତ ହୋଇଥିବା ବେଳେ
୭ ଜଣ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଡଙ୍ଗା ସର୍ବାଧିକ ୧୫ ଜଣ ଯାତ୍ରୀଙ୍କୁ ନେଇ ଯିବା ପାଇଁ ସକ୍ଷମ ଥିଲା। କିନ୍ତୁ ଏଥର ୨୭ ଜଣ ଯାତ୍ରୀଙ୍କ ସହ ନଦୀ ପାର ହେବା ପାଇଁ ବାହାରିଥିଲା ଏହି ଡଙ୍ଗା। 
ଫଳରେ ପାଣି ମଝିରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଛି। ଯାହା ଫଳରେ ଘଟିଯାଇଛି ଏଭଳି ଏକ ଭୟାନକ ଦୁର୍ଘଟଣା। ଖବର ପାଇଁ ନିକଟସ୍ଥ ଅଗ୍ନିଶମ ବାହିନୀର ୬ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଏହାବ୍ୟତୀତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement