ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଜଣେ ଛାତ୍ରୀ ଙ୍କୁ କଲେଜ ଭିତରେ ଜଣେ ଅଣ ଛାତ୍ର ଟଣା ଓଟରା କରିଛନ୍ତି।ତାଙ୍କ ଗାଲ କୁ କାମୁଡି ଦେଇଛନ୍ତି ବୋଲି ପାରାଦ୍ଵୀପ ଥାନା ରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦ୍ଵିପ କଲେଜ ରେ।ସେଠାରେ ଇଣ୍ଟରନାଲ ପରୀକ୍ଷା ଚାଲି ଥିଲା।ପରୀକ୍ଷା ସରିବା ପରେ ଗେଟ୍ ଖୋଲା ଯାଇଥିଲା।ଏହା ପରେ ଯୁବକ ଜଣକ କଲେଜ ଭିତରେ ପ୍ରବେଶ କରିଥିଲେ।
ଛାତ୍ରୀ ଙ୍କୁ ଟଣା ଓଟରା କରିବାକୁ ଲାଗିଲେ।କିଛି କଲେଜ୍ ଛାତ୍ର ମାନେ ମିଶି ତାଙ୍କୁ ଖୁବ୍ ବାଡେଇ ଛନ୍ତି।ଓ ଥାନା ରେ ତାଙ୍କ ବିରୋଧ ରେ ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ ଉକ୍ତ ଯୁବକ ଜଣକ ଅନେକ ଦିନ ହେଲାଣି ଛାତ୍ରୀ ଙ୍କ ପଛରେ ପଡ଼ିଥିଲେ।

ହେଲେ ଛାତ୍ରୀ ଜଣକ ରାଜି ହୋଇ ନ ଥିଲେ।ସେ ସବୁ କଥା ତାଙ୍କ ଘରେ କହି ଦେଇଥିଲେ। ଛାତ୍ରି ଙ୍କ ବାପା ଏ ବିଷୟ ରେ ଅଣ ଛାତ୍ର ଙ୍କ ବାପା ଙ୍କୁ ଜଣାଇ ଥିଲେ।କିନ୍ତୁ କିଛି ଲାଭ ହୋଇ ନ ଥିଲା।
ସେହି ଯୁବକ ଜଣକ ଆଗରୁ ଯେପରି ହଇରାଣ କରୁଥିଲେ।ସେପରି ସେମିତି କଲେ।ଏହା ପରେ ସେ ଯେତେବେଳେ ଛାତ୍ରୀ ଙ୍କୁ କଲେଜ୍ ଆସିବା ଦେଖିଛି ସେତିକି ବେଳେ ସେ ତାର ପିଛା କରିଛି।ଏହା ପରେ ଛାତ୍ରୀ ଜଣକ ନିଜ ବାପା ଙ୍କୁ ଜଣାଇ ଥିଲେ ଓ କଲେଜ୍ କୁ ଆସି ନେବା ପାଇଁ କହିଥିଲେ।

ତାଙ୍କ ବାପା ଆସିବା ପୂର୍ବ ରୁ ଯୁବକ ଜଣକ ଛାତ୍ରୀ ଙ୍କୁ ହଇରାଣ କରିଥିଲେ।ତାଙ୍କ ଗାଲ କୁ କାମୁଡି ଦେଇଥିଲେ।ଏଥିରେ କଲେଜ୍ ର ଅନ୍ୟ ପିଲା ମାନେ ରାଗି ଯାଇଥିଲେ।
ସେମାନେ ଯୁବକ ଙ୍କୁ ଖୁବ୍ ମାରି ଥିଲେ।ଓ ତାଙ୍କୁ ପୋଲିସ ଥାନା ରେ ଧରାଇ ଦେଇଥିଲେ।ଏବେ ପୋଲିସ ଏହି ଘଟଣା ର ତଦନ୍ତ କରିବା ଆରମ୍ଭ କରିଛି।
କଲେଜ ଅଧ୍ୟକ୍ଷ ମଧ୍ୟ ସେ ଅଣ ଛାତ୍ର ଙ୍କୁ ଦଣ୍ଡ ଦେବା ପାଇଁ କହିଛନ୍ତି।ଏବେ ଦେଖିବାକୁ ବାକି ରହିଲା ସେହି ଯୁବକ ଜଣକୁ କି ପ୍ରକାର ଦଣ୍ଡ ଦିଆ ଯାଉ ଅଛି।